Latest Odisha News

BREAKING NEWS

Browsing Category

ଅପରାଧ

ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ: ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସଉରାପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମଦ ବିକ୍ରି ଘଟଣାକୁ କେନ୍ଦ୍ରକରି ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତ ଯୁବକ ଜଣଙ୍କ ହେଉଛନ୍ତି ଏସ୍. ରାଜୁ ଦୋରା…

ନବନିଯୁକ୍ତ ଓଏଫଏସ ଅଫିସରଙ୍କର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ନବନିଯୁକ୍ତ ଓଏଫଏସ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଅଫିସରଙ୍କ ନାମ ଅଭିଳାଷ ସ୍ୱରୂପ ମହାପାତ୍ର । ସେ ବଲାଙ୍ଗୀର ଟିଟିଲାଗଡ଼ର ହୋଇଥିବା ବେଳେ ଭୁବନେଶ୍ୱର ଖଣ୍ଡଗିରି ଡୁମଡୁମା ଫେଜ୍ ୪ରେ ସପରିବାର ରୁହିଥିଲେ । ସେ ଗତ ୨୦୧୯ ମସିହାରେ ଓଏଫଏସ ପାଇଥିଲେ । ଆଜି…

ସଟଡାଉନରେ ବିକୁଥିଲେ ମାଛ; ସିଜ୍ କଲା ପୋଲିସ

ବ୍ରହ୍ମପୁର: କରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ବ୍ରହ୍ମପୁର ସହରରେ ଜୁନ୍ ୨୭ରୁ ୪ ଦିଦିନିଆ ସଟଡାଉନ କରାଯାଇଛି। ହେଲେ ସଟଡାଉନ ସମୟରେ ମାଛ ବିକିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଏଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଥିବା ସୁରଲା ଏବଂ ସୁମାଣ୍ଡିରୁ ପ୍ରାୟ ୨୦ ଜଣ…

ଡକାୟତି ଉଦ୍ୟମ ପଣ୍ଡ: ମାରଣାସ୍ତ୍ର ସହ ୬ ଡକାୟତ ଗିରଫ 

ଅନୁଗୁଳ: ପଣ୍ଡ ହେଲା ଡକାୟତି ଯୋଜନା । ଗିରଫ ହେଲେ ୬ ଡକାୟତ । ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ ସହର ଉପଖଣ୍ଡ ହାଟଛକ ପେଟ୍ରୋଲ ପମ୍ପ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଅନୁଗୁଳ ପୋଲିସ ଧରା ପଡିଛନ୍ତି ୬ ଡକାୟତ । ସେମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ ସହ ଛୁରା ଓ କଟୁରି ଜବତ କରା…

ଲାଞ୍ଚ ନେବାବେଳେ ଧରାପଡିଲେ ମହିଳା ସରପଞ୍ଚ

କୋରାପୁଟ: ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗ ପଞ୍ଚାୟତର ମହିଳା ସରପଞ୍ଚ ରଇଲା ମାଝି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ତାଙ୍କୁ ଧରିଛି । ଅଧିକ ପଚରାଉଚରା ପାଇଁ ତାଙ୍କୁ ଜୟପୁର…

ଉଲିବୁର ଖଣି ଦୁର୍ନୀତି ମାମଲା: ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ

କଟକ: ଉଲିବୁର ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଛି ଜାମିନ । ଦୀପକଙ୍କୁ ସର୍ତ୍ତମୂଳକ ଭାବେ ଏକ ମାସ ପାଇଁ ହାଇକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି । ଏକ କୋଟି ଟଙ୍କାର ଅର୍ଥରାଶି ଜମା ସହ ଦୁଇ କୋଟି ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ତାଙ୍କୁ…

ପୋଲିସକୁ ବଡ଼ ସଫଳତା: ଗିରଫ ହେଲା ଏପ୍ରିଲ ୪ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ

ବୁଗୁଡା: ବୁଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏପ୍ରିଲ ୪ ତାରିଖ ଗୁଳି କାଣ୍ଡ ଘଟଣାର ମୁଖ୍ୟ ଆସାମୀକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ସୂଚନାନୁସାରେ, ବୁଗୁଡା ଜଗତପାଟଣା ଗ୍ରାମର ମୁନା ଓରଫ ଅର୍ଜୁନ କର( ୩୨)ଙ୍କୁ ପୋଲିସ ଗିରଫ କରିଛି । ଏହାସହ ତାଠାରୁ ଏକ ପିସ୍ତଲ, ଏକ…

ଦ୍ଵିତୀୟ ବିବାହର ପ୍ରତିବାଦ କରିବାରୁ ପ୍ରଥମ ସ୍ତ୍ରୀକୁ ରାସ୍ତାରେ ଗୋଡେଇ ଗୋଡେଇ ମାରିଲା ସ୍ୱାମୀ

ବୁଗୁଡା: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କଲେ ସ୍ବାମୀ । ଏହାର ପ୍ରତିବାଦ କରିବାରୁ ପ୍ରଥମ ସ୍ତ୍ରୀକୁ ରାସ୍ତାରେ ଗଡେଇ ତଡେଇ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଲତାକରଡା ଗାଁ ରେ । ରବିନ୍ଦ୍ର ନାୟକଙ୍କ…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ନେଉଥିଲେ ଲାଞ୍ଚ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାର ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ସୂଚନାନୁଯାୟୀ, ପି ରାଜା ନାମକ ଜଣେ ବ୍ୟକ୍ତିଙ୍କଠାରୁ ଥାନାକୁ ଆସିଥିବା ଏକ ମାମଲାର ସମାଧାନ କରିବା ଲାଗି ଏହି ପୋଲିସ…

ମାଲକାନଗିରି ସୀମାନ୍ତରେ ନକ୍ସଲ ଉତ୍ପାତ; ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ଗତକାଲି ରାତିରେ ନକ୍ସଲ ଉତ୍ପାତ କରିଥିବା ସୂଚନା ମିଳିଛି। ରାସ୍ତା କାମ ଚାଲିଥିବା ବେଳେ ସଶସ୍ତ୍ର ନକ୍ସଲ ପହଞ୍ଚି ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ସୁକମା ଜିଲ୍ଲାର କୁକନର ଥାନା ଅନ୍ତର୍ଗତ କୋତଣାଗର ଅଞ୍ଚଳରେ…