Latest Odisha News
Browsing Category

ଅପରାଧ

୩ କଲରାପତରିଆ ଛାଲ ଓ ୩ ହରିଣ ଛାଲ ଜବତ, ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: କଲରାପତରିଆ ବାଘ ଛାଲ ସହ ହରିଣ ଛାଲ ଜବତ । ଏସଟିଏଫ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁରର ଶ୍ରୀପଲ୍ଲୀ ଛକରେ ଚଢ଼ାଉ କରାଯାଇଥିଲା । ରେଡ୍ ବେଳେ ୩ଟି କଲରାପତରିଆ ଛାଲ ସହ ୩ଟି ହରିଣ ଛାଲ ଜବତ କରିଛି ଏସଟିଏଫ୍ । ମାମଲାରେ ପୁଜିଲଡ଼ୁ ଗାଁର ଖଗେଶ୍ୱର ପଟେଲଙ୍କୁ ବନ୍ୟପ୍ରାଣୀ…

ପୋଲିସ ଉପରେ ଭାରି ପଡ଼ିଲେ ଦୁର୍ବୃତ୍ତ: ଗଞ୍ଜେଇ ଜବତ କରିବାକୁ ଯାଇ ଖଣ୍ଡାଚୋଟ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଜାଲ ବିଛାଇଥିଲା ଅବକାରୀ ବିଭାଗ । ହେଲେ ସେହି ଜାଲରେ ପଡ଼ିଗଲେ ଖୋଦ୍ ଅବକାରୀ ଅଧିକାରୀ । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ଅବକାରୀ ବିଭାଗ ଆଇଆଇସି ଦୁର୍ବଦଳ ବିଶ୍ୱାଳ ଓ କନେଷ୍ଟବଳ ମେଘନାଦ ଶବର । ଉଭୟଙ୍କୁ ଖଣ୍ଡା, ଠେଙ୍ଗା ଓ ବନ୍ଧୁକ…

ବନ୍ଧୁକ ମୁନରେ ଅପହରଣ: ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ: ବନ୍ଧୁକ ମୁନରେ ୨ ଭାଇଙ୍କୁ ଅପହରଣ । ଛତ୍ରପୁର ପୁଇଁତୋଳା ଜାତୀୟ ରାଜପଥ ନିକଟରେ ଘଟିଛି ଏପରି ଘଟଣା । ଦୁଇ ଭାଇ ଦୋକାନରେ ଥିବା ବେଳେ ହଠାତ ଦୁଇଟି କାରରେ କିଛି ଦୁର୍ବୃତ୍ତ ଆସି ଦୁଇ ଭାଇଙ୍କୁ ଧମକ ଦେଇଥିଲେ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇାଇ ଦୋକାନରୁ ଉଠାଇ ନେଇଥିଲେ । ଖବର…

୩୧ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍ ପୁଷ୍ପାଙ୍ଗିନୀ ଜୋଶୀ । ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପୁଷ୍ପାଙ୍ଗିନୀଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି । ସୂଚନା ଅନୁସାରେ, ଜଣେ ପ୍ରଧାନଶିକ୍ଷକ ତଥା ପୂର୍ବତନ…

ଜେଲରେ ନିଘୋଡ଼ ନିଦରେ ଶୋଇଥିଲେ ୨ ୱାର୍ଡର, ଫଟୋ ଭାଇରାଲ ପରେ ହେଲେ ସସପେଣ୍ଡ

ଅନୁଗୁଳ: ଜେଲ୍‌ରେ ରହିଛନ୍ତି ବହୁ ମୋଷ୍ଟ ୱାଣ୍ଟେଡ ଅପରାଧୀ। ଘଟାଇ ସାରିଛନ୍ତି ବହୁ ବଡ଼ ବଡ଼ ଅପରାଧ । ହେଲେ ସେମାନଙ୍କୁ ଜଗିବାକୁ ନିୟୋଜିତ ହୋଇଥିବା ୨ ଜେଲ୍‌ କର୍ମଚାରୀ ଚେଇଁବା ବଦଳରେ ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କାରାଗାରରେ ଜେଲ ୱାର୍ଡର ଶୋଇବାର ଫଟୋ…

ଜାତିପ୍ରଥା ସାଜିଲା ବାଧକ: ଅନ୍ୟ ଜାତିରେ ଝିଅ ବାହା ହୋଇଥିବାରୁ ଶବ ଛୁଇଁଲେନି ପଡ଼ୋଶୀ

ନବରଙ୍ଗପୁର: ହଜିଗଲା ମାନବିକତା । ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ମୃତ୍ୟୁ ପରେ ବି ପିଛା ଛାଡ଼ିଲାନି ଜାତିପ୍ରଥା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଗାଁରେ । ଝିଅ ଅନ୍ୟ ଜାତିରେ ବିବାହ…

ମଣିପୁର ଉଲଗ୍ନ ଭିଡିଓ ଘଟଣା: ମୁଖ୍ୟ ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଜନତା

ମଣିପୁର: ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି ଦେବାକୁ ନେହୁରା ହେଉଥିବା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର ଯୋଗୁ ସମଗ୍ର…

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଥାନାରେ କନେଷ୍ଟବଳ ଅଟକ

ପାରଳାଖେମୁଣ୍ଡି: ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ । ଗିରଫ ହେଲେ ପୋଲିସ କନେଷ୍ଟବଳ । ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ଗିରଫ କନେଷ୍ଟବଳ ଜଣଙ୍କ ହେଉଛନ୍ତି ତ୍ରିନାଥ ସାହୁ । ସେ ମୋହନା ଥାନାରେ…

ଗିରଫ ହେଲେ ରସିକିଆ ଭୂଗୋଳ ଶିକ୍ଷକ, ଛାତ୍ରୀଙ୍କୁ ରୁମକୁ ଡାକୁଥିଲେ,ପାର୍କ ଯିବାକୁ ବାଧ୍ୟ କରୁଥିଲେ

ଭୁବନେଶ୍ଵର: ରସିକିଆ ଭୂଗୋଳ ମାଷ୍ଟର ଆଙ୍କିଲେ ପ୍ରେମ ମାନଚିତ୍ର । ସାରଙ୍କ ପ୍ରେମ ନିବେଦନରେ ହଟ୍ଟାହଟା ହେବା ପରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀ। ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଭୁବନେଶ୍ୱର ଭରତପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୁଗୋଳ…

ବାପାଙ୍କ ମୃତ୍ୟୁର ବର୍ଷେ ପରେ ସମାନ ସ୍ଥାନରେ ପୁଅକୁ ହତ୍ୟା, ୫ ଦିନରେ ଗଡ଼ିଲାଣି ୨ ମୁଣ୍ଡ

ବରଗଡ଼: ୫ ଦିନ ମଧ୍ୟରେ ଦ୍ୱିତୀୟ ହତ୍ୟାକାଣ୍ଡ । ପୁଣି ବରଗଡ଼ରେ ଚାଞ୍ଚଲ୍ୟ । ମାତ୍ର ସପ୍ତାହକ ଭିତରେ ବରଗଡ଼ ସହରରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ୧୫ ତାରିଖରେ ୧୧ ନମ୍ବର ୱାର୍ଡରୁ ଜଣଙ୍କ ରକ୍ତାକ୍ତ ମୃତଦେହ ମିଳିଥିବା ବେଳେ ଆଜି ପୁଣି ୧ ନମ୍ବର ୱାର୍ଡରୁ ମିଳିଛି କ୍ଷତ ବିକ୍ଷତ…