Latest Odisha News

BREAKING NEWS

ବିଧାନସଭା: ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ନିର୍ମାଣ ଲାଗି ଗଛକଟାକୁ ନେଇ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମର ଝିଙ୍କରଗଡ଼ି ଜଙ୍ଗଲରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ମୂଲ୍ୟବାନ ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ ସତ୍ତେ୍ୱ ପୋଲିସ ଶନିବାର ଦିନ ବିଜେପି ବିଧାନସଭାରେ ବିରୋଧ କରିଛି ।

ବିଧାନସଭାରେ ଏହି ପ୍ରସଙ୍ଗକୁ ଉଠାଇ ବିଜେପି ବିଧାୟକଦଳ ନେତା କେ ଭି ସିଂହଦେଓ କହିଛନ୍ତି, ରାଜ୍ୟ ସରକାର ଯେତେବେଳେ ନଦୀକୂଳରେ ଚାରା ରୋପଣ କରିବାକୁ ସ୍ଥିର କରିଛନ୍ତି, ସେହିପରି ଅନ୍ୟପକ୍ଷରେ ଝିଙ୍କରଗଡ଼ି ଜଙ୍ଗଲରେ ପ୍ରାୟ ୨୦,୦୦୦ ମୂଲ୍ୟବାନ ବୃକ୍ଷ ଚ୍ଛେଦନ ଲାଗି ଆଦେଶ ଦେଇଛନ୍ତି । “ଏହା ରାଜ୍ୟ ସରକାରଙ୍କ ଦୋହରା ନୀତିର ପ୍ରମାଣ,”ବୋଲି କହିଛନ୍ତି ବିଜେପି ନେତା କେ ଭି ସିଂହଦେଓ ।

ବିଜେପି ନେତାଙ୍କର ଏହି ପ୍ରଶ୍ନର ଉତ୍ତରରେ ରାଜ୍ୟ ଅବକାରୀ ମନ୍ତ୍ରୀ ଶଶି ଭୂଷଣ ବେହେରା କହିଛନ୍ତି, ଜଙ୍ଗଲରେ ଯେତେ ବୃକ୍ଷ ନଷ୍ଟ ହେବ ତାହାର ଦ୍ୱିଗୁଣା ପରିମାଣର ବୃକ୍ଷ ରୋପଣ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି, ବିୟର ଫ୍ୟାକ୍ଟ୍ରି ନିର୍ମାଣ କରିବାକୁ ଇଡ଼କୋ ପକ୍ଷରୁ ମ୍ୟାନୁଫାକ୍ଟରିଂ କମ୍ପାନୀକୁ ଜମି ଯୋଗାଇ ଦିଆଯାଇଥିଲା । ସେହି ଜଙ୍ଗଲ ନିକଟବର୍ତ୍ତୀ ରାଜସ୍ୱ ବିଭାଗର ଜମିରେ ପ୍ରାୟ ୬୦୦ରୁ ୭୦୦ ବୃକ୍ଷ ଚାରା ରୋପଣ କରାଯିବ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ବିରୋଧ କରି ବିଶିଷ୍ଟ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଏ କହିଛନ୍ତି, ବର୍ଷ ବର୍ଷ ଧରି ଜଙ୍ଗଲରେ ଥିବା ବୃକ୍ଷଗୁଡ଼ିକର ଯତ୍ନ ନେଉଥିବା ତଥା ଗଛର ସୁରକ୍ଷା ପାଇଁ ଗଛକଟାକୁ ବିରୋଧ କରୁଥିବା ୨ଜଣ ଗ୍ରାମବାସୀଙ୍କୁ ପୋଲିସ ପକ୍ଷରୁ ଗିରଫ କରାଯାଇଛି । “କେବଳ ମସ୍ତିଷ୍କବିକୃତି ଘଟିଥିବା କୌଣସି ସରକାର ଏପରି ନିଷ୍ପତ୍ତି ନେଇପାରେ,” ବୋଲି କହିଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଏ ।

ମୁଖ୍ୟମନ୍ତ୍ରୀ ନବୀନ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନଭେମ୍ବର ୩ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ତେବେ ଏହି ପ୍ରକଳ୍ପଟି ଗତ ନଭେମ୍ବର ୮ ତାରିଖରୁ ଆରମ୍ଭ ହେବାର ଥିଲେ ମଧ୍ୟ ଗ୍ରାମବାସୀଙ୍କ ଘୋର ବିରୋଧ ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ।

Leave A Reply

Your email address will not be published.