Latest Odisha News

BREAKING NEWS

Browsing Category

ସହର

City

ବ୍ରହ୍ମପୁରର ସବୁ ୱାର୍ଡରେ କାର୍ଯ୍ୟକ୍ଷମ ହେବ ୱାର୍ଡ ଅଫିସ୍‌

ବ୍ରହ୍ମପୁର:ଶାସନର ବିକେନ୍ଦ୍ରୀକରଣ ଏବଂ ସହରବାସୀଙ୍କ ହାତ ପାହାନ୍ତରେ ବିଭିନ୍ନ ପ୍ରକାର ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମହାନଗର ନିଗମର ସମସ୍ତ ୪୨ଟି ୱାର୍ଡରେ ୱାର୍ଡ ଅଫିସର କାର୍ଯ୍ୟକ୍ଷମ ହେବ। ପ୍ରଥମ ଥର…

ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୬ ଲକ୍ଷ ନେଇଗଲେ ସାଇବର ଠକ

ବ୍ରହ୍ମପୁର: ଜଣେ ବରିଷ୍ଠ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। ମାସ ମାସ ଧରି ଜମା ରଖିଥିବା ତାଙ୍କ ପେନସନ ଆକାଉଣ୍ଟକୁ ସାଇବର ଠକମାନେ ୧୦ ଦିନ ଭିତରେ ଖାଲି କରିଦେଇଛନ୍ତି। ଠକେଇର ଶିକାର ହୋଇଥିବା ବରିଷ୍ଠ ନାଗରିକ ଜଣଙ୍କ ହେଲେ ବ୍ରହ୍ମପୁର ପୁରୁଣା…

ବ୍ରହ୍ମପୁରର ଛ’ ଘରୋଇ ନର୍ସିଂହୋମ୍‌କୁ ବିଏମ୍‌ସିର ନୋଟିସ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍‌ ଉପରେ ଗତ ୧୦ ତାରିଖରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତରଫରୁ ଚଢ଼ଉ ହୋଇଥିଲା। ଏହି ଚଢ଼ଉ ସମୟରେ ନର୍ସିଂହୋମଗୁଡ଼ିକରେ ମାଳମାଳ ତୃଟି ସାମ୍ନାକୁ ଆସିଥିଲା। ଯୋଗ୍ୟତା ଅନୁଯାୟୀ…

ବିଏମ୍‌ସି କମିଶନରଙ୍କ ନାଁରେ ବିଜେପିର ଏତଲା

ବ୍ରହ୍ମପୁର: ସହରରେ ବଢୁଥିବା ମଶା ଉପଦ୍ରବକୁ ନିୟନ୍ତ୍ରଣ ଦାବିରେ ଗତ ୭ ତାରିଖରେ ବ୍ରହ୍ମପୁର ମହାନଗର ନିଗମ(ବିଏମସି) କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଉତ୍ତେଜନା ଦେଖାଦେଇଥିଲା। କେତେକ ବିଜେପି କର୍ମୀ କମିଶନରଙ୍କ ଚାମ୍ବର ଭିତରକୁ ଧସେଇ ପଶିବା ନେଇ ଅଭିଯୋଗ…

ଗଞ୍ଜାମ ଜିଲା କ୍ରିକେଟ ସଂଘର ସଭାପତି ହେଲେ ବ୍ରହ୍ମପୁର ବିଧାୟକ ବିକ୍ରମ

ବ୍ରହ୍ମପୁର:ବହୁ ବରିଷ୍ଠ ଖେଳାଳିଙ୍କ ବିରୋଧ ଏବଂ ନାନା ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘର ନିର୍ବାଚନ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅଶୋକ କୁମାର ସାହୁ,…

ବ୍ରହ୍ମପୁରର ୬ ନର୍ସିଂହୋମ ଉପରେ ଚଢ଼ଉ

ବ୍ରହ୍ମପୁର:ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍‌ ଉପରେ ଶନିବାର ସନ୍ଧ୍ୟାରେ ପ୍ରଶାସନ ତରଫରୁ ଚଢ଼ଉ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଚଢ଼ଉ ହୋଇଥିଲା। ଚଢ଼ଉ…

ରାଜଶ୍ରୀ କଳା ଓ ସାହିତ୍ୟର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୀ: ସ୍ଥାନୀୟ ସଂସ୍କୃତି ଭବନରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାଚୀନ ଓ ଆଧୁନିକ ସାହିତ୍ୟ ମଧ୍ୟରେ କିପରି ସାମଞ୍ଜସ୍ୟ ରହିବା ଉଚିତ ସେ…

ଗଞ୍ଜାମ ପ୍ରଶାସନରେ ଅଚଳାବସ୍ଥା:ରାଜସ୍ବ ବିଭାଗରେ ୫୯ପ୍ରତିଶତ ପଦବୀ ଖାଲି

ବ୍ରହ୍ମପୁର:ଗଞ୍ଜାମ ଜିଲା ପ୍ରଶାସନରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ବିଶେଷ କରି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ମଞ୍ଜୁର ପଦଠାରୁ ପ୍ରାୟ ୫୯ପ୍ରତିଶତ ପଦ ଫାଙ୍କା ପଡ଼ିଛି। ଯାହାଫଳରେ ଜମିଜମା ଏବଂ ରାଜସ୍ବ ସମ୍ପର୍କିତ କାର୍ଯ୍ୟରେ ଗୁରୁତର ବାଧା ପହଞ୍ଚିଛି। ଭୌଗୋଳିକ…

ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ହେବ ଉନ୍ନତିକରଣ

ବ୍ରହ୍ମପୁର:ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ପୀଠ ନୂଆ ରୂପ ନେବାକୁ ଯାଉଛି। ଖୁବ୍‌ ଶୀଘ୍ର ପୀଠର ନବକଳେବର କରାଯିବ। ଶନିବାର ସକାଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ବ୍ରହ୍ମପୁର ମହାନଗର…

ଶ୍ରୀକ୍ଷେତ୍ର ମହୋତ୍ସବ ପ୍ରସ୍ତୁତି ବୈଠକ

ପୁରୀ:ଆସନ୍ତା ଜାନୁୟାରୀ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ । ଏହା ସହ ପଲ୍ଲିଶ୍ରୀ ମେଳା ଓ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଯିବ ବୋଲି ସ୍ଥିର ହୋଇଛି । ସର୍କିଟ ହାଉସ ସମ୍ମିଳନୀ ଗୃହରେ ମହୋତ୍ସବ ଆୟୋଜନ ନିମିତ୍ତ ଏକ…