Latest Odisha News

BREAKING NEWS

ଡିସେମ୍ବର ପହିଲାରୁ ରାଜ୍ୟତମାମ ବସ୍ ଧର୍ମଘଟ

ଭୁବନେଶ୍ବର : ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ବସ୍ ଧର୍ମଘଟ ।  ଚଳିତ ମାସ ୧ ତାରିଖଠାରୁ ସଂଘ ଧର୍ମଘଟରୁ ଓହରି ଯାଇଥିଲା । ମାତ୍ର ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି । ବସ୍ ଧର୍ମଘଟ ନେଇ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ରାଜ୍ୟର ଘରୋଇ ବସ୍ ମାଲିକ ମାନେ କିଛି ଦିନ ତଳେ ବସ୍  ଧର୍ମଘଟ କରିଥିଲେ । ଏ ନେଇ ସରକାରଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା ।

ମାତ୍ର ଏ ପର୍ଯ୍ୟନ୍ତ ଦାବି ପୂରଣ ନହେବାରୁ ପୁଣି ଥରେ ଆନ୍ଦୋଳନ ନେଇ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ । ନଭେମ୍ବର ୨୨ ତାରିଖରେ ବସ ମାଲିକ ମାନେ ବିଧାନସଭା ସମ୍ମୁଖରେ ଧାରଣା ଦେବେ । ଏ ନେଇ ସୂଚନା ଦେଇଛନ୍ତି  ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ପ୍ରାୟ ହଜାରେରୁ ଊର୍ଦ୍ଧ୍ବ ବସ୍‌ ମାଲିକ ଏହି ଧାରଣାରେ ସାମିଲ ହେବେ  । ତା ପରେ ଯଦି ସରକାର ଦାବି ପୂରଣ ନକରନ୍ତି, ତେବେ ସଂଘ ଡିସେମ୍ବର ୧ ତାରିଖ ଠାରୁ ଧର୍ମଘଟ କରିବ ବୋଲି ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.