Latest Odisha News

BREAKING NEWS

ବିଜେପିର କଂଗ୍ରେସ ଫାଇଲ୍: ପ୍ରଥମ ଏପିସୋଡରେ ୪.୮୨ ଲକ୍ଷ କୋଟି ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ଓ ବିଜେପି ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଛି । ଆଦାନୀ ପ୍ରସଙ୍ଗ ଓ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ବିଜେପି ବିରୋଧରେ ଗଣତନ୍ତ୍ର ଲୁପ୍ତ ପାଉଥିବା କହି କଂଗ୍ରେସ କ୍ୟାମ୍ପେନ୍ ଆରମ୍ଭ କରିଛି ।

ସେହିଭଳି ବିଜେପି ଦୁର୍ନୀତି ଓ ଅନିୟମିତତାକୁ ନେଇ ସୋସିଆଲ୍ ମିଡିଆରେ କଂଗ୍ରେସ ଫାଇଲ୍ସ ଟାଇଟଲରେ ଭିଡିଓ ସିରିଜ୍ ଆରମ୍ଭ କରିଛି । ବିଜେପି ତାର ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓ ସେୟାର କରିବା ସହ ଲେଖିଛି କଂଗ୍ରେସ ଫାଇଲ୍ସର ପ୍ରଥମ ଏପିସୋଡ୍ ଦେଖନ୍ତୁ । କିଭଳି କଂଗ୍ରେସ ଶାସନ ସମୟରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଓ ଅନିୟମିତତା ହୋଇଥିଲା ।…

ବିଜେପି ପକ୍ଷରୁ ଜାରି ୩ ମିନିଟ୍ ଭିଡିଓରେ କଂଗ୍ରେସର ଅର୍ଥ ଦୁର୍ନୀତି ବୋଲି କୁହାଯାଇଛି । ଭିଡିଓରେ କଂଗ୍ରେସ ଶାସନ ସମୟରେ ହୋଇଥିବା କୋଇଲା ଦୁର୍ନୀତି, ୨ଜି ସ୍ପେକ୍ଟ୍ରମ, କମନୱେଲଥ ଗେମ୍ ଦୁର୍ନୀତି ନେଇ ଅଭିଯୋଗ ରହିଛି । ଏହା ପୂର୍ବରୁ କଂଗ୍ରେସ ଆଦାନୀ ପ୍ରସଙ୍ଗକୁ ନେଇ ବିଜେପି ଉପରେ ଆକ୍ରମଣ ଜାରି ରଖିଛି ।

Leave A Reply

Your email address will not be published.