Latest Odisha News

BREAKING NEWS

ଦିନକୁ ଦିନ ଓଡ଼ିଶାରେ ଲୋପ ପାଉଛି କଳା, କ’ଣ ରହିଛି ଏହାର କାରଣ

ଭୁବନେଶ୍ବର: କଳାକାରର ଅଳଙ୍କାର ହେଉଛି ତାର କଳା । କିଏ ସଂଙ୍ଗୀତକୁ ତ କିଏ ନୃତ୍ୟକୁ ଆଉ କିଏ ଅଭିନୟ ମାଧ୍ୟମରେ ତାର କଳାକୁ ପ୍ରଦର୍ଶନ କରେ । ସମଗ୍ର ବିଶ୍ବରେ ସର୍ଜନଶୀଳତାର ପ୍ରୋତ୍ସାହନ ସଚେତନ ପାଇଁ ପ୍ରତି ବର୍ଷ ଏପ୍ରିଲ ୧୫ ତାରିଖରେ ପାଳନ କରାଯାଏ ବିଶ୍ବ କଳା ଦିବସ । କାରଣ ଏହିଦିନ ବିଶ୍ବର ପ୍ରଖ୍ୟାତ କଳାକାର  ଲିଓନାର୍ଡୋ ଦ ଭିନସି ଙ୍କ ଜନ୍ମଦିନ ଥିଲା । ସେ ଜଣେ ଚିତ୍ରକର, ଲେଖକ ,ବିଚାରକ ଭାବରେ ଜଣାଶୁଣା । ଏହି ଦିନ ସାରା ବିଶ୍ୱରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ମିଳନୀ, ପ୍ରଦର୍ଶନୀ  ଆଦି ପାଳିତ ହୁଏ । ବିଭିନ୍ନ ମାଧ୍ୟମରେ  ଜଣେ ତାର କଳାକୁ ପ୍ରତିପାଦିତ କରିବାରିବ ।ଅନେକଙ୍କ ପାଇଁ  କଳା ଏକ ଲୋକପ୍ରିୟ ହବି ।  କିଛି ଲୋକ କଳାକାର ଭାବରେ ରୋଜଗାର ମଧ୍ୟ କରନ୍ତି ।

ଯଦି ଓଡ଼ିଶା କଥା କହିବା ତେବେ ଓଡ଼ିଶା କଳା , ସଂସ୍କୃତିରେ ପରିପୁର୍ଣ୍ଣ । କିନ୍ତୁ  ପ୍ରୋତ୍ସାହନ ତଥା ପ୍ରେରଣା ଅଭାବରୁ କଳା ଧିରେ ଧିରେ ଲୋପ ପାଉଛି । କଳାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଗଲେ ଅଧିକରୁ ଅଧିକ କଳା କୁ ନିଜର ବୃତ୍ତି କରିପାରନ୍ତେ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି । ଅନେକ କଳାକାର କହିଛନ୍ତି ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନାହିଁ । ଅନ୍ୟପକ୍ଷରେ କହିବା କୁ ଗଲେ କଳାର କ୍ଷେତ୍ର ପୁରୀ ସହର । କିନ୍ତୁ ଏଠାରେ କିଛି ବୟସ୍କ ଙ୍କ ମେଢ ପ୍ରସ୍ତୁତି କଳା ଜୀବନ୍ତ ରହିଛି । ମାସ ମାସ ଧରି ପରିଶ୍ରମ କରିବା ପରେ ଏହି କାରିଗର ମାନେ ମାତ୍ର ୫୦୦୦ ରୁ ୧୦,୦୦୦ ହଜାର ଟଙ୍କା ପାଉଛନ୍ତି । ଯାହା ଫଳରେ ତାଙ୍କ ପର ପିଢିମାନେ ଆଗ୍ରହ ପ୍ରକାଶ କରୁନାହାଁନ୍ତି ଏହି କଳାକୁ ବଞ୍ଚାଇ ରଖିବା ପାଇଁ । ପୁରୀର ଜଣେ କାରିଗର କହିଛନ୍ତି ଯେ,ଜଣେ ମେଢ କାରିଗରକୁ ମାଟି କାମ , ମହାରଣା କାମ  ଆଦିସବୁ କାମ  ଆସୁଥିବା ଦରକାର । ଏଣୁ ଯେ କେହି ଚାହିଁଲେ ବି ମେଢ ପ୍ରସ୍ତୁତି କରିପାରିବ ନାହିଁ । ଜଣେ ବାସ୍ତବ କଳାକାର ହିଁ ଏହି କାମ କରିପାରିବ । ହେଲେ ଏହି ନିଆରା କଳା ପାଇଁ ସରକାରୀ  ପ୍ରୋତ୍ସାହନ ମିଳୁନି ଫଳରେ ଧିରେ ଧିରେ ଏହି କଳା ଲୁପ୍ତ ହେବାକୁ ଯାଇଛି ।

Leave A Reply

Your email address will not be published.