Latest Odisha News

BREAKING NEWS

Browsing Category

ସହର

City

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ନିଟ୍ ଓ ଜେଇଇ କୋଚିଂ

ଭୁବନେଶ୍ୱର:  ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣା ଅନଲାଇନ୍ ନିଟ୍ ଏବଂ ଜେଇଇ କୋଚିଂ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ଭର୍ଚୁଆଲ୍ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗତକାଲି…

ପୁଣି ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ, ଦେଶର ପ୍ରଥମ ମହିଳା ଏଡିସି ହୋଇଛନ୍ତି ଓଡ଼ିଆ ଝିଅ ମନୀଷା ପାଢୀ

ଭୁବନେଶ୍ଵର: ଦେଶର ପ୍ରଥମ ମହିଳା ଏଡ୍-ଡି-କ୍ୟାମ୍ପ (ଏଡିସି) ହୋଇଛନ୍ତି ଓଡ଼ିଆ ଝିଅ ମନୀଷା ପାଢୀ । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ବୁଧବାର ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍କ୍ବାର୍ଡନ ଲିଡର ମନୀଷା ପାଢୀଙ୍କୁ ଏଡିସି…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ରେଡ୍ ବେଳେ ଘର ଛାତ ଡେଇଁ ମାରିଲେ ଚମ୍ପଟ

ଭୁବନେଶ୍ଵର: ଛାତ ଡେଇଁ ଚମ୍ପଟ ମାରିଲେ ଜେଇ ସୁନିଲ କୁମାର ପାଢୀ । ଭିଜିଲାନ୍ସ ରେଡ୍ ବେଳେ ନିଜ ଘରର ଛାତ ଦେଇ ପଡିଶା ଘରର ଛାତକୁ ଡେଇଁ ସେଠାରୁ ଫେରାର ହୋଇଯାଇଛନ୍ତି । ଭୁବନେଶ୍ଵର ସ୍ଥିତ ଜାଗମରା ଅଞ୍ଚଳରେ ଭିଜିଲାନ୍ସ ରେଡ ପାଇଁ ପହଞ୍ଚିବା କ୍ଷଣି ଛାଟ ଡେଇଁ ଫେରାର ହୋଇଯାଇଛନ୍ତି ଜେଇ…

ଅବପାତର ରୂପ ନେଉଛି ଲଘୁଚାପ : ଡିସେମ୍ବର ୨ରେ ବାତ୍ୟା ଆଶଙ୍କା !

ଭୁବନେଶ୍ବର :  ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ  । ଗତକାଲି ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାବେଳେ ଆଜି ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ମାଗଣା ଚାଉଳ କ୍ଷୁଧା ନିବାରଣ କିରିଛି କିଛି ମାତ୍ରାରେ, ଦାରିଦ୍ର୍ୟ ଦୂରୀକରଣ କରିପାରିବ ନାହିଁ: କଂଗ୍ରେସ

ଭୁବନେଶ୍ୱର: ଆଜି କେନ୍ଦ୍ର କ୍ୟାବିନେଟ୍ ରେ ୫ ବର୍ଷ ମାଗଣା ଚାଉଳ ଦେବାକୁ ମଞ୍ଜୁରୀ ହୋଇଛି । ଏହି ମାଗଣା ଚାଉଳ ବଣ୍ଟନକୁ ଗୋଟେପଟେ ବିଜେଡି ପରୋକ୍ଷ ଭାବେ ସମର୍ଥନ କରୁଥିବାବେଳେ ଏହାକୁ ବିରୋଧ କରିଛି କଂଗ୍ରେସ । ରାଜ୍ୟରେ ମାଗଣା ଚାଉଳ ବଣ୍ଟନ ବ୍ୟବସ୍ଥା ହେତୁ କ୍ଷୁଧା ନିବାରଣ କିଛି…

ସୈନିକ ସ୍କୁଲ ପାଖ ଅଳିଆ ଗଦା ହଟିବା ନେଇ ମେୟର ଏବଂ କମିସନରଙ୍କ ଭିନ୍ନ ଭିନ୍ନ ଯୁକ୍ତି, ବର୍ଷିଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଟ୍ରାନଜିଟ୍ ସେଣ୍ଟର (ଟିଟିସି)ରୁ ଅଳିଆ ସମ୍ପୂର୍ଣ୍ଣ ହଟାଇବା ଦାବିରେ ବୁଧବାର ବିଜେପି ଭୁବନେଶ୍ୱର ଶାଖା ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ପୂର୍ବରୁ ବିଜେପି ପ୍ରତିନିଧି ଦଳ ଉକ୍ତ ସ୍ଥାନକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ…

ଯାତ୍ରୀଙ୍କ ସୁବିଧା ପାଇଁ ସ୍ପେଶାଲ ଟ୍ରେନ୍ ସେବା ବୃଦ୍ଧି କଲା ପୂର୍ବତଟ ରେଳବାଇ

ଭୁବନେଶ୍ୱର: ସାଧାରଣ ଜନତା, ବିଶେଷକରି ଯାତ୍ରୀମାନଙ୍କ ସୁବିଧା ତଥା ଗୁରୁତ୍ୱପୂର୍ଣ୍ଣ ରେଳ ମାର୍ଗର ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ଅଧୀନରେ ଓଡିଶା ଦେଇ ଯାଉଥିବା ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଶୀତଋତୁରେ ଯାତ୍ରୀଙ୍କ ପ୍ରବଳ…

ଦିନ ଦ୍ବିପ୍ରହରରେ ଲୁଟ୍, କମିସନରେଟ ପୋଲିସର ପୋଟ୍ରୋଲିଂ ବ୍ୟବସ୍ଥା ଭେଳିକି?

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଦିନ ଦ୍ୱିପ୍ରହରରେ ହେଉଥିବା ଏହି ଚୋରି ଘଟଣା ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଦେଇଛି। ଆଉ ଦିନ ସମୟରେ ଏଭଳି ଚୋରି ଘଟଣା ସାମ୍ନାକୁ ଆସିବା ପରେ କମିସନରେଟ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଏକ…

କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପ ଦୁଇଟି ହେଉଛି କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଗଙ୍ଗାହର ନଦୀ ଉପରେ ଦାମୋଦରପୁର…

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ପାଇଁ ଅଭିନବ ପ୍ରୟାସ । ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜ୍ୟରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ…