Latest Odisha News

BREAKING NEWS

ବିଜେପିର ପୋଷ୍ଟର ବୟ ସାଜିଛନ୍ତି ଜନବିରୋଧୀ ପ୍ରଦୀପ, ପ୍ରଶାନ୍ତ

ଭୁବନେଶ୍ଵର: ରାଜ୍ୟରେ ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି ବୋଲି କହିଛନ୍ତି ସ୍ଵୟଂ ପ୍ରକାଶ ।

ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି ଯେ, ଏହି ଜନବିରୋଧୀ ନେତାଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି । ପ୍ରଶାନ୍ତ ଜଗଦେବ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇଲେ ହେଲେ ବିଜେପି ତାଙ୍କୁ ଉତ୍ତରୀୟ ପକାଇ ସ୍ୱାଗତ କଲେ । ସେ ଏବେ ଜଣେ ସାଂସଦ ପ୍ରାର୍ଥୀଙ୍କ ପାଖ ଲୋକ ମଦ୍ୟାପାନ କରି ଧମକାଉଛନ୍ତି । କେମିତି ମୁହଁ ଦେଖାଉଛି ବିଜେପି ନିଜ କର୍ମୀଙ୍କୁ ବୋଲି କହିଛନ୍ତି ସ୍ଵୟଂ ପ୍ରକାଶ ।

ସ୍ଵୟଂ ଆହୁରି ମଧ୍ୟ କହିଛନ୍ତି ଯେ, ଗରିବ ଲୋକଙ୍କ ଠାରୁ ଚାକିରି କରାଇବା ନେଇ ଠକି ଜେଲ ଯାଇଥିଲେ। ସେ ଏବେ ଆଶା କର୍ମୀ ପରି ବିକାଶ କରୁଥିବା ଲୋକଙ୍କୁ ଧମକାଉଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ସବୁ ହେବା କଥା । ଆମେ ଏ ପ୍ରମାଣ ସବୁ CEO ଙ୍କୁ ଦେଇଥିଲୁ । ସେମାନେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ପ୍ରସଙ୍ଗ ଭିତିକ ଲଢେଇ ନ କରିବାର ଓ ବିଜେଡିକୁ ସାମ୍ନା କରି ପାରୁ ନଥିବାରୁ, ଅପରାଧୀ ମାନେ ବିଜେପିର ଆଶାବାଡ଼ି ପାଲଟିଛି। । ଏହା ଠାରୁ ହାସ୍ୟାସ୍ପଦ ବିଷୟ ଆଉ କିଛି ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର।

 

 

Leave A Reply

Your email address will not be published.