Latest Odisha News

BREAKING NEWS

ବିସିସିଆଇ କଂଟ୍ରାକ୍ଟ ଲିଷ୍ଟ: ବାଦ ପଡି ପାରନ୍ତି ଈଶାନ୍ତ, ରାହାଣେ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ସିଜନ ପାଇଁ ଅନୁବନ୍ଧିତ ଖେଳାଳିଙ୍କ ତାଲିକା ଖୁବ ଶୀଘ୍ର ଜାରୀ କରିପାରେ । ଏଥର ଅନେକଗୁଡିଏ ପରିବର୍ତନ ହେବ ବୋଲି ଆଶା କରାଯାଉଛି । ବିସିସିଆଇର ଜନୈତ ଅଧିକାରୀଙ୍କ ମତରେ ଈଶାନ୍ତ ଶର୍ମା, ରିଦ୍ଧିମାନ ଶାହ ଓ ଅଜିଙ୍କ୍ୟ ରାହାଣେ ତାଲିକାରୁ ବାଦ ପଡିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏହି ଖେଳାଳିମାନେ କିଛି ଦିନ ହେବ ଟିମରେ ସ୍ଥାନ ପାଇ ପାରୁ ନାହାନ୍ତି । ସେହିପରି ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରମୋଶନ ହୋଇପାରେ । ଡିସେମ୍ବର ୨୧ ବିସିସିଆଇ ବୈଠକ ପରେ ଏ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ । ହାର୍ଦ୍ଦିକ ପାଣ୍ଡ୍ୟାକୁ ବିସିସିଆଇ ଟି୨୦ର ଅଧିନାୟକ ଭାବେ ଦେଖୁଛି । ସେଥିପାଇଁ ତାଙ୍କୁ ଗ୍ରେଡ ସିରୁ ଗ୍ରେଡ ବିକୁ ଉନ୍ନୀତ କରାଯାଇପାରେ ।

ସୂଚନାଯୋଗ୍ୟ, ଗ୍ରେଡ ମୁତାବକ ଖେଳାଳିମାନଙ୍କୁ ପରିଶ୍ରମିକ ମିଳିଥାଏ । ଏହା ଅନୁସାରେ ଏ ପ୍ଲସ ଗ୍ରେଡ ଖେଳାଳିଙ୍କୁ ବର୍ଷକୁ ସର୍ବାଧିକ ୭ କୋଟି ଟଙ୍କା ମିଳିଥାଏ । ଏ ଗ୍ରେଡଙ୍କୁ ୫ କୋଟି, ବି ଗ୍ରେଡଙ୍କୁ ୩କୋଟି ଏବଂ ଗ୍ରେଡ ସିକୁ ୧ କୋଟି ଟଙ୍କା ମିଳିଥାଏ । ଏଥିପାଇଁ ଖେଳାଳିମାନଙ୍କୁ ବିସିସିଆଇ ଅଫିସର ୩ ଅଧିକାରୀ, ୫ ଚୟନକମିଟି, ଓ ମୂଖ୍ୟ କୋଚ ଚୟନ କରିଥାନ୍ତି । ଗତ କଂଟ୍ରାକ୍ଟରେ ୨୭ ଖେଳାଳିଙ୍କୁ ରଖା ଯାଇଥିଲା ।

Leave A Reply

Your email address will not be published.