Latest Odisha News

BREAKING NEWS

Browsing Category

ଅପରାଧ

ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ

ଜଯପୁର : ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ଜୟପୁରରେ ଏପରି ଘଟଣା ଘଟିଛି । ମୃତ ସୁନା ବ୍ୟବସାୟୀଙ୍କ ନାଁ ପି. ହରପ୍ରସାଦ। ସେ ଜୟପୁର ସ୍ଥିତ ନ୍ୟୁ ବାସେବୀ ଜ୍ୱେଲର୍ସର ମାଲିକ। ସୂଚନା ମୁତବକ, ଗତକାଲି ରାତିରେ ଦୀପାବଳି ପାଳନ କରି ସେ…

ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା। ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ବନ୍ଧିଲା ପୋଲିସ। ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ୩ ଜଣଙ୍କୁ ଗିରଫ କଲା ପୋଲିସ। ଘଟଣା ସଂପର୍କରେ ଭୁବନେଶ୍ବର ଡିସିପି ପିନାକ ମିଶ୍ର ଦେଇଛନ୍ତି ସୂଚନା। ଖବର ଅନୁଯାୟୀ, ୧୦ ଦିନ ତଳେ ଜଣେ…

ପୁଅର ଖାଦ୍ୟ ଖାଇଦେବାରୁ ୧୫ ବର୍ଷୀୟ କେୟାର ଟେକରକୁ ମାରିଦେଲେ ଦମ୍ପତି

ବେଙ୍ଗାଲୁରୁ: ତାମିଲନାଡୁ ପୋଲିସ ବେଙ୍ଗାଲୁରୁର ପାନଥୁ ନିକଟ ଭାଗନାପାଲ୍ଲୀ ଠାରେ ନିଜ ଘରେ ପାଞ୍ଚ ବର୍ଷର ପୁଅର ଦେଖାଶୁଣା କରୁଥିବା ୧୫ ବର୍ଷର ବାଳିକାକୁ ହତ୍ୟା ଅଭିଯୋଗରେ ଓଡିଶାରୁ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ଏହି ଦମ୍ପତି ଅବିନେଶ ସାହୁ (୪୧) ଏବଂ ଅସୱିନ୍ ପାଟିଲ (୩୭) ବୋଲି…

ଯାଯାବର ପରିବାରର ୫ଜଣଙ୍କୁ ହତ୍ୟା: ୧୩ ଅଟକ

ସୁନ୍ଦରଗଡ଼: କରମଡିହି ଗୀତାପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ଜଣ ମହିଳାଙ୍କ ସହ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୧୩ଜଣଙ୍କୁ ଆଣି ସଦର ଥାନା ଅଟକ ରଖି ପଚରାଉଚରା କରୁଛି।…

ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ୧୫୦ଟି ଗୁଳି, ଅନୁସନ୍ଧାନ କରୁଛି ଜିଆରପି

ପୁରୀ : ପୁରୀ ରେଳ ଷ୍ଟେସନରୁ ପୁରୁଷୋତ୍ତମ ଏକ୍ସପ୍ରେସ(12802 )ର ଏସ2  ସ୍ଲିପର କୋଚର ଏକ ସିଟ ତଳୁ ଅଫୁଟା ଗୁଳି ମିଳିଛି। ଜବତ ହୋଇଛି ମୋଟ ୧୫୦ଟି ଜୀବନ୍ତ ଗୁଳି।ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ଥିବା ଏକ କଳା ବ୍ୟାଗକୁ ଆରପିଏଫ ଯାଞ୍ଚ କରିଥିଲା।  ଯାଞ୍ଚ ସମୟରେ ବ୍ୟାଗ  ଭିତରୁ ୧୫୦ଟି 8mm…

ଢେଙ୍କାନାଳ ପିଓ ଭାବେ ବଦଳି ହେଲେ ଡେରାବିଶ ସିଡିପିଓ ସ୍ନେହଲତା ସାହୁ

ଡେରାବିଶ : ଗର୍ଭବତୀ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଡାକ୍ତରଖାନା ଯିବାକୁ ନଦେବା ତଥା ଦୁର୍ବ୍ୟବହାର କରିବା ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁବଦଳି କରାଯାଇଛି। ଏହାର ତ୍ଵରିତ ତଦନ୍ତ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିର୍ଦ୍ଦେଶ…

ଏମକେସିଜିରେ ରାଗିଂ ଘଟଣା : ୫ ସିନିୟରଙ୍କୁ ଛଅ ମାସ ହଷ୍ଟେଲ ଓ କ୍ୟାମ୍ପସ ମନା

ବ୍ରହ୍ମପୁର : ଏମକେସିଜିରେ ରାଗିଂ।  ଵ୍ରହ୍ମପୁର ସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରାଯାଇଛି। ଏହି ଘଟଣାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି।  ୫ଜଣ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ମାସ ପାଇଁ ସମ୍ପୂର୍ଣ ଭାବେ…

ଅବସରପ୍ରାପ୍ତ ଆରଆଇଙ୍କୁ ୩ ବର୍ଷ ଜେଲଦଣ୍ଡ, ୧ ଲକ୍ଷ ଜରିମାନା

ବଣାଇ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଫସିଛନ୍ତି ଅବସରପ୍ରାପ୍ତ ଆରଆଇ । ୩୦ ତାରିଖ ବୁଧବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସସ୍ମିତା ପାରହି ବଣାଇ ତହସିଲର ପୂର୍ବତନ ରାଜସ୍ବ ନିରୀକ୍ଷକ ନୃସିଂହଚରଣ ତ୍ରିପାଠୀ (୭୮)ଙ୍କୁ ୩ ବର୍ଷ ଜେଲ୍ ସହିତ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ…

କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର: କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦ୍ୱାରା ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଦଳ ତରଫରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ସହିତ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା…

ରେନୁକାସ୍ବାମୀ ହତ୍ୟା ମାମଲା, ଅଭିନେତା ଦର୍ଶନଙ୍କୁ ମିଳିଲା ଜାମିନ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରେନୁକାସ୍ବାମୀ ହତ୍ୟା ମାମଲାରେ ଅଭିଯୁକ୍ତ ଅଭିନେତା ଦର୍ଶନ ଥିଗୁଦେପାଙ୍କୁ ମେରୁଦଣ୍ଡ ଅସ୍ତ୍ରୋପଚାର ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଏସ୍. ବିଶ୍ୱଜିତ ଶେଟ୍ଟୀଙ୍କ ବେଞ୍ଚ ମେଡିକାଲ ଗ୍ରାଉଣ୍ଡରେ ଦର୍ଶନଙ୍କୁ ୬ ସପ୍ତାହ…