Latest Odisha News

ଐତିହାସିକ ଶିଶୁପାଳଗଡ଼ର ସୁରକ୍ଷା ଦାବି କଲା ବିଜେପି

ଭୁବନେଶ୍ବର : ଐତିହାସିକ ଶିଶୁପାଳଗଡ଼କୁ ରାଜ୍ୟ ସରକାରଙ୍କ ଜମି ଜବରଦଖଲରୁ ବଞ୍ଚାଇବାକୁ ଚିଠି । ଏନେଇ ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ଶିଶୁପାଳଗଡ଼କୁ ସଂରକ୍ଷଣ କରିବା ପାଇଁ ଦାବି କରିଛି ବିଜେପି ।

ଦୁଇ ହଜାର ବର୍ଷରୁ ଅଧିକ ଐତିହାସିକ ଶିଶୁପାଳଗଡ଼ରେ ଅନେକ ପୁରାତନ ମନ୍ଦିର ଓ ଐତିହ୍ୟ ଭରି ରହିଛି । ଏଠାରେ ଅନେକ ସ୍ଥାନରେ ଏଏସଆଇ ପକ୍ଷରୁ ଆବିଷ୍କାର ଓ ସଂରକ୍ଷଣ କାମ ଚାଲିଛି । ହେଲେ ରାଜ୍ୟ ସରକାର ସୌନ୍ଦର୍ଯ୍ୟକରଣ ନାଁରେ ଜମି ଜବର ଦଖଲ କରୁଛନ୍ତି । ଯାହା ଫଳରେ ବହୁ ପୁରାତନ ଐତିହାସିକ କଳାକୃତି ନଷ୍ଟ ହେଉଛି ବୋଲିବିଜେପି ଅଭିଯୋଗ କରିଛି । ଏପରିକି ଜମି ମାଫିଆଙ୍କ ରାଜ୍ ଚାଲିଥିବା କହିଛି ବିଜେପି । ତେଣୁ ଏଏସଆଇ ରାଜ୍ୟ ସରକାରଙ୍କୁ କାମ କରିବାକୁ ମନା କରିବା ପାଇଁ ଦାବି କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ସେହିପରି ବିଜେପି ପ୍ରତିନିଧି ଦଳ ଶୁକଶାରୀ ମନ୍ଦିର ବୁଲି ସେଠାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ । ରାଜ୍ୟ ସରକାର ଏଭଳି ଅନିୟନ୍ତ୍ରିତ ଭାବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବାରୁ ଶୁକଶାରୀ ମନ୍ଦିର ପାଖରେ ଥିବା ଶିବଲିଙ୍ଗ କ୍ଷତିଗ୍ରସ୍ତ ହେଉଥିବା ବିଜେପି ଅଭିଯୋଗ କରିଛି ।

Leave A Reply

Your email address will not be published.