Latest Odisha News

BREAKING NEWS

ଫେକ୍ ଅଡିଓ ଜାରି କରି ବିଜେଡି ହିଂସାକୁ ଉସକାଉଛି: ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବାର କେଇ ଘଣ୍ଟା ପୂର୍ବରୁ ଶାସକ ଦଳ ଏକ ପେନ୍ ଡ୍ରାଇଭରେ ରାଜ୍ୟ ବିଜେପି କର୍ମୀଙ୍କ ଏକ ଭିଡିଓ ଜାରି କରି ବିଜେପିକୁ ଟାର୍ଗେଟ୍ କରିଥିଲା। ସେହିପରି ବିଜେପି ମଧ୍ୟ ଏକ ଅଡିଓ କ୍ଲିପ ଜାରି କରି ବିଜେଡି ବିରୋଧରେ ବର୍ଷିଛି। ରାଜ୍ଯ ନିର୍ବାଚନ ଅଧିକାରୀଙ୍କୁ ଭେଟି ସଂପୃକ୍ତ ଅଡିଓ କ୍ଲିପ ଜାରି କରିଛି ବିଜେପି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଦଳ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ଯେଉଁ ଅଡିଓ କ୍ଲିପ ପ୍ରମାଣ ଆଧାରରେ ବିଜେପି ଦେଇଛି ସେଥିରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ସମର୍ଥକ ମୁସଲମାନ ସମର୍ଥକଙ୍କୁ ଛୁରା ମାଡ କରିଥିବାର କେହି ଜଣେ ଯୁବତୀ କହୁଥିବାର ଶୁଣିବାକୁ ମିଳୁଛି। ତାପୁଣି ଟିଭିରେ ଖବର ପରିବେଷଣ କରିବା ଭଳି।

ବିଜେପି କହିଛି ପୂର୍ବରୁ ବିଜେଡି ଅମିତ ଶାହଙ୍କ ନାଁରେ ଫେକ୍ ଅଡିଓ ଜାରି କରି ଜନମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲା। ଆଉ ଏବେ ଭୋଟ୍ ପୂର୍ବରୁ ଏପରି ଏକ ଫେକ୍ ଅଡିଓ ସେୟାର କରି ହିଂସାକୁ ଉସକାଇବାକୁ ପ୍ରୟାସ କରୁଛି। ଏହି ଫେକ ଅଡିଓ ଯିଏ ତିଆରି କରିଛି ତା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ କଡା କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ବିଜେପି ଦାବି କରିଛି।

ବିଜେପି କହିଛି, ପୂର୍ବରୁ ରାଜ୍ୟ ବିଜେପି ଶାସକ ଦଳ ବିରୋଧରେ ଅନେକ ପ୍ରମାଣ ଦେଇଛି। ହେଲେ ନିର୍ବାଚନ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଶାସକ ଦଳର ନେତାଙ୍କୁ ମୁହଁ ଦେବାକୁ ପ୍ରୟାସ କରିଛନ୍ତି।

ଭୋଟ୍ ପୂର୍ବ ରାତିରେ ବିଜେପି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ

Leave A Reply

Your email address will not be published.