Latest Odisha News

BREAKING NEWS

ଆପଣ ହେୟାର ଷ୍ଟ୍ରେଟନିଙ୍ଗ କିମ୍ବା କଲରିଙ୍ଗ୍ କରୁଛନ୍ତି କି? ହୋଇପାରେ କ୍ୟାନ୍ସର ପରି ଭୟଙ୍କର ରୋଗ

ଭୁବନେଶ୍ଵର: ଆଜିକାଲି ଝିଅମାନେ ସାଧାରଣତଃ ହେୟାର ଷ୍ଟ୍ରେଟନିଙ୍ଗ, କଲରିଙ୍ଗ ଓ ହେୟାର ସ୍ମୁଥିଙ୍ଗ୍ ଆଦି ବେଶି କରୁଛନ୍ତି । କେବଳ ଯେ ଯୁବତୀ ତାହା ନୁହେଁ ବର୍ତ୍ତମାନ ଏହି ଟ୍ରେଣ୍ଡିଙ୍ଗ୍କୁ ସବୁ ବୟସର ଲୋକ ଆପଣେଇ ଚାଲିଲେଣି । ତେବେ ଏହା କଣ କେଶକୁ ଭଳ ରଖିବାର ସଠିକ୍ ଉପାୟ । ଡାକ୍ତରଙ୍କ କହିବା ଅନୁସାରେ କେଶକୁ କଲରିଙ୍ଗ୍ କରିବା, ଷ୍ଟ୍ରେଟନିଙ୍ଗ କରିବା କିମ୍ବା ସ୍ମୁଥିଙ୍ଗ କରିବା ଭୟଙ୍କର ରୋଗକୁ ଡାକିଥାଏ ।  ଏହା ସତ୍ୟ ଯେ କେଶରେ ଏସବୁ କରିବା ଦ୍ଵାରା କେଶର ସୌନ୍ଦର୍ଯ୍ୟ ବହୁ ପରିମାଣରେ ବଢିଯାଏ ମାତ୍ର କର୍କଟ ପରି ଭୟଙ୍କର ରୋଗକୁ ଆମନ୍ତ୍ରଣ କରିଥାଏ । ଏଫଡିଏ ନିକଟରେ କହିଛି ଯେ, କର୍କଟ ରୋଗକୁ ରୋକିବା ପାଇଁ କେଶକୁ ସିଲ୍କ କରୁଥିବା ଜିନିଷର ବ୍ୟବହାରକୁ କମ୍ କରାଯିବା ଉଚିତ। ଏହିପରି ଉତ୍ପାଦଗୁଡ଼ିକରେ ଫର୍ମାଲଡିହାଇଡ୍ ଏବଂ ଫର୍ମାଲଡିହାଇଡ୍ ରିଲିଜ୍ ରାସାୟନିକ ପଦାର୍ଥ ବହୁ ପରିମାଣରେ ଥାଏ | ଯେଉଁଥିପାଇଁ କର୍କଟ ରୋଗ ହେବାର ଆଶଙ୍କା ବଢିଥାଏ |

କେଶକୁ ସୁନ୍ଦର କରିବା ପାଇଁ ଅତ୍ୟଧିକ ରାସାୟନିକ ଜିନିଷ ବ୍ୟବହାର କରିବା ଦ୍ଵାରା ମହିଳା ମାନଙ୍କର ଗର୍ଭାଶୟରେ କର୍କଟ ହେବାର ଆଶଙ୍କା ବଢିଥାଏ | ୨୦୨୨ ମସିହାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH ରେକର୍ଡ) ଅନୁଯାୟୀ, ରାସାୟନିକ ପଦାର୍ଥ ବ୍ୟବହାର ପରେ ନିର୍ଗତ ଧୂଆଁ ଗର୍ଭାଶୟ କର୍କଟ ହେବାର ଆଶଙ୍କା ବଢାଇଥାଏ। ବାସ୍ତବରେ, ଏହି କର୍କଟ ହୁଏ ଯେତେବେଳେ କର୍କଟ କୋଷଗୁଡ଼ିକ ଏଣ୍ଡୋମେଟ୍ରିଅମର ଟିସୁରେ ସୃଷ୍ଟି ହୁଏ | ଯାହା ଗର୍ଭାଶୟ ପାଖରେ ଅଛି | ଫର୍ମାଲଡିହାଇଡ୍ ଏହି କର୍କଟ କୋଷଗୁଡ଼ିକୁ ଟ୍ରିଗର କରିଥାଏ ଏବଂ ଶରୀରରେ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିଥାଏ |

ସେହିପରି Cancer.gov ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, କେଶ ରଙ୍ଗ କରିବା ଦ୍ୱାରା ବ୍ଲାଡର କର୍କଟ ହେବାର ଆଶଙ୍କା ମଧ୍ୟ ବଢିଥାଏ | ହେୟାର ଡ୍ରାଏର ପ୍ରାୟ ୮୦ ପ୍ରତିଶତ ଜିନିଷ ହାଇଡ୍ରୋଜେନ୍ ପେରକ୍ସାଇଡ୍ ରୁ ନିର୍ମିତ ଯାହାକି ଏକ କର୍କିନୋଜେନିକ୍ ସୂତ୍ର ଅଟେ | ଏହା ବ୍ଲାଡରରେ କର୍କଟ ରୋଗକୁ ପ୍ରୋତ୍ସାହିତ କରେ |

 

Leave A Reply

Your email address will not be published.