Latest Odisha News

ନବୀନ ନିବାସରୁ ବିଧାୟକଙ୍କୁ ଫୋନ୍; ମନ୍ତ୍ରୀ ଶପଥ ନେବାକୁ ପ୍ରସ୍ତୁତ ରୁହ

ଭୁବନେଶ୍ୱର: ରବିବାର ସକାଳେ ମନ୍ତ୍ରୀ ଭାବେ ଶପଥ ନେବାକୁ ବିଧାୟକ ମାନଙ୍କ ନିକଟକୁ ନବୀନ ନିବାସରୁ ଫୋନ୍ ଯାଇଛି । ପୂର୍ବରୁ ବିଧାୟକ ମାନଙ୍କୁ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସଂଧ୍ୟାରେ ଏକ ସମ୍ଭାବ୍ୟ ତାଲିକା ଆସିଛି । ଯିଏ ରବିବାର ସକାଳ ୧୧.୪୫ରେ ରାଜଭବନରେ ଶପଥ ଗ୍ରହଣ କରି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ବୋଲି ଭିତିରି ଆଲୋଚନା ହେଉଛି ।

ସମ୍ଭାବ୍ୟ ତାଲିକା ଭିତରେ କିଛି ପୂର୍ବ ମନ୍ତ୍ରୀମଣ୍ଡଳର ସଦସ୍ୟ ରହିଥିବା ବେଳେ ନୂଆ ମୁହଁ ଅଧିକ ଦେଖିବାକୁ ମିଳିଛି । ଯୁବ ନେତା ଏବଂ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା ଏଥିରେ ଦେଖାଯାଇଛି ।
ପୁରୁଣା ମନ୍ତ୍ରୀଙ୍କ ଭିତରେ ନବକିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ରଞ୍ଜନ ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ପ୍ରଫୁଲ୍ଲ କୁମାର ମଲ୍ଲିକ, ନିରଞ୍ଜନ ପୂଜାରୀ ରହିଛନ୍ତି ।

ନୂଆ ଚେହେରା ହେଉଛନ୍ତି – ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ରୋହିତ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ପ୍ରମିଳା ମଲ୍ଲିକ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ କୁମାର ପାତ୍ର, ରିତା ସାହୁ, ଉଷା ଦେବୀ, ପ୍ରୀତିରଞ୍ଜନ ଘଡ଼େଇ ଏବଂ ପ୍ରଦୀପ କୁମାର ଅମାତ୍ ।

Leave A Reply

Your email address will not be published.