Latest Odisha News

BREAKING NEWS

Browsing Category

ଅପରାଧ

ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ୩ ଗୁରୁତର

ଖୋର୍ଦ୍ଧା: ରାତି ଅଧରେ ପୂର୍ବତନ ସରପଞ୍ଚଙ୍କ ଘର ଉପରେ ବୋମାମାଡ଼ । ଖୋର୍ଦ୍ଧା ବାଘମାରୀରେ ଘଟିଛି ଏଭଳି କାଣ୍ଡ । ବାଘମାରୀ ଥାନା ଭୋଗଡ଼ା ଗାଁରେ ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ତାଙ୍କ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହାଛଡ଼ା…

ନାବାଳିକା ଝିଅକୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହେଲା ମା’

କଟକ: କଟକ କାଠଯୋଡ଼ି ବିହାର ଅଞ୍ଚଳର ଜଣେ ମହିଳା ନିଜ ଝିଅକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ମହିଳାଙ୍କ ନାମ ମନୁ ଓଝା। ସୂଚନାନୁସାରେ, ମନୁ ଓଝା ତାଙ୍କ ସ୍ୱାମୀଙ୍କୁ ଛାଡି ନିଜ ୬ ବର୍ଷର ଝିଅ ସହିତ କାଠଯୋଡ଼ି ବିହାରରେ ରହୁଥିଲେ। ୨୫ ବର୍ଷୀୟ ଏହି ମହିଳା ଜଣଙ୍କ…

କ୍ବାରେନଣ୍ଟାଇନ ନିୟମ ଉଲ୍ଲଙ୍ଘନ କରିଛନ୍ତି କରୋନା ପଜିଟିଭ ବ୍ୟକ୍ତି: କଂଗ୍ରେସ ବିଧାୟକ

କୋରାପୁଟ: ଜୟପୁରର ଜଣେ କରୋନା ପଜିଟିଭ୍ ବ୍ୟକ୍ତି ହୋମ୍ କ୍ବାରେନଣ୍ଟାଇନ ନିୟମ ଉଲ୍ଲଙ୍ଘନ କରିବା ସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ବିଶାଖାପାଟଣା ପଳାଇଥିବା ନେଇ ସୋମବାର ଦିନ କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଛନ୍ତି। କୋରାପୁଟ ଜିଲ୍ଲାପାଳଙ୍କୁ ବିଶାଖାପାଟଣା ପ୍ରଶାସନ…

ମନ୍ଦିର ଭିତରେ ପୂଜକଙ୍କୁ ଭୁଜାଳିରେ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଅଭାବନୀୟ ଘଟଣା । ମନ୍ଦିର ଭିତରେ ପୂଜକଙ୍କୁ ମରଣାନ୍ତକ ଆକ୍ରମଣ । ମନ୍ଦିର ପରିସରରେ ଜଣେ ଯୁବକ ପୂଜାରି କମଳା ପଣ୍ଡାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଜଣାପଡ଼ିଛି । ସଂପୃକ୍ତ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଛନ୍ତି । ଘଟଣାକୁ ନେଇ…

ପୂର୍ବତନ ଓଡିଶା ଡିଜିପିଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିପିନ୍ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ମିଶ୍ର ତାଙ୍କ ଅଭିଯୋଗରେ କହିଛନ୍ତି, ହ୍ୟାକର୍ ପ୍ରାୟ ୨୦୦୦ ୟୁରୋ (ପାଖାପାଖି ୧.୫ ଲକ୍ଷ ଟଙ୍କା)…

ଥାନା ଭିତରେ ଯୁବକଙ୍କୁ ମାଡ଼ ଘଟଣା: ନିଲମ୍ବିତ ହେଲେ ମହିଳା ପୋଲିସ ଅଧିକାରୀ

କଟକ: ଥାନା ଭିତରେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ଶନିବାର ଦିନ ପୋଲିସ ମହାନିଦେ୍ର୍ଧଶକ (ଡିଜିପି) ଅଭୟ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଏହି ମହିଳା ଆଇଆଇସି ଜଣକଙ୍କ ଏପରି କାର୍ଯ୍ୟ ଯୋଗୁଁ ତାଙ୍କୁ ଚାକିରିରୁ ନିଲମ୍ବନ…

ରେନ୍ ଦି ବାର୍‌ରେ ପୋଲିସର ରେଡ୍‌, ଲକ୍ଷାଧିକ ଟଙ୍କାର ମଦ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ରେନ୍ ଦି ବାର୍‌ରେ କମିଶନରେଟ୍ ପୋଲିସ ରେଡ୍ କରିଛି । କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ୍ ପକ୍ଷରୁ ଏହି ଚଢ଼ାଉ ହୋଇଛି । ଏହି ସମୟରେ ଲକ୍ଷାଧିକ ଟଙ୍କାର ମଦ ଜବତ କରାଯାଇଛି । କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ରେନ୍ ଦି…

ଶ୍ୱାସରୁଦ୍ଧ ହୋଇ ଗଜପତିରେ ୩ ଭାଇ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଅଡବାସ୍ଥିତ ବିରିକୋଟ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଣ୍ଡରଗ୍ରାଉଣ୍ଡ ଘର ଭିତରେ ଶ୍ୱାସରୁଦ୍ଧ ହୋଇ ତିନି ଭାଇଙ୍କ ଦେହାନ୍ତ ଘଟିଛି। ମୃତକଙ୍କ ନାମ ବିପ୍ର ମାଝି, ସଞ୍ଜୀବ ମାଝି ଏବଂ ଜିତୁ ମାଝି ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ବିପ୍ର ଘରର…

କ୍ବାରେନଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଗଜପତି: ଗଜପତି ଜିଲ୍ଲାର କାଶିନଗର ବ୍ଲକ ଅନ୍ତର୍ଗତ ଅଲୋଡା କ୍ବାରେନଣ୍ଟାଇନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମୃତକ ଜଣକ ଦୁଇ ଦିନ ପୂର୍ବରୁ ବିଶାଖାପାଟଣାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ…

ସମାଜବାଦୀ ପାର୍ଟି ନେତା ଓ ତାଙ୍କ ପୁଅକୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା, ଭିଡିଓ ଭାଇରାଲ

ଲକ୍ଷ୍ନୌ: କ୍ୟାମେରାରେ କଏଦ୍ ହେଲା ଲାଇଭ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ସାମାଜବାଦୀ ପାର୍ଟି ନେତା ଓ ତାଙ୍କ ପୁଅକୁ ଗଳି କରି ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ହତ୍ୟାକାଣ୍ଡ ଘଟିଛି ୟୁପିର ସମ୍ଭାଲା ଜିଲ୍ଲା ଚନ୍ଦୌସିରେ। ଏଠାରେ ସମାଜବାଦୀ ପାର୍ଟିର ପୂର୍ବତନ ବିଧାନସଭା ପ୍ରାର୍ଥୀ…