Latest Odisha News

BREAKING NEWS

ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ: ଓଡ଼ିଶାର ଚାନ୍ଦିପୁର ଘାଟୀରେ ହେଲା ଉତକ୍ଷେପଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସୋମବାର ସକାଳ ୧୦:୩୦ ସମୟରେ ସୁପରସୋନିକ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପରୀକ୍ଷା ହେବା ନେଇ ସୂଚନା ଦିଆଯାଇଛି ।

ପ୍ରତିକୂଳ ପାଗ ସତ୍ତେ୍ୱ ଚାନ୍ଦିପୁର ଆଇ.ଟି.ଆର ଟେଷ୍ଟ ରେଞ୍ଜର ଲଞ୍ଚ ପ୍ୟାଡ଼ରୁ ବିଶ୍ୱର ସବୁଠୁ ନିର୍ଭରଯୋଗ୍ୟ ସୁପରସୋନିକ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ ।

 

ଭାରତୀୟ ପ୍ରତିରକ୍ଷା ବିକାଶ ସଂଗଠନ (ଡ଼ିଆରଡ଼ିଓ) ଏବଂ ରୁଷିଆର ଏନପିଓଏମର ମିଳିତ ସହଯୋଗ ଏବଂ ମିଳିତ ବୈଷୟିକ ଜ୍ଞାନକୋଶଳରେ ଏହି କ୍ଷେପଣାସ୍ତ୍ର ନିର୍ମିତ ହୋଇଛି ।

ବହୁ ଚର୍ଚ୍ଚିତ ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବେ ଭାରତୀୟ ସେନା, ନୌବାହିନୀ ତଥା ଆକାଶବାହିନୀରେ ସାମିଲ ହୋଇପାରିବ ବୋଲି ସୂଚନା ମିଳିଛି । ବ୍ରହ୍ମୋସ କ୍ଷେପଣାସ୍ତ୍ର ବୁଡ଼ା ଜାହାଜରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବର କ୍ଷମତା ରହିଛି । ଏହା ଶତ୍ରୁପକ୍ଷର ରାଡ଼ାରେ ଜଣାପଡ଼ିବା ପୂର୍ବରୁ ହିଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇପାରିବ

Leave A Reply

Your email address will not be published.