Latest Odisha News

BREAKING NEWS

ମହାନଦୀରେ ମାଛ ପାଇଁ ବ୍ଲାଷ୍ଟିଂ, ଜଣେ ଗିରଫ

ସୋନପୁର: ମାଛ ଧରିବା ପାଇଁ ଅନେକ ଉପାୟ ଅଛି । କିଏ ଜାଲ ପକାଏ ତ କିଏ ବନିଶୀ । ହେଲେ କେବେ ବିସ୍ଫୋରଣ ଘଟାଇ ମାଛ ଧରିବା ଘଟଣା ବୋଧ ହୁଏ ଆପଣ କେବେ ପଢିଥିବେ କି ଶୁଣିଥିବେ । ଏପରି ଅଜବ କାଣ୍ଡ ଘଟାଇ ସୋନପୁରର ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି ।

ମହାନଦୀରେ କିଛି ଲୋକ କ୍ରମାଗତ କରିଚାଲିଥିଲେ ବେଆଇନ୍ ବ୍ଲାଷ୍ଟିଂ । ଖାସ ମାଛ ଧରିବାକୁ ଏହି ବିପଦଜନକ ଉପାୟକୁ କିଛି ହାତ ଗଣତି ଲୋକ ଆପଣେଇବାକୁ କୁଣ୍ଠାବୋଧ କରିନଥିଲେ । ସୋନପୁର ବ୍ରିଜ ତଳେ ଏପରି ଘଟଣାକୁ ଦେଖି ସ୍ଥାନୀୟ କୈବର୍ତ୍ତମାନେ ପ୍ରତିବାଦ କରିଥିଲେ । ପ୍ରଥମେ ପ୍ରତିବାଦ ଓ ପରେ ବ୍ଲାଷ୍ଟିଂ କରୁଥିବା ଲୋକଙ୍କୁ କୈବର୍ତ୍ତମାନେ କାବୁ କରିଥିଲେ ।

ତେବେ ଧସ୍ତାଧସ୍ତିରେ ତିନିଜଣ ଚମ୍ପଟ୍ ମାରିଥିଲାବେଳେ ଜଣେ ବ୍ୟକ୍ତିଙ୍କୁ କୈବର୍ତ୍ତମାନେ ପୋଲିସରେ ଜିମା ଦେଇଥିଲେ । ପୋଲିସ ରିପୋର୍ଟ ଅନୁଯାୟୀ ଗିରଫ ଯୁବକ ଜଣକ ହିକୁଡି ଗାଁ ବାସିନ୍ଦା । ତା ନିକଟରୁ ଜିଲୋଟିମ୍ ଓ ମାଛ ଜବତ କରାଯାଇଥିଲା । ଗିରଫ ଯୁବକଙ୍କ ନାଁରେ ସୋନପୁର ଥାନାରେ ମାମଲା ରୁଜୁ ହୋଇଥିଲାବେଳେ ଚମ୍ପଟ୍ ମାରିଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.