Latest Odisha News

BREAKING NEWS

ପୁସ୍ତକ ପରିଚୟ : ମିଷ୍ଟି ମିଶ୍ର

କୋଡିଏଟି ଗଳ୍ପର କଳ୍ପିତ ନାୟିକା

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା 

ପୁସ୍ତକ : ମିଷ୍ଟି ମିଶ୍ର
ଗାଳ୍ପିକ : କୁମାର ବିପ୍ଳବ
ପ୍ରକାଶକ : ପଶ୍ଚିମା ପ୍ରକାଶନୀ
ପୃଷ୍ଠା ସଂଖ୍ୟା : ୧୨୬
ମୂଲ୍ୟ : ୧୪୯ ଟଙ୍କା ମାତ୍ର

ଗାଳ୍ପିକ କୁମାର ବିପ୍ଳବଙ୍କ ସଦ୍ୟ ପ୍ରକାଶିତ ଗଳ୍ପ ସଙ୍କଳନ “ମିଷ୍ଟି ମିଶ୍ର” । ମିଷ୍ଟି ମିଶ୍ରର ସମସ୍ତ ଗଳ୍ପରେ ନାୟିକା ନିଜେ ମିଷ୍ଟି ମିଶ୍ର। ସେ କେତେବେଳେ ଶକ୍ତି ମିଶ୍ରର ପ୍ରେମିକାତ କେତବେଳେ ଶକ୍ତି ମିଶ୍ରର ସ୍ତ୍ରୀ। ସେ କେତେବେଳେ ବିନାପାଲି ଗେଷ୍ଟ ହାଉସ୍ ରେ’ତ କେତେବେଳେ ଅପର୍ଣ୍ଣା ଲଜ୍ ର ରୁମ୍ ନମ୍ବର ଶହେ ଏଗାରରେ। ସେ କେତେବେଳେ ଜହ୍ନ ରାତିର ଝଡତ କେତେବେଳେ ଜହ୍ନ ରାତିର ପ୍ରେମ। ସେ କେତେବେଳେ କଦମ୍ବ ଫୁଲର ବାସ୍ନାତ କେତେବେଳେ ଝରକା ସେପାଖର ବର୍ଷା।

ଏ ପ୍ରେମମୟ ପୃଥିବୀରେ ମିଷ୍ଟି ମିଶ୍ର ହେଉଛି ପ୍ରେମର ଏକ ଅନୁଭବ। ଏଠି ସଙ୍କଳନ ରେ ସ୍ଥାନିତ କୋଡିଏଟି ଯାକ ଗପରେ ନାୟିକା ସେ ନିଜେ। ତାପାଇଁ ଏଠି ଲେଖକ ଲେଖିଛନ୍ତି ବେଶ୍ କିଛି ଅଧା ଲେଖା ପ୍ରେମ ଗଳ୍ପ। ତାପାଇଁ ଦେଖିଛନ୍ତି ଜହ୍ନ ରାତିର ଝଡ ଏବଂ ଝରକା ସେପାଖର ଜହ୍ନ ରାତିକୁ। କବିମାନଙ୍କ ପରି ଭାବନାରେ ବହି ଯାଇଛନ୍ତି ଗାଳ୍ପିକ। କେତେକ ଯାଗାରେ ସେ ଆଦୈୗ ହୋଇ ନାହାନ୍ତି ସତର୍କ। ସତର୍କ ହୋଇଥିଲେ ହୁଏତ ଟିକିଏ ଭିନ୍ନ ହୋଇଥାଆନ୍ତା ଅନେକ ଗପର ଗଠନ ଶୈଳୀ। ହୁଏତ ଅନେକ ଯାଗାରେ ଆସି ପାରିଥାଆନ୍ତା ଟୁଇଷ୍ଟ , ଭିନ୍ନ ହୋଇଥାଆନ୍ତା ଅନେକ ଗପର କ୍ଲାଇମାକ୍ସ ଷ୍ଟାଇଲ୍ ଏବଂ ଅନେକ ଗପରେ ଶେଷ ପର୍ଯ୍ୟନ୍ତ ରହି ପାରିଥାନ୍ତା ବେଶ୍ କିଛି ଭାବ ପ୍ରବଣତା ଏବଂ ଆଉ କିଛି ଅନୁସନ୍ଧିତ୍ସା ।

ଅବଶ୍ୟ ସବୁଠି ଘଟିନି ସେମିତିକା ଦୁର୍ଘଟଣା। ” ସୂର୍ଯ୍ୟୋଦୟ ” ପରି ଗପରେ ଲେଖକ ବେଶ୍ ସତର୍କ କରାଇଛନ୍ତି ନିଜକୁ ଏବଂ ଖୁବ୍ ସୁନ୍ଦର ଭାବରେ ଗଢିଛନ୍ତି ଗପଟିକୁ। ଗପରେ ଶେଷ ପର୍ଯ୍ୟନ୍ତ ରହିଛି କ୍ଵିରୋସିଟି। ଯେଉଁ ଡାକ୍ତର ବାବୁଙ୍କୁ ଭୁଲ୍ ବୁଝି ତାଙ୍କୁ ଛାଡି ଚାଲି ଆସିଥିଲା ମିଷ୍ଟି ମିଶ୍ର, ତାଙ୍କୁ ଏବେ ସେ ବୁଝି ପାରିଛି। ସେ ଏବେ ଗୋଟା ପଣେ ତା’ର। ଖୁବ୍ ସୁନ୍ଦର ହୋଇଛି ଗପଟି।

Leave A Reply

Your email address will not be published.