Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଜଣେ ରେଲୱେ କର୍ମୀଙ୍କ ସମେତ ଭୁବନେଶ୍ୱରରୁ ୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

କରୋନାଭାଇରସ ଆତଙ୍କ: ବିଶ୍ୱବ୍ୟାପୀ ୫ ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୧୦,୬୯୪,୨୮୮ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଜନ ହପକିନ୍ସ ଯୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୧୮୮ରୁ ଅଧିକ ଦେଶରେ ଏଯାବତ୍…

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୨୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି…

କରୋନା କେସରେ ଭାରତର କେଉଁ ସବୁ ରାଜ୍ୟ ବଡ଼ ବଡ଼ ଦେଶକୁ ଟପିଗଲେଣି ?

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି କରୋନା । ପଜିଟିଭ୍ କେସ୍ ବଢ଼ିଚାଲିଛି । ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ବହୁ ରାଜ୍ୟରେ ସପ୍ତାହେ ଭିତରେ ଦ୍ରୁତ ଗତିରେ ପଜିଟିଭ୍ କେସ ବାହାରୁଛି । ସଂଖ୍ୟା ତୁଳନା କଲେ ବିଶ୍ୱର କିଛି ବଡ଼ ବଡ଼ ରାଷ୍ଟ୍ରକୁ ବି ପଛରେ ଛାଡ଼ିଦେଇଛନ୍ତି ସେସବୁ…

ଓଡିଶାରେ ଆଉ ୨୨୯ କରୋନା ପଜିଟିଭ; ଗଞ୍ଜାମରେ ସର୍ବାଧିକ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୨୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୫୪୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଦେଶରେ ୧୭ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୬,୦୪,୬୪୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କମନ ଓ୍ୱେଲଥ ଗେମ୍ସ ଭିଲେଜ ହେଲା କୋଭିଡ୍ କେୟାର୍ ସେଣ୍ଟର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଲଗାତାର ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ଆବଶ୍ୟକ ଥିବା ବେଳେ କମନ୍ ଓ୍ୱେଲଥ ଗେମ୍ସ ଭିଲେଜକୁ ହାଇଟେକ୍ କୋଭିଡ କେୟାର ସେଣ୍ଟରରେ ପରିଣତ କରିଛନ୍ତି ଦିଲ୍ଲୀ ସରକାର । ପାଞ୍ଚ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର…

କରୋନା ମୁକାବିଲା: ପୋଲସରାରେ କଟକଣାକୁ ଆହୁରି କଡାକଡି କଲେ ଗଞ୍ଜାମ ଜିଲ୍ଲାପାଳ

ପୋଲସରା: ଗଂଜାମ ଜିଲ୍ଲା ପୋଲସରାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ପଜେଟିଭଙ୍କ ସଂଖ୍ୟା । ପୋଲସରା ଅଞ୍ଚଳରେ ୩ ଜଣ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗଂଜାମ…

ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଫିସର ଜଣେ କର୍ମଚାରୀଙ୍କୁ କରୋନା

ଖୋର୍ଦ୍ଧା: ପୌର ପରିଷଦ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ କରୋନା । ତାଙ୍କ ପୁଅ ବି ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଗତ କିଛି ଦିନ ହେବ ସେମାନଙ୍କୁ ଜ୍ୱର ହେଉଥିଲା । କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ଜଣାପଡ଼ିଛି । ଆସନ୍ତାକାଲି ପୌର ପରିଷଦ କାର୍ଯ୍ୟାଳୟକୁ ସାନିଟାଇନ୍ କରାଯିବ…

ମିଳିଲାନି କାନ୍ଧ, ମଶାଣିକୁ ଘୋଷାଡି ଘୋଷାଡି ଶବ ନେଲେ ସମ୍ପର୍କୀୟ

ଗଞ୍ଜାମ: କରୋନା ଭୟ । ମରିଗଲା ମାନବିକତା । ଶବକୁ ମିଳିଲାନି କାନ୍ଧ । ଆମ୍ବୁଲାନ୍ସରୁ ଶବକୁ ଘୋଷାଡି ଘୋଷାଡି ନେଲେ ସମ୍ପର୍କିୟ । ମୃତ୍ୟୁ ପରେ କରୋନା ଭୟରେ ପାଖ ମାଡିଲେନି ଗାଁ ଲୋକେ । ଏଭଳି ଏକ ହୃଦକ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଜିଲ୍ଳା କବିସୂର‌୍ୟ୍ୟନଗରରେ ।…