Latest Odisha News

BREAKING NEWS

ଶିକ୍ଷା କାର୍ଯ୍ୟାଳୟରେ ଥିବା ସମସ୍ତ କିରାଣୀଙ୍କ ହେବ ବଦଳି; ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ତଥା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ ଥିବା ସମସ୍ତ କିରାଣୀମାନଙ୍କ ଅନ୍ୟସ୍ଥ୍‌ାନକୁ ବଦଳି କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଏସମ୍ପର୍କରେ ସୂଚନାଦେଇ ମଙ୍ଗଳବାର ଦିନ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଯେଉଁ କିରାଣୀମାନେ ଦୁଇଟି କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ କାଳ କାର୍ଯ୍ୟ କରିଛନ୍ତି ସେମାନଙ୍କର ଅନ୍ୟ ଜିଲ୍ଲାକୁ ବଦଳି ହେବ ।

“ଆଗାମୀ ଶିକ୍ଷାବର୍ଷଠାରୁ ଏହି କିରାଣୀମାନଙ୍କ ଅନ୍ୟ ଜିଲ୍ଲାମାନଙ୍କୁ ବଦଳି କାର୍ଯ୍ୟ ଆରମ୍ଭ ହେବ ଏବଂ ଏନେଇ ଆମେ ଏକ ବିଜ୍ଞପ୍ତି ପାଇଛୁ,” ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.