Latest Odisha News

BREAKING NEWS

Browsing Category

ଅପରାଧ

ଚଳନ୍ତା କାରରେ ବିଧବାଙ୍କୁ ଦୁଷ୍କର୍ମ ମାମଲା, ୩ ଜଣଙ୍କୁ ୨୦ ବର୍ଷ ଲେଖାଏ ଜେଲ୍

ସୁନ୍ଦରଗଡ଼: ୮ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ଼ର କୋର୍ଟ ରାୟ ଶୁଣାଇଛନ୍ତି । ୩ ଅଭିଯୁକ୍ତଙ୍କୁ କୋର୍ଟ ୨୦ ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଚଳନ୍ତା କାରରେ ବିଧବା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ଅଭିଯୁକ୍ତଙ୍କୁ ୫ ହଜାର ଲେଖାଏ…

ଷ୍ଟାରଙ୍କ ଫଟୋ ଦେଖାଇ ଠକେଇ, ୧.୨୨ କୋଟି ଟଙ୍କା ଫ୍ରିଜ୍ କଲା ଓଡ଼ିଶା ଇଓଡବ୍ଲୁ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଜଏଣ୍ଟ ଟ୍ରେଡ୍ ଫାଇନାନ୍ସିଆଲ୍ ଗ୍ରୋଥ୍ ଆପର ୧.୨୨ କୋଟି ଟଙ୍କା ଫ୍ରିଜ୍ କରିଛି । ଅଭିଯୋଗ ଅନୁସାରେ, ଏହି ଆପ୍ ଜରିଆରେ ଠକ କମ୍ ନିବେଶରେ ଅଧିକ ଲାଭର ଭରସା ଦେଉଥିଲେ । ଠକ ଏଥିପାଇଁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ମନୀଷ ପାଉଲଙ୍କ ଫଟୋକୁ…

ନୟାଗଡ଼ରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ପଥର ମାଫିଆଙ୍କ ଆକ୍ରମଣ

ନୟାଗଡ଼: ପଥର ଖଣିରେ ଚଢ଼ାଉ ପାଇଁ ଯାଉଥିବା ବେଳେ ପଥର ମାଫିଆ ଆକ୍ରମଣ କରିଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ଗୁରୁବାର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପଥର ମାଫିଆଙ୍କ ଆକ୍ରମଣରେ ଏନଫୋର୍ସମେଣ୍ଟ ଟିମର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ପଟିଆ…

ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ଘରୁ ଡାକି ନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଗୁଳି କରି ହତ୍ୟା କଲେ ମାଓବାଦୀ । କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଥରେ କନ୍ଧମାଳ ଜିଲ୍ଲାରେ ମାଓବାଦୀ ସକ୍ରିୟ ହେବା ସହ ହିଂସା ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ଘରୁ ଡାକି ନେଇ ବାରି ପଟେ ପୂର୍ବତନ ସରପଞ୍ଚଙ୍କୁ…

ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଲୁଟୁଥିଲେ, ବାନ୍ଧିଲା ଏସଟିଏଏଫ୍

ଭୁବନେଶ୍ୱର: ନକଲି ଭିଜିଲାନ୍ସ ଅଧିକାରୀ ଗିରଫ । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭୟଭୀତ କରାଇବା, ଲାଞ୍ଚ ନେବା ଓ ବଟି ଆଦାୟ କରୁଥିବା ଅଭିଯୋଗରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର…

ଠକ ତାନ୍ତ୍ରିକ କୈଫି ଖାନ ନାଁରେ ୮୦ଟି ବ୍ୟାଙ୍କ ଆକାଉଣ୍ଟ, ସାଲେପୁରରେ ଜମି

କଟକ: ଠକେଇ ମାମଲାରେ ମଙ୍ଗଳବାଗ ପୋଲିସ ଗିରଫ କରିଥିବା ତାନ୍ତ୍ରିକ କୈଫି ଖାନ୍ ନାଁରେ ବିଭିନ୍ନ ବ୍ୟାଙ୍କରେ ୮୦ଟି ଆକାଉଣ୍ଟ ଥିବା ଜଣାପଡ଼ିଛି । ସାହାରାରେ ମଧ୍ୟ କୈଫି ଖାନର ଏକାଧିକ ଆକାଉଣ୍ଟ ରହିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ । ୮୦ ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ସେଥିରେ…

ଅଧିକ ରୋଜଗାର ଲୋଭ ଦେଖାଇ ଅନଲାଇନରେ କରୁଥିଲେ ଠକେଇ, ୩ ଗିରଫ

ଭୁବନେଶ୍ୱର: ଅନଲାଇନ୍ ଠକେଇ ମାମଲାରେ ଇଓଡବ୍ଲୁ ୩ ଜଣଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ଅର୍ଥନୈତିକ ଅପରାଧିକ ଶାଖା ୩ ଜଣଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି । ଏମାନେ www.r46.in ୱେବସାଇଟ୍ ଖୋଲି ଡିଜିଟାଲ୍ ମାର୍କେଟିଂ ଜରିଆରେ ଅଧିକାର ରୋଜଗାର ଆଶା ଦେଖାଇ…

ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ୍, ରାଉରକେଲା ତହସିଲଦାର ଥିବାବେଳେ ନେଇଥିଲେ ଲାଞ୍ଚ

କଟକ: ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅନୁଗୁଳ କୈଳାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜପିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ…

ପୋଲିସ ପରିଚୟ ଦେଇ ଲୁଟ୍ କରୁଥିଲେ ମୋବାଇଲ୍, ୩୩ଟି ଫୋନ୍ ଜବତ

ରାଉରକେଲା: ପୋଲିସ ପରିଚୟ ଦେଇ ଚୋରି । ଧମକ ଦେଇ ଡରାଇ ନେଇ ଯାଉଥିଲେ ମୋବାଇଲ୍ । ରାଉରକେଲା ପୋଲିସ ହାତରେ ଧରା ପଡ଼ିଥିବା କଳା ମୁଖା ପିନ୍ଧିଥିବା ବାବୁ ଜଣଙ୍କ ହେଉଛନ୍ତି ନକଲି ପୋଲିସ । ଏବେ ପୋଲିସ ତାଙ୍କ ହାତରେ ହାତକଡ଼ି ପକାଇବା ସହ ୩୩ଟି ଫୋନ୍ ଜବତ କରିଛି । ରାଉରକେଲାର ବିଭିନ୍ନ…

ଓଡ଼ିଶାରେ ୧୨ ଦିନ ରହିଥିଲା ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର: ୟୁପି ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ୧୨ ଦିନ ରହିଥିଲା । ଶେଷ ଥର ପାଇଁ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲୋକେସନ୍ ଟ୍ରେସ୍ କରାଯାଇଥିବା ବେଳେ ସେ ସେଠାରୁ ଛତିଶଗଡ଼ ପଳାଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ରିପୋର୍ଟ…