Latest Odisha News

BREAKING NEWS

Browsing Category

ସହର

City

ଚମ୍ପୁଆ ରେଞ୍ଜରେ୨୬ ଟିକିଆ ହାତୀପଲ ଆତଙ୍କ

କେନ୍ଦୁଝର: ଚମ୍ପୁଆ ରେଞ୍ଜରେ୨୬ ଟିକିଆ ହାତୀପଲ । ଆତଙ୍କ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ସଦର ରେଞ୍ଜର ଜଡିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଔଷଧ ମହଜୁଦ ରହୁଥିବା ଘରର କାନ୍ଥ ଓ କଣା ପଶି ଗ୍ରାମରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି…

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୮୩ଜଣ କୋଭିଡ଼ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୮୩ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ସଙ୍ଗରୋଧରୁ ୧୦୮ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୭୫ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୦ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

ବିଦ୍ୟୁତ ସର୍ଟସର୍କିଟରୁ ଜଳିଗଲା ଦୁଇ ବଖରା ଘର

କାମାକ୍ଷାନଗର: ବିଦ୍ୟୁତ ସର୍ଟ ସର୍କିଟରୁ ଜଳିଗଲା ଦୁଇ ବଖରା ଘର । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଖଇରପଶି ଗାଁରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଦୁଇ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏଥିରେ ବାପ, ପୁଅ ଗୁରୁତର ହୋଇଥିଲେ । ଗୁରୁତରମାନେ ହେଲେ ଖଇରପଶି ହରିଜନ ସାହିର ଚତୁର୍ଭୁଜ ନାୟକ ଓ…

ରାଜ୍ୟରେ ଶୀତର ଲହରୀ, ପ୍ରବଳ ଥଣ୍ଡା ସହ କୋହଲା ପବନରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର: ରାତି ବଢ଼ିଲେ ପାରଦ ଖସୁଛି । ଶୀତରେ ଥରୁଛି ସାରା ଓଡ଼ିଶା । ହାଡ଼ଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ସକାଳୁ ସକାଳୁ ବୋହୁଛି କାଲୁଆ ପବନ । ଶୀତ ବସ୍ତ୍ର ପିନ୍ଧିଲେ ମଧ୍ୟ କାମ ଦେଉନାହିଁ । ପ୍ରବଳ ଥଣ୍ଡାରେ ହାତ, ଗୋଡ଼ ଥରୁଛି । ଲଗାତାର କମିବାରେ ଲାଗିଛି ତାପମାତ୍ରା…

କେରଳ ବିଜେପି ନେତାଙ୍କୁ ହତ୍ୟା ଘଟଣା: ରାଜଧାନୀରେ ବିଜେପି ଓବିସି ମୋର୍ଚ୍ଚାର ପ୍ରତିବାଦ

ଭୁବନେଶ୍ୱର : କେରଳରେ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକଙ୍କ ରଂଜିତ ଶ୍ରୀନିବାସନ୍ ଙ୍କୁ ହତ୍ୟା ଘଟଣାରେ ରାଜଧାନୀରେ ପ୍ରତିବାଦ କଲା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା । ବିଜେପି ପାର୍ଟି ଅଫିସରୁ ବାହାରି ଏକ ପଟୁଆରରେ ରାମ ମନ୍ଦିର ସମ୍ମୁଖରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ…

[ଭିଡ଼ିଓ] ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀ

କେନ୍ଦ୍ରାପଡା: ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସହରରେ ପାଳିତ ହୋଇଯାଇଛି । ଏ ଅବସରରେ ବେଦ ପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ଆନୁକୂଲ୍ୟରେ ବିଭିନ୍ନ ବର୍ଗର ୨୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀଙ୍କୁ…

‘BSKY’ କାର୍ଡ଼କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ରାଷ୍ଟ୍ରୀୟ ଜୀବିକା ମିଶନ ଅର୍ଥକୁ ହଡପ କରି ଚଞ୍ଚକତା କରି ବର୍ତମାନ ଭୋଟ ଆପଣାଆଇବା ପାଇଁ ଦଳ ଭିତରେ ଟଙ୍କା ବାଣ୍ଟୁଛନ୍ତି ରାଜ୍ୟ ସରକାର । ରାଜସ୍ୱ ଅର୍ଥରେ ବ୍ୟୟବହୁଳ ଜିଲ୍ଲାକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କଲେ । ଉଭୟ ବିଏସକେୱାଇ ଯୋଜନା…

ଆହୁରି ବଢ଼ିବ ଶୀତ, ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ଦୁଇ ତିନ ଦିନ ଯାଏଁ ରାଜ୍ୟରେ ଶୀତର ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଆଗାମୀ…

[ଭିଡ଼ିଓ] ‘ହାପି ବାର୍ଥ ଡେ’ ଗୋବିନ୍ଦା

ଭୁବନେଶ୍ୱର: ହାପି ବାର୍ଥ ଡେ’ ଗୋବିନ୍ଦା । ଆଜି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଜନ୍ମଦିନ । ବଲିଉଡର ଛୋଟେ ମିଆଁ ଗୋବିନ୍ଦା ୫୭ ବର୍ଷରେ ପାଦ ଦେଇଛନ୍ତି । ୯୦ ଦଶକରେ ତାଙ୍କ ଅଭିନୟ ଆଜିବି ଲୋକଙ୍କ ମନରେ ରାଜ କରୁଛି । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି ।…

[ଭିଡ଼ିଓ] ଚିତ୍ତରଞ୍ଜନ ହତ୍ୟାକାଣ୍ଡ ଘଟଣା: ଲାଏ ଡିଟେକ୍ସନ୍ ଟେଷ୍ଟ ରିପୋର୍ଟ ଦାଖଲ

ପୁରୀ: ପୁରୀ ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣା। ଏହି ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଏହା ଫରେନସିକ୍ ଲ୍ୟାବକୁ ଦିଆଯାଇଛି ଯାଞ୍ଚ ପାଇଁ । ପୋଷ୍ଟମର୍ଟମ ରିପୋର୍ଟ ମେଳ ଖାଇବା ପରେ ଚିତ୍ତ ମର୍ଡରର ପର୍ଦ୍ଦାଫାଶ ହେବ। ଯାହା…