Latest Odisha News

‘ହାଓଡ଼ି ମୋଦୀ’: ଆମେରିକା ଯିବା ପୂର୍ବରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ…

ନୂଆଦିଲ୍ଲୀ: ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି:

୨୧ରୁ ୨୭ ସେପ୍ଟେମ୍ବର, ୨୦୧୯ ପର୍ଯ୍ୟନ୍ତ ମୁଁ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରୁଛି । ମୁଁ ପ୍ରଥମେ ହଷ୍ଟନ ଗସ୍ତ କରିବି ଏବଂ ତା’ପରେ ମିଳିତ ଜାତିସଂଘ ସାଧାରଣ ପରିଷଦର ୭୪ତମ ଅଧିବେଶନର ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ନ୍ୟୁୟର୍କ ଯାତ୍ରା କରିବି ।

ହଷ୍ଟନ ଠାରେ ମୁଁ ଭାରତ-ଆମେରିକା ଶକ୍ତି ସହଭାଗିତା ବୃଦ୍ଧି ଲାଗି ଆମେରିକାର ଅଗ୍ରଣୀ ଶକ୍ତି କମ୍ପାନୀଗୁଡ଼ିକର ସିଇଓମାନଙ୍କ ସହିତ ଆଲୋଚନା କରିବି । ଶକ୍ତି ସହଯୋଗ ଆପୋସ ଲାଭର ଏକ ନୂଆ କ୍ଷେତ୍ର ଭାବେ ଉଭା ହୋଇଛି ଏବଂ ଏହା ଦ୍ରୁତଗତିରେ ଆମ ଦ୍ୱିପାକ୍ଷିକ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇପାରିଛି ।

ହଷ୍ଟନ ଠାରେ, ଭାରତୀୟ-ଆମେରିକୀୟ ସମୁଦାୟକୁ ଭେଟିବା ଏବଂ ଉଦବୋଧନ ଦେବାକୁ ମୁଁ ଆଗ୍ରହର ସହ ଅପେକ୍ଷା କରି ରହିଛି । ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସଫଳତା, ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ କ୍ଷେତ୍ରରେ ସେମାନଙ୍କ ଯୋଗଦାନ, ଭାରତ ସହ ସେମାନଙ୍କ ନିବିଡ଼ ସମ୍ପର୍କ, ଆମ ଦୁଇ ଗଣତନ୍ତ୍ର ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବା ଲାଗି ସେମାନଙ୍କ ଭୂମିକା ଆମ ପାଇଁ ଗର୍ବର ବିଷୟ ।

ଏହା ମୋ ପାଇଁ ଏବଂ ଭାରତୀୟ ସମୁଦାୟ ପାଇଁ ଅତ୍ୟନ୍ତ ଗୌରବର ବିଷୟ ଯେ ଆମେରିକାର ରାଷ୍ଟ୍ରପତି ମିଃ ଡୋନାଲ୍ଡ ଟ୍ରମ୍ପ ଏହି ସମାରୋହରେ ଯୋଗ ଦେବେ ଏବଂ ମୋ ସହିତ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ । ମୋ ସହିତ ଏକ ଭାରତୀୟ ସମୁଦାୟର କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତିଙ୍କ ଉପସ୍ଥିତି ରହିବାର ଏହା ହେଉଛି ପ୍ରଥମ ଅବସର । ଏହା ସେମାନଙ୍କ ସହିତ ଆମ ସମ୍ପର୍କର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ହଷ୍ଟନରେ ଥିବା ସମୟରେ ଭାରତୀୟ-ଆମେରିକୀୟ ସମୁଦାୟର ବିଭିନ୍ନ ଗୋଷ୍ଠୀ ଏବଂ ସେମାନଙ୍କ\nନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ଲାଗି ମୁଁ ସୁଯୋଗ ପାଇବି ।

ନ୍ୟୁୟର୍କରେ ମୁଁ ମିଳିତ ଜାତିଂସଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବି । ୧୯୪୫ରେ ପ୍ରତିଷ୍ଠାତା ସଦସ୍ୟ ଭାବେ ମିଳିତ ଜାତିସଂଘରେ ସାମିଲ ହେବା ପରଠାରୁ ଭାରତ ବହୁପକ୍ଷବାଦ, ଶାନ୍ତି ଓ ନିରାପତା, ବିଶ୍ୱର ବ୍ୟାପକ ସମାବେଶୀ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପ୍ରତି ନିଜର ନିରନ୍ତର ପ୍ରତିବଦ୍ଧତା ଜାହିର କରି ଆସିଛି । ଚଳିତ ବର୍ଷ ମିଳିତ ଜାତିସଂଘ ସାଧାରଣ ପରିଷଦର ୭୪ତମ ଅଧିବେଶନର ବିଷୟବସ୍ତୁ ରହିଛି ଞ୍ଛଦାରିଦ୍ର‌୍ୟ ଉନ୍ମୁଳନ, ଉନ୍ନତମାନର ଶିକ୍ଷା, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ସମାବେଶନ ଲାଗି ବହୁପକ୍ଷୀୟ ପ୍ରୟାସକୁ ବୃଦ୍ଧି\nକରିବା‛ । ଅସ୍ଥିର ବିଶ୍ୱ ଅର୍ଥବ୍ୟବସ୍ଥା, ବିଶ୍ୱର ଅଧିକାଂଶ ଭାଗରେ ଉତେଜନା ଓ ସମସ୍ୟା, ଆତଙ୍କବାଦର ପ୍ରସାର, ଜଳବାୟୁ ପରିବର୍ତନ ଏବଂ ଦାରିଦ୍ର‌୍ୟ ଭଳି ଅନେକ ଆହ୍ୱାନ ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ରହିଛି । ଏଥିପାଇଁ ଦୃଢ଼ ବୈଶ୍ୱିକ ପ୍ରତିବଦ୍ଧତା ଏବଂ ନିରନ୍ତର ବହୁମୁଖୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଏକ ଉତରଦାୟୀ, ପ୍ରଭାବୀ ଏବଂ ସମାବେଶୀ ବହୁପକ୍ଷବାଦ ପ୍ରତି ମୁଁ ଆମର ପ୍ରତିବଦ୍ଧତାକୁ ଦୋହରାଇବି ଏବଂ ଭାରତ ଏଥିରେ ନିଜର ଭୂମିକା ନିର୍ବାହ କରିବ । ମିଳିତ ଜାତିସଂଘ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସମୟରେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଆମର ସଫଳତା ବିଷୟରେ ମୁଁ ଉଲ୍ଲେଖ କରିବି ।

ସେପ୍ଟେମ୍ବର ୨୩ରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଜଳବାୟୁ ପରିବର୍ତନର ମୁକାବିଲା ଲାଗି ବୈଶ୍ୱିକ ଲକ୍ଷ୍ୟ ଏବଂ ଆମର ଅନ୍ତର୍ଜାତୀୟ ପ୍ରତିବଦ୍ଧତା ଆଧାରରେ ଭାରତର ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ବିଷୟରେ ମୁଁ ଉଲ୍ଲେଖ କରିବି । ସେହିପରି ମିଳିତ ଜାତିସଂଘର ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର କାର୍ଯ୍ୟକ୍ରମରେ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ସମେତ ଗରିବଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଁଚାଇବା ଲାଗି ଆମର ଅନ୍ୟସବୁ ଉପଲବ୍ଧିକୁ ମୁଁ ବିଶ୍ୱ ମଂଚରେ ଉପସ୍ଥାପନ କରିବି । ମିଳିତ ଜାତିସଂଘରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ଭାରତ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ଆଜିର ବିଶ୍ୱ ପାଇଁ ଗାନ୍ଧୀ ବିଚାର ଓ ମୂଲ୍ୟବୋଧର ନିରନ୍ତର ଉପଯୋଗିତା ଉପରେ ଆଲୋକପାତ କରାଯିବ । ମିଳିତ ଜାତିସଂଘ ମହାସଚିବଙ୍କ ସମେତ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଏହି ସମାରୋହରେ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ବାର୍ତାର ଗୁରୁତ୍ୱ ଉପରେ ଆଲୋକପାତ କରିବେ । ମିଳିତ ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ମୁଁ ମଧ୍ୟ ଅନ୍ୟ ରାଷ୍ଟ୍ର ମୁଖ୍ୟ ଏବଂ ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥାର ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବି । ଭାରତ ପ୍ରଥମ ଥର ପାଇଁ ପ୍ରଶାନ୍ତ ମହାସାଗରୀୟ ଏବଂ କାରୀକମ ରାଷ୍ଟ୍ରମୁଖ୍ୟଙ୍କ ସହିତ ଏହି ଅବସରରେ ନେତୃମଣ୍ଡଳୀ ସ୍ତରୀୟ ଆଲୋଚନା କରିବ । ଏହା ଆମର ଉଜ୍ଜ୍ୱଳ ଦକ୍ଷିଣ-ଦକ୍ଷିଣ ସହଯୋଗ ଏବଂ ସେମାନଙ୍କ ସହିତ ସହଭାଗିତାକୁ ଆହୁରି ଆଗେଇ ନେବ । କିଛିଦିନର ବ୍ୟବଧାନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ହଷ୍ଟନ ଓ ନ୍ୟୁୟର୍କରେ ବୈଠକୁ ଆଗ୍ରହର ସହ ଅପେକ୍ଷା\nକରି ରହିଛି । ଉଭୟ ଦେଶର ଲୋକମାନଙ୍କୁ ଆହୁରି ଅଧିକ ଲାଭ ଦେବା ଉଦ୍ଦେଶ୍ୟରେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆମେ ସମୀକ୍ଷା କରିବୁ । ଆମର ଜାତୀୟ ବିକାଶ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ।

ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା, ପ୍ରଯୁକ୍ତି ଏବଂ ନବୋନ୍ମେଷ କ୍ଷେତ୍ରରେ ସହଭାଗୀତା ପାଇଁ ଅନେକ ସମ୍ଭାବନା ରହିଛି । ଭାରତର ଆର୍ଥିକ ଅଭିବୃଦ୍ଧି ଏବଂ ଜାତୀୟ ନିରାପତା କ୍ଷେତ୍ରରେ ମଧ୍ୟ ଆମେରିକାର ସହଯୋଗ ଗୁରୁତ୍ୱପୂର୍ଣ୍ଣ । ସହଭାଗୀ ମୂଲ୍ୟବୋଧ, ସମ୍ମିଳିତ ସ୍ୱାର୍ଥ ଏବଂ ମିଳିତ ଶକ୍ତି ବିଶ୍ୱ ସର୍ବପ୍ରାଚୀନ ଏବଂ ସର୍ବବୃହତ ଗଣତନ୍ତ୍ର ମଧ୍ୟରେ ପ୍ରାକୃତିକ ସହଭାଗୀତା ପାଇଁ ମୂଳଦୁଆ ପାଲଟିଛି । ମିଳିତ ଭାବେ କାର୍ଯ୍ୟ କରି ଆମେ ଏକ ଅଧିକ ଶାନ୍ତିପୂର୍ଣ୍ଣ, ସ୍ଥିର, ନିରାପଦ, ସ୍ଥାୟୀ ଓ ସମୃଦ୍ଧ ବିଶ୍ୱ ନିର୍ମାଣ ଦିଗରେ ଯୋଗଦାନ ଦେଇପାରିବୁ । ନ୍ୟୁୟର୍କକୁ ମୋ ଗସ୍ତ ଆମେରିକା ସହିତ ଆମର ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଦିଗକୁ ଛୁଇଁବ । ବ୍ଲୁମବର୍ଗ ଗ୍ଲୋବାଲ ବିଜନେସ ଫୋରମର ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେବା ଏବଂ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ପରିବର୍ତନରେ ଅଧିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଲାଗି ଆମେରିକୀୟ ବ୍ୟବସାୟୀମାନଙ୍କୁ ନିମନ୍ତ୍ରଣ କରିବାକୁ ମୁଁ ଆଗ୍ରହର ସହ ଅପେକ୍ଷା କରିଛି । ‘ଗ୍ଲୋବାଲ ଗୋଲକିପର୍ସ ଗୋଲ ପୁରସ୍କାର ୨୦୧୯’ରେ ମୋତେ ସମ୍ମାନିତ କରିବା ଲାଗି ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ନେଇଥିବା ନିଷ୍ପତି ମୋ ପାଇଁ ଗର୍ବର ବିଷୟ ।

ମୋର ବିଶ୍ୱାସ ଯେ ମୋର ଏହି ଗସ୍ତ ଭାରତକୁ ଏକ ସମ୍ଭାବନାମୟ ଭୂମି, ଏକ ବିଶ୍ୱସ୍ତ ସହଯୋଗୀ ଏବଂ ବିଶ୍ୱ\nନେତା ଭାବେ ଉପସ୍ଥାପିତ କରିବ । ଏହା ମଧ୍ୟ ଆମେରିକା ସହ ଆମ ସମ୍ପର୍କରେ ନୂତନ ଉତ୍ସାହ ଭରିବ ।

Leave A Reply

Your email address will not be published.