Latest Odisha News

BREAKING NEWS

ଏଫଆଇବିଏ ଏସିଆନ ଚାମ୍ପିୟନଶିପ ଏସଏବିଏ କ୍ୱାଲିଫାୟର୍ସ: ଭାରତ ଶୀର୍ଷରେ

କଟକ: ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇବିଏ ୧୮ ବର୍ଷରୁ କମ ଏସିଆନ ଚାମ୍ପିୟନଶିପର ଏସବିଏ କ୍ୱାଲିଫାୟର୍ସରେ ବାଜି ମାରିଛି ଭାରତ । ଫାଇନାଲ ରାଉଣ୍ଡ ରବିନ ମୁକାବିଲାରେ ଭାରତ ୧୧୧-୪୭ରେ ବାଂଲାଦେଶକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହା ପୂର୍ବରୁ ଟିମ ଇଣ୍ଡିଆ ଶୁକ୍ରବାର ମାଲଡିଭସକୁ ୧୫୪-୩୨ରେ ହରାଇଥିଲା । ଭାରତୀୟ ଖେଳାଳି ପ୍ରଦର୍ଶନ ସନ୍ତୋଷଜନକ ରହିଥିଲା । ଏହି ବିଜୟ ସହ ଭାରତ ତେହେରାନରେ ଅଗଷ୍ଟରେ ହେବାକୁ ଥିବା ଏଫଆଇବିଏ ଏସିଆ କପ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ଅଧିନାୟକ ହର୍ଷ ଡୁଗର, କୁଶଲ ସିଂ, ଜିତେନ୍ଦ୍ର କୁମାର ଓ ଲୋକେନ୍ଦ୍ର ସିଂଙ୍କ ଡିଫେନ୍ସ ଉଚ୍ଚକୋଟୀର ଥିଲା । ଉଚିତ ରଣନୀତି ଯୋଗୁ ବାଂଲାଦେଶ ଉପରେ ଚାପ ପକାଇବାରେ ସେମାନେ ସଫଳ ହୋଇଥିଲେ । ଭାରତୀୟ ଖେଳାଳିଙ୍କ ଉଚ୍ଚତା ତାଙ୍କୁ ଫାଇଦାରେ ରଖିଥିଲା ।

Leave A Reply

Your email address will not be published.