Latest Odisha News

BREAKING NEWS

ଆଜି ଶିବସେନା-ବିଜେପି ବୈଠକ; ବିଜେପି ଉପରେ ଚାପ ପ୍ରୟୋଗ କରିବେ ଉଦ୍ଧବ ଠାକରେ !

ମୁମ୍ବାଇ: ମହାରାଷ୍ଟ୍ରରେ ଶାସନ କ୍ଷମତାକୁ ନେଇ ବିଜେପି-ଶିବସେନା ମହାମେଣ୍ଟରେ ଯେଉଁ ଫାଟ ସୃଷ୍ଟି ହୋଇ ସମସ୍ୟା ସୃଷ୍ଟି ହୋଇଛି ତାହାର ସ୍ଥାୟୀ ସମାଧାନ ଲାଗି ଆଜି ନୂଆଦିଲ୍ଲୀଠାରେ ଏହି ଦୁଇ ଦଳର ୨ଟି ଲଗାତର ବୈଠକ ଅନୁଷ୍ଠିତ ହେଉଛି ବୋଲି ଏନଡ଼ିଟିଭି ସୂତ୍ରରୁ ପ୍ରକାଶ ।

ମହାରାଷ୍ଟ୍ର ବିଧାନସଭା ଫଳାଫଳ ଘୋଷଣା ହେବା ଆଜିକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ କିଏ ଗଢିବ ସରକାର ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରୁନାହିଁ । ବିଜେପି-ଶିବସେନା ମେଣ୍ଟବିଧାନସଭାରେ ମନ୍ତ୍ରୀମଣ୍ଡଳ ଗଠନ କରି ସରକାର ଗଠନ କରିବା ଲାଗି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଦୁଇ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଜାରି ରହିଛି । ଶିବସେନା ଚାହୁଁଛି ଦୁଇ ଦଳ ଅଢେଇ ବର୍ଷ ଲେଖାଏଁ ଶାସନ ଭାର ଗ୍ରହଣ କରନ୍ତୁ । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏହିକଥାକୁ ନେଇ ଶିବସେନା ଅଡ଼ି ବସିବାରୁ ବିଜେପି ଏହା ଚାହିଁନଥିଲା ।

ଆଜି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ରାଜ୍ୟପାଳଙ୍କୁ ଭେଟି ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳକୁ ସରକାର ଗଠନ ନିମନ୍ତେ ଆମନ୍ତ୍ରଣ କରିବା ନେଇ ଅନୁରୋଧ କରିବେ ।

ଏଠାରେ ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ୨୮୮ଟି ଆସନ ମଧ୍ୟରୁ ବିଜେପି ଏକାକି ୧୦୫ଟି ସିଟ୍ ଏବଂ ଶିବସେନା ୫୬ଟି ସିଟ୍ ହାସଲ କରିଛି । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଥିବା ବେଳେ ଏହା ଚାହୁଁନାହିଁ ମେଣ୍ଟର ଅଂଶିଦାର ଶିବସେନା । ଶିବସେନା ନିର୍ବାଚନ ପରେ ପରେ ହିଁ ଏହି ଦୁଇ ଦଳ ଶାସନ କ୍ଷମତା ୫୦-୫୦ ଭାଗ ଅଂଶିଦାର ରହିବେ ବୋଲି ଯିଦ୍ ଧରି ବସିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଆଜିକୁ ନିର୍ବାଚନ ୧୧ ଦିନ ବିତିଯାଇ ଏହି ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିସାରିଥିଲେ ମଧ୍ୟ ଶାସନ କ୍ଷମତା ଲାଗି ମେଣ୍ଟ ସରକାର ଗଠନ କରିପାରୁନାହିଁ ।

ଏହି ଦୁଇ ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦର ଅବସାନ ଘଟାଇ ସରକାର ଗଠନ କରିବା ନେଇ ଆଜି ବୈଠକର ଗୁରୁତ୍ୱ ବେଶ୍ ରହିଛି ବୋଲି ରାଜନୈତିକ ବିଶାରଦଙ୍କ ମତ ।

Leave A Reply

Your email address will not be published.