Latest Odisha News

BREAKING NEWS

କଇଁଚି ଚାଲିଲା ଖେଳ ବଜେଟରେ

ନୂଆଦିଲ୍ଲୀ: କୋଭିଡ-୧୯ ଯୋଗୁ ଅର୍ଥନୀତି ମାନ୍ଦାବାସ୍ଥା ରହିଥିବାରୁ ସରକାର ଭାବିଚିନ୍ତି ବଜେଟ ପ୍ରସ୍ତୁତ କରିଛନ୍ତି । ତେବେ ଏହା ଖେଳପ୍ରେମୀଙ୍କୁ କିଛି ମାତ୍ରାରେ ନିରାଶ କରିଛି । ଗତ ବର୍ଷ ତୁଳନାରେ ବଜେଟରେ ଏଥର ୨୩୦.୭୮ କୋଟ ଟଙ୍କା କମ୍ ଗୃହୀତ କରାଯାଇଛି । ତେବେ ସାଇକୁ ଗତବର୍ଷ ତୁଳନାରେ ୧୬୦ କୋଟି ଅଧିକ ଏବଂ ଏନଏସଏଫକୁ ୩୫ କୋଟି ଟଙ୍କା ଅଧିକ ଗୃହୀତ କରାଯାଇଛି ।

ଖେଲୋ ଇଣ୍ଡିଆ ବଜେଟକୁ ୮୯୦ରୁ ୬୫୭କୁ ଖସାଇ ଦିଆଯାଇଛି । ସେହିପରି ଷ୍ଟାଡିୟମ ନବୀକରଣ ପାଇଁ ଏଥର ୩୦ କୋଟି ଗୃହୀତ କରାଯାଇଛି । ଗତ ବର୍ଷ ଏହା ୬୬କୋଟି ଥିଲା । ଟୋକିଓରୁ ୨୩ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସ ଆୟୋଜନ ହେବାକୁ ଥିବାରୁ କ୍ରୀଡା ବିଭାଗ କିଛି ଅଧିକ ସହଯୋଗ ସରକାରଙ୍କଠାରୁ ଆଶା କରୁଥିଲେ ।

Leave A Reply

Your email address will not be published.