Latest Odisha News

BREAKING NEWS

ନୂଆ ବର୍ଷ ଆଗରୁ ଶ୍ରୀଲଙ୍କାକୁ ଭାରତ ଦେଲା ୧୧ ହଜାର ମେଟ୍ରିକ ଟନ୍ ଚାଉଳ

ପୂର୍ବରୁ ଭାରତ ଦେଇ ସାରିଛି ୨ଲକ୍ଷ ୭୦ ହଜାର ମେଟ୍ରିକ ଟନ ତୈଳ ଇନ୍ଧନ

ଭୁବନେଶ୍ୱର: ଶ୍ରୀଲଙ୍କାର ଜଟିଳ ସ୍ଥିତିରେ ଦୃଢ଼ ଏବଂ ଅଟଳ ସାହାଯ୍ୟକାରୀ ପଡ଼ୋଶୀ ଭାବେ ଛିଡ଼ା ହୋଇଛି ଭାରତ । ଦୁଇ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଇ ଗତି କରୁଛି ଏହି ଦ୍ୱୀପ ଦେଶ । ମଙ୍ଗଳବାର ଭାରତ ୧୧ ହଜାର ମେଟ୍ରିକ ଟନ୍ ଚାଉଳ ରପ୍ତାନୀ କରିଛି ।

ଦ୍ୱୀପ ଦେଶ ନୂଆ ବର୍ଷ ପାଳିବା ଆଗରୁ ଭାରତ ପହଞ୍ଚାଇ ଦେଇଛି ଚାଉଳ । ଶ୍ରୀଲଙ୍କାରେ ଅବସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ମିଳିଛି ।

ଶ୍ରୀଲଙ୍କାରେ ଜାନୁଆରୀ ପ୍ରଥମରୁ ନୂଆ ବର୍ଷ ପାଳନ ହୁଏ ନାହିଁ । ସିଂହଳବାସୀ ଏପ୍ରିଲ ୧୩ କିମ୍ବା ୧୪ ତାରିଖରେ ନୂଆ ବର୍ଷ ପାଳନ କରିଥାନ୍ତି । ମଙ୍ଗଳବାର ଚାଉଳ ରପ୍ତାନୀକୁ ମିଶାଇ ସମୁଦାୟ ୧୬ ହଜାର ମେଟ୍ରିକ ଟନ୍ ଚାଉଳ ଭାରତ ଶ୍ରୀଲଙ୍କାକୁ ଯୋଗାଇଛି ।

ଶ୍ରୀଲଙ୍କାରେ ତୈଳ ଇନ୍ଧନ, ଗ୍ୟାସ୍ ଏବଂ ଚାଉଳ ସଂକଟ ଦେଖାଯିବା ପରେ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଯାଇଛି । ଏହି ସମସ୍ତ ଜିନିଷର ଆବଶ୍ୟକତା ଏବେ ଭାରତ ମେଣ୍ଟାଉଛି । ଆଜି ସୁଦ୍ଧା ଶ୍ରୀଲଙ୍କାକୁ ୨ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍ ତୈଳ ଇନ୍ଧନ ଯୋଗାଇ ସାରିଲାଣି ।

କ୍ରେଡିଟ ଲାଇନ ଚୁକ୍ତି ମୁତାବକ ଭାରତ ଶ୍ରୀଲଙ୍କାକୁ ୧ ବିଲିଅନ ଆମେରିକୀୟ ଡଲାର ସାହାଯ୍ୟ କରିବ । ଯଦ୍ୱାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦୂର ହେଇପାରିବ ।

କରୋନା ମହାମାରୀ ପରେ ଶ୍ରୀଲଙ୍କାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଥିଲା । ପର୍ଯ୍ୟଟନ କ୍ଷେତ୍ରରେ ଧୂଳି ଚରିଯିବାରୁ ଦ୍ୱୀପ ଦେଶଟି ଏବେ ପଡ଼ୋଶୀ ଦେଶମାନଙ୍କ ସାହାଯ୍ୟ ଲୋଡୁଛି ।

Leave A Reply

Your email address will not be published.