Latest Odisha News

BREAKING NEWS

ଦାଦାବଟି ପାଇଁ ବୋମାମାଡ଼ ଘଟଣା, ଗ୍ୟାଙ୍ଗ ମୁଖ୍ୟ ସହ ୫ ଗିରଫ

ପୁରୀ: ଆକ୍ସନ ମୋଡରେ ପୁରୀ ପୋଲିସ । ବୋମାମାଡ଼ର ୨୪ ଘଣ୍ଟାରେ ପୁରୀ ପୋଲିସ ବୋମାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ରାଜା ମଲ୍ଲିକଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪ଟି ଅଫୁଟା ବୋମା, ୨ଟି ବାଇକ, ଗୋଟିଏ ମୋବାଇଲ୍ ଓ ଭୁଜାଲି ଜବତ ହୋଇଛି ।

ଗତ ୧୪ ତାରିଖ ସନ୍ଧ୍ୟାରେ ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଗୌଡ଼ବାଡ଼ା ସାହି ମାଛ ମାର୍କେଟରେ ବୋମାମାଡ଼ ହୋଇଥିଲା । ମାଛ ମାର୍କେଟରେ ଥିବା ସନ୍ତୋଷ ସାହୁଙ୍କ ଚିକେନ୍ କାଉଣ୍ଟରରେ ଦାଦାବଟିକୁ ନେଇ ବୋମାମାଡ଼ କରିଥିଲେ ରାଜା ଓ ତାର ସହଯୋଗୀ ।

ବୋମାମାଡ଼ ପରେ ସମସ୍ତେ ଫେରାର୍ ହୋଇ ଯାଇଥିଲେ । ଘଟଣାକୁ ଗୁରୁତର ସହ ନେଇ ପୁରୀ ଏସପିଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିଲା ସ୍ୱତନ୍ତ୍ର ସ୍କ୍ୱାଡ୍ । ୨୪ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.