Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଶ୍ରୀମନ୍ଦିରକୁ ଫେରିଲେ ଶ୍ରୀଜଗନ୍ନାଥ; ବିନା ଭକ୍ତରେ ଶେଷ ହେଲା ରଥଯାତ୍ରା

ପୁରୀ: ପାରମ୍ପରିକ ନୀଳାଦ୍ରି ବିଜେ ନୀତି ସମାପ୍ତ ହେବା ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନବଦିନାଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷକରି ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀକୁ ବାହୁଡ଼ିଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ…

ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ‘ରସଗୋଲା’ ଭୋଗ ଅର୍ପଣ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ଦିବସରେ ଆଜି ପାଳିତ ହେଉଛି ନୀଳାଦ୍ରି ବିଜେ ନୀତି । ସୁସ୍ୱାଦୁ ରସଗୋଲାକୁ ଭାରି ଭଲ ପାଆନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଛେନାରେ ତିଆରି ରସଗୋଲା ମିଷ୍ଟାନ୍ନ ଓଡ଼ିଶାରେ ଅତି ଲୋକପ୍ରିୟ । ଓଡ଼ିଶାରେ ଏହି ମିଠାର ଜନ୍ମ ତଥା ଏହା ଓଡ଼ିଶାରୁ…

ନୀଳାଦ୍ରି ବିଜେ: ସୁଆଦିଆ ରସଗୋଲାରେ ହେବ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଭାରତୀୟ ପୁରାଣ ଶାସ୍ତ୍ରରେ ମହାଲକ୍ଷ୍ମୀ ହେଲେ ଜଣେ ଦେବୀ । କିନ୍ତୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ହେଲେ ପ୍ରଥମେ ଜଣେ ପତ୍ନୀ ଓ ପରେ ଦେବୀ । ଏଠାରେ ମହାଲକ୍ଷ୍ମୀଙ୍କର ତାଙ୍କ ସ୍ୱାମୀ…

ତିନିରଥରେ ସମ୍ପନ୍ନ ହେଲା ଅଧରପଣା ନୀତି

ପୁରୀ: ରଥଯାତ୍ରା ମହୋତ୍ସବର ଚୂଡ଼ାନ୍ତ ପର୍ଯ୍ୟାୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ପାରମ୍ପରିକ ନୀତିକାନ୍ତି ମାଧ୍ୟମରେ ପାଳିତ ହେଉଛି । ଆଜି ସନ୍ଧ୍ୟାରେ ସମ୍ପନ୍ନ ହୋଇଛି ଗୁରୁତ୍ୱପୂର୍ଣ୍ଣ ଅଧରପଣା ନୀତି । ଗତକାଲି ସୁନାବେଶରେ ଦର୍ଶନ ଦେବା ପରେ ଆଜି ଶ୍ରୀଜୀଉମାନଙ୍କ ଏହି ଅଧରପଣା…

ରଥ ଉପରେ କାହିଁକି ଭାଙ୍ଗି ଦିଆଯାଏ ମହାପ୍ରଭୁଙ୍କ ଅଧରପଣା ହାଣ୍ଡି !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟ ଭେଦ କରିବା ଛାର ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ । ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ମଧ୍ୟ ବିରଳ । ଏହିପରି ନୀତିକାନ୍ତି ଅନ୍ୟ କେଉଁ ଦେବାଦେବୀଙ୍କ ମନ୍ଦିରରେ ସାଧାରଣତଃ ଦୃଶ୍ୟମାନ…

ସୁନାବେଶରେ ଝଟକିଲେ ତିନିଠାକୁର

ପୁରୀ: ଆଜି ମହାପ୍ରଭଙ୍କର ପବିତ୍ର ସୁନାବେଶ । ରଥାରୂଢ ଶ୍ରୀଜୀଉମାନଙ୍କ ଏହି ସୁନାବେଶ ବା ବଡ଼ ତଡ଼ାଉ ବେଶ ପ୍ରତିବର୍ଷ ଆଜିର ଦିବସରେ ଅନୁଷ୍ଠିତ ହେବାର ବିଧିରହିଛି । ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନୋଟି ରଥରେ ସୁନାବେଶରେ ସଜ୍ଜିତ ହୋଇଛନ୍ତି ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ…

ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ; ରଥକୁ ଆସିଲା ମହଣ ମହଣ ସ୍ୱର୍ଣ୍ଣାଳଙ୍କାର

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବରେ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର । ରଥ ଉପରେ ମହଣ ମହଣ ସୁନା ପିନ୍ଧିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ବଡ଼ଠାକୁର ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା । ପୁରୀ ଶ୍ରୀମନ୍ଦିରରେ ଥିବା ଏହି ସ୍ୱର୍ଣ୍ଣାଳଙ୍କାରଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା…

ପଢନ୍ତୁ ସୁନାବେଶରେ କେଉଁ ସବୁ ଅଳଙ୍କାର ପିନ୍ଧନ୍ତି ତିନି ଠାକୁର

ପୁରୀ: ମହାପ୍ରଭୁଙ୍କ ଲୀଳା ଅପାର । ନବଦିନାତ୍ମକ ଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥ ଉପରେ ହୋଇଥାଏ ଶ୍ରୀଜିଉମାନଙ୍କର ସୁନାବେଶ । ଏହାକୁ ରାଜାରାଜେଶ୍ୱର ବେଶ ବି କୁହାଯାଏ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ହାତ ଓ ପାଦ ଥିବା ବିଗ୍ରହ ରୂପରେ…

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ: ବାହୁଡ଼ା ଯାତ୍ରାରେ ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ରଥାରୁଢ଼ ଶ୍ରୀଜିଉଙ୍କର ସୁନାବେଶ ବା ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ମହଣ ମହଣ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ରଥ ଉପରେ ସମସ୍ତ ଦୈନନ୍ଦିନ…