Latest Odisha News

ନାମାଙ୍କନ ଭରିଲେ ଉପାସନା; କହିଲେ, ବ୍ରହ୍ମଗିରି ଲୋକଙ୍କ ସ୍ୱର ହେବି

ପୁରୀ: ପୁରୀ ୧୦୮ ବ୍ରହ୍ମଗିରି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଲୁଲୁ ତନୟା ଉପାସନା ମହାପାତ୍ର । ରିଟର୍ଣ୍ଣିଂ ଅଫିସର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କଲେ । ନିଜର ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ନିଜ ଗାଁ ଗଡରୋଡଙ୍ଗରେ ମାଆ କନକ ଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ବାହାରିଥିଲେ ଉପାସନା ।

BjdElectrycity

ନାମାଙ୍କନ ଦାଖଲ ପରେ ଉପାସନା କହିଛନ୍ତି ଯେ, ଏ ଲଢେଇ ହେଉଛି ସ୍ଵାଭିମାନର ଲଢେଇ, ବ୍ରହ୍ମଗିରି ବାସୀଙ୍କ ଭାବନାତ୍ମକ ଲଢେଇ । ବ୍ରହ୍ମଗିରି ଲୋକଙ୍କ ସ୍ବର ବନିବାର ଅଛି କାମ କରିବାର ଅଛି ବୋଲି କହିଛନ୍ତି ଉପାସନା । ଯୋଉ କାମରେ ମୋଦିଙ୍କ ଗ୍ୟାରେଣ୍ଟି ର ଷ୍ଟାମ୍ପ୍ ଲାଗିଯାଏ ସେ କାମ ହେବା ଥୟ ହେଇଥାଏ । ଯେଉଁଥିପାଇଁ ସାତପଡାରୁ ଜହ୍ନିକୁଦା ବ୍ରିଜ୍ ଆଜି ସଫଳ ରୂପାୟନ ହେବାକୁ ଯାଉଛି ବୋଲି କହିଛନ୍ତି ଉପାସନା ।

ପ୍ରଚାର ଠାରୁ ଆରମ୍ଭ କରି ପ୍ରାର୍ଥିନୀ ପର୍ଯ୍ୟନ୍ତ ଯାତ୍ରା ସଂଘର୍ଷମୟ ରହିଛି ବୋଲି ଉପାସନା ନିଜ ପ୍ରତିକ୍ରିୟାରେ କହିଛନ୍ତି । ବାବା ଲୁଲୁ ମହାପାତ୍ରଙ୍କ ସହିତ ବ୍ରହ୍ମଗିରି ଜନ ସାଧାରଣଙ୍କ ଆଶୀର୍ବାଦ ରହିଛି । ନାମାଙ୍କନ ପତ୍ର ସମୟରେ ଶୋଭାଯାତ୍ରାକୁ ଜନ ଆଶୀର୍ବାଦ ଭାବରେ ଦେଖୁଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ବ୍ରହ୍ମଗିରିରେ କୃଷକ ମାନେ ଚାଷ ପାଇଁ ପାଣି ପାଉନାହାନ୍ତି, ସିଏଚସି ମାନଙ୍କରେ ଡାକ୍ତର, ନର୍ସ, ଆମ୍ବୁଲାନ୍ସ ର ଆବଶ୍ୟକତା ରହିଛି, ବ୍ରହ୍ମଗିରି ବାତ୍ୟା ପ୍ରବଣ ଅଞ୍ଚଳ ହୋଇଥିବାରୁ ଅଣ୍ଡର ଗ୍ରାଉଣ୍ଡ କେବୁଲିଁ ର ଆବଶ୍ୟକତା ରହିଛି ,୨୪ ବର୍ଷରେ ବିଜେଡି ସରକାର ଏସବୁକୁ କେବଳ ପ୍ରତିଶ୍ରୁତି ରେ ହିଁ ସୀମିତ ରଖିଛି ସେ କହିଛନ୍ତି ।

ସେପଟେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଶାନ୍ତ ଜଗଦେବ । ଜଳ ସମ୍ପଦ, ମତ୍ସ୍ୟ ସମ୍ପଦ, ଖଣିଜ ସମ୍ପଦରେ ଭରା ଓଡ଼ିଶାର ଗରିବ ଲୋକ ମାନେ ଆଜି ଭାତ ମୁଠାଏ ପାଉନାହାନ୍ତି ବୋଲି ସେ ସିଧାସଳଖ ଟାର୍ଗେଟ କରିଛନ୍ତି । ବ୍ରହ୍ମଗିରି ଗଡରୋଡଙ୍ଗ ମାଟିରୁ ଆଜି ପରିବର୍ତ୍ତନର ସ୍ରୋତ ଆରମ୍ଭ ହୋଇଛି କହିଛନ୍ତି ପ୍ରଶାନ୍ତ ଜଗଦେବ ।

Leave A Reply

Your email address will not be published.