Latest Odisha News

BREAKING NEWS

Browsing Category

ସହର

City

ପ୍ରାର୍ଥିପତ୍ର ଦାଖଲ ନେଇ ବିଧାନସଭାରେ ପହଞ୍ଚିଲେ ବିଜେଡି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ । ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ୪ ରାଜ୍ୟସଭା ପ୍ରାର୍ଥୀ ।  ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିବେ । ୩ଟି ଆସନରେ…

ବ୍ରହ୍ମପୁରରେ ନିର୍ମାଣ ହେଉଛି ବୁଲା ଗୋରୁ ଗାଈଙ୍କ ପାଇଁ ହଷ୍ଟେଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏଣେ ତେଣେ ବୁଲାବୁଲି କରୁଥିବା ଗୋରୁ ଗାଈକୁ ରଖିବା ପାଇଁ ଏକ ହଷ୍ଟେଲ୍‌ ନିର୍ମାଣ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରାୟ ୯୦ ଲକ୍ଷ ଟଙ୍କାରେ ସହର ଉପକଣ୍ଠ ଗୁରୁଣ୍ଠି ପାଖରେ ଏହି ହୋଷ୍ଟେଲ୍‌ ନିର୍ମାଣ ହେଉଥିବା ନେଇ ସୂଚନା ଦେଇଛନ୍ତି ନିଗମର…

ଗୁରୁ ଘନଶ୍ୟାମଙ୍କୁ ବାଳକୃଷ୍ଣ ଦାଶ ସମ୍ମାନ

ଭୁବନେଶ୍ୱର: ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ର ୩୦ତମ ବାର୍ଷିକୋତ୍ସବ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୯୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା…

[ଦେଖନ୍ତୁ ଭିଡିଓ] ଆଗକୁ ରଥଯାତ୍ରା: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ

ପୁରୀ: ଆଗାମୀ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଏନେଇ ଆଜି ପୁରୀରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ…

UPSC ପରୀକ୍ଷାରେ ଓଡ଼ିଶା ଟପ୍ପର ହେଲେ ସୋନପୁର ପୁଅ

ସୋନପୁର: ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଛି । ସୋନପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ଭଭାରତୀୟସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି । କାର୍ତ୍ତକଙ୍କ ବାପା…

[ଦେଖନ୍ତୁ ଭିଡିଓ] ସାବିତ୍ରୀ ଓଷାରେ ଉତ୍ସବ ମୁଖର ବିରଜା ପୀଠ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର : ଆଜି ହେଉଛି ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହା ପାଳନ କରାଯିବାର ବିଧି ରହିଛି। । ଏ ଦିନ  ନାରୀ ନିଜର ସ୍ବାମୀଙ୍କର ଦୀର୍ଘ ଜୀବନ କାମନା କରିବା ସହ ପୂଜାର୍ଚ୍ଚନା କରିଥାନ୍ତି ।  ଆଜି ସକାଳୁ ରାଜ୍ୟର ବିଭିନ୍ନ ମନ୍ଦିର ମାନଙ୍କରେ ମହିଳାମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି…

ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ : ଯୁବକ ବେଶରେ ଲୁଟ୍‌ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର

ପୁରୀ : ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ଏହିପରି ଅଭିନବ ଢ଼ଙ୍ଗରେ ଲୁଟ୍‌ ଆଉ କେଉଁଠି ନୁହେଁ ବରଂ ପୁରୀର ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ଗତ ଶନିବାର ସକାଳେ ବଡ଼ଦାଣ୍ଡ ମାର୍କେଟ ଛକ ପାଖ ନୀଳାଚଳ ଲଜିଙ୍ଗ ସାମନାରେ ପାର୍କିଂ ହୋଇଥିବା ସ୍କୁଟର ଡିକିରୁ ଜଣେ ଯୁବକ ଚୋରି କରୁଥିବା ଦୃଶ୍ୟ…

ରାଜଧାନୀର ରାଜରାସ୍ତାରେ ମହିଳା ଡାକ୍ତରଙ୍କୁ ମାଡ଼ !

ଭୁବନେଶ୍ୱର: ମହିଳା ଡାକ୍ତରଙ୍କୁ ରାସ୍ତା ଉପରେ ମାଡ଼ । ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏହିପରି ସଙ୍ଗୀନ୍ ଅଭିଯୋଗ । ଲକ୍ଷ୍ମୀସାଗର ଛକରେ ଗାଡ଼ି ହଟାଇବାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଯାହାପରେ ଏଭଳି ସାଂଘାତିକ ଘଟଣା ଘଟିଥିବାର ଜଣାପଡିଛି । ଅଭିଯୋଗ ଅନୁସାରେ, ଗତକାଲି ରାତିରେ…

ନେପାଳ ତାରା ଏୟାର -୯ ଏନଏଇଟି ବିମାନ ଦୁର୍ଘଟଣା: ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ଦିଲ୍ଲୀ: ନେପାଳର ତାରା ଏୟାର -୯ ଏନଏଇଟି ବିମାନ କ୍ରାସ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେନା ଓ ଅନୁସନ୍ଧାନକାରୀ ଦଳ ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ ହୋଇଛି । ମୁସ୍ତାଙ୍ଗ ଜିଲ୍ଲାର କୋୱାଙ୍ଗ ଗାଁ ନିକଟରୁ ଧ୍ୱଂସାବଶେଷ ଠାବ ହୋଇଛି ।…

ରାଜଧାନୀରେ ଲଜ୍ଜା: ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର  :ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଅପରାଧ ଆଉ ବଢିଚାଲିଛି ଅପରାଧୀଙ୍କ ସଂଖ୍ୟା। ଦିନ ଦିପହରରେ ଲୁଟ ତରାଜରୁ ନେଇ ହତ୍ୟାକାଣ୍ଡ ଘଟିଚାଲିଥିବା ବେଳେ ଏବେ ପୁଣି ଆଉ ଏକ ଅପରାଧ ସାମନାକୁ ଆସିଛି। ଜଣେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ  । ରାଜଧାନୀ…