Latest Odisha News

BREAKING NEWS

ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା,ଡଙ୍ଗାରେ ଅଛନ୍ତି ୨୫ ଯାତ୍ରୀ

କୃଷ୍ଣପ୍ରସାଦ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଛି ଡଙ୍ଗା । ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଫସି ରହିଲା ଡଙ୍ଗା । ଡଙ୍ଗାରେ ୨୫ ଯାତ୍ରୀ ଙ୍କ ସହ ୧୦ଟି ବାଇକ ଥିବା ସୂଚନା । ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି ଫସିରହିଥିବା ଯାତ୍ରୀ ।

ସୂଚନାଯୋଗ୍ୟ, ଗତ ମେ’ ଡିସେମ୍ବର ୨୦ ତାରିଖରେ ଚିଲିକା ମଝିରେ ଫସିଥିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଥିଲା ଡଙ୍ଗା । ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ଫସିଯାଇଥିଲା । ଜହ୍ନିକୁଦାରୁ ସାତପଡା ଯାଉଥିବା ବେଳେ ଚିଲିକି ଠାରୁ ମାତ୍ର ୨୦୦ ମିଟର ଦୁରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଥିଲା ଡଙ୍ଗା ।

Leave A Reply

Your email address will not be published.