Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

[ଭିଡ଼ିଓ] ରାସ୍ତାରେ ବିକୁଥିଲା ମୋଜା, ଆସିଲା ମୁଖ୍ୟମନ୍ତ୍ରୀଙ୍କ ଡାକରା !

ଲୁଧିଆନା: ରାସ୍ତାରେ ବୁଲୁଥିଲା ଜଣେ ପଂଜାବୀ ନାବାଳକ । ବୁଲିବୁଲି ବିକୁଥିଲା ମୋଜା । ଖାସ ନିଜ ପରିବାରକୁ ସାମାନ୍ୟ ଆର୍ଥିକ ସହାୟତା ଦେବା ପାଇଁ । ଗତକାଲିର ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିଲା । ଏହି ଭିଡିଓ ଅନେକଙ୍କ ମନରେ ଛାପିଥିଲା କରୋନା ଭୟାବହତା ଓ ଲକଡାଉନ୍ ପ୍ରଭାବର…

ଭୁବନେଶ୍ବରରୁ ଆଉ ୧୦୩୪ ପଜିଟିଭ୍ ଚିହ୍ନଟ, ୧୦୧୯ ସୁସ୍ଥ

ଭୁବନେଶ୍ବର : ମହାମାରୀ ଭିତରେ ଚିନ୍ତା ବଢ଼ାଇଛି ଭୁବନେଶ୍ବର । ସଂକ୍ରମଣରେ ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୩୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୪ ଜଣ ଥିବା ବେଳେ,…

କରୋନାରୁ ସୁସ୍ଥ ହେଲେ ଆଉ ୭୬୬୪ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୬୬୪ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରୁ…

କଟକରେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି !

କଟକ: କରୋନା କଟକ ଜିଲ୍ଲାରେ କାୟା ବିସ୍ତାର କରୁଛି । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ମହାନଗର ନିଗମ ଅଞ୍ଚଳରୁ ଅଧିକ ସଂକ୍ରମିତ ବାହାରୁଛନ୍ତି । ଗୋଷ୍ଠୀ ସଂକ୍ରମଣ ହୋଇଥାଇ ପାରେ । ଏଭଳି ଆଶଙ୍କା କରିଛନ୍ତି କଟକର ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ । ତେବେ…

ଓଡ଼ିଶାରେ କରୋନା ରେଡ୍ ହଟ୍ ଜିଲ୍ଲା ଖୋର୍ଦ୍ଧା-ସୁନ୍ଦରଗଡ଼-କଟକ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଡ୍ ହଟ୍ ଜିଲ୍ଲା ପାଲଟିଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ସେକେଣ୍ଡ ଓ୍ୱେଭରେ ବିଭିନ୍ନ ସମୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ହଜାରେ ପାର କରିଛି । ଆଜି କଟକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ରାଜ୍ୟରୁ ଦିନକରେ…

ଚୀନ୍ ଟିକାର ଜରୁରୀ ବ୍ୟବହାରକୁ ଅନୁମତି ଦେଲା WHO

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଚୀନ୍ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନର ସିନୋଫାର୍ମ ପ୍ରସ୍ତୁତ କୋଭିଡ୍ ଟିକାକୁ ଗ୍ରୀନ୍ ସିଗନାଲ ମିଳିଛି । ଏହା ହେଉଛି ଚୀନର ପ୍ରଥମ ଟିକା ଯାହାକୁ ମିଳିଛି WHO ମଞ୍ଜୁରୀ । ଏନେଇ ଏକ ସାମ୍ବାଦିକ…

କରୋନା ସଂକ୍ରମଣରେ ସର୍ବାଧିକ ୨୧ ମୃତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ଓଡିଶାର ୧୪ ଜିଲ୍ଲାରୁ ୨୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି। ଚାରିଜଣ କଳାହାଣ୍ଡି ଜିଲ୍ଲାର ହୋଇଥିବାବେଳେ ସୁନ୍ଦରଗଡ, ଅନୁଗୁଳ, ଭଦ୍ରକ ଏବଂ କଟକରୁ ଦୁଇଜଣ ଲେଖାଁଏ ଓ ଢେଙ୍କାନାଳ,…

ଆସନ୍ତା ୧୦ରୁ ଦୁଇ ସପ୍ତାହ ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ଏହି ରାଜ୍ୟ

ଚେନ୍ନାଇ: କରୋନା କାୟାରେ ବ୍ରେକ ଲଗାଇବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ୍ ଘୋଷଣା କରୁଛନ୍ତି । ଏବେ ତାମିଲନାଡୁ ସରକାର ରାଜ୍ୟରେ ଦୁଇ ସପ୍ତାହ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ୧୦ ତାରିଖରୁ ସମ୍ପୂର୍ଣ୍ଣ ଲକଡାଉନ୍ ହେବ ତାମିଲନାଡୁ । କେବଳ ଅତ୍ୟାବଶ୍ୟକ ଓ ଜରୁରିକାଳୀନ ସେବାକୁ ବାଦ…

ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ

ଭୁବନେଶ୍ୱର: ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି ପ୍ରତାପ ଦେନା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତେବେ ନିକଟରେ ତାଙ୍କ ସଂସ୍ପର୍ଶରେ…

ଦେଶରେ ୪ ହଜାର ଟପିଲା ଦୈନିକ ମୃତ୍ୟୁସଂଖ୍ୟା, ୪ ଲକ୍ଷ ତଳକୁ ଖସୁନି ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଦୈନିକ ଡେଥ୍ କେସ୍ ତିନି ହଜାରରୁ ଏବେ ଚାରି ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ମୃତ୍ୟୁସଂଖ୍ୟା ପ୍ରଥମ ଥର ୪ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ମହାମାରୀରେ ୪ହଜାର ୧୮୭ ଆକ୍ରାନ୍ତଙ୍କ ଜୀବନ ଯାଇଛି ।…