Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ବାଚନ ପୂର୍ବରୁ ଟଙ୍କା ଜବତରେ ରେକର୍ଡ କଲା ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ରେକର୍ଡ ପରିମାଣର ଅର୍ଥ ଜବତ କରିଛନ୍ତି । ସୋମବାର ଜାରୀ କରାଯାଇଥିବା ତଥ୍ୟ ଅନୁସାରେ ମାର୍ଚ୍ଚ ୧ରୁ ପ୍ରତ୍ୟେକ ଦିନ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଉଛି । ନଗଦ, ନିଶା ଦ୍ରବ୍ୟ ଓ ମଦ ସମେତ ୪୬୫୦ କୋଟି ଟଙ୍କା ଜବତ…

ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ଏପ୍ରିଲ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଲା ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ଚତୁର୍ଥ ଥର ପାଇଁ ଦାଖଲ ହୋଇଥିବା ଜାମିନ ଆବେଦନ ଶୁଣାଣି ଏପ୍ରିଲ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ  ନିଷ୍ପତ୍ତି ନେଇଛି ଦିଲ୍ଲୀ କୋର୍ଟ । ସୋମବାର ଦିନ ଶୁଣାଣି ସମାପ୍ତ ହୋଇସାରିଛି । ସ୍ପେଶାଲ ଜଜ କାଭେରୀ ବାବେଜା ଏହି…

ଭାରତରେ ଦୁଇ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍ କଲା ଏଲନ ମସ୍କ କମ୍ପାନୀ ଏକ୍ସ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ଜାରି କଲା ମାସିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ । ଯାହା ସୂଚନା ରହିଛି ଭାରତରେ ୨୧୩୦୦୦ରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଦେଇଛି କମ୍ପାନୀ । ଫେବୃଆରୀ ୨୬ ରୁ ମାର୍ଚ୍ଚ ୨୫ ମଧ୍ୟରେ ଭାରତରେ ୨,୧୨,୬୨୭ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । କମ୍ପାନୀ…

ଚଳିତଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ: ଆଇଏମଡିର ‘ମୌସୁମୀ’ ଆକଳନ

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ଆଇଏମଡିର ‘ମୌସୁମୀ’ ଆକଳନ ଅନୁଯାୟୀ ଚଳିତଥର ଅଧିକ ବର୍ଷା ନେଇ ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ମଡେଲ୍ ଅନୁଯାୟୀ ଆକଳନ ୫ ପ୍ରତିଶତ କମ କିମ୍ବା ଅଧିକ…

ଆଜି ବି ନିରାଶ, ୨୩ ଯାଏଁ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିଓ୍ବାଲ, ଏପ୍ରିଲ ୨୯ରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହୋଇପାରିଲାନି ତୁରନ୍ତ ଶୁଣାଣି ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ମଧ୍ୟ କେଜ୍ରିୱାଲଙ୍କୁ ନିରାଶ ହେବାକୁ ପଡିଛି । ମାମଲାର ଶୁଣାଣି ଏପ୍ରିଲ ୨୯ ରେ…

ପ୍ରଚାର ବେଳେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ଚେନ୍ନାଇ: ନିର୍ବାଚନୀ ପ୍ରଚାର ବେଳେ ଯାଞ୍ଚ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର । ହେଲିକପ୍ଟର ଅବତରଣ କରିବା ପରେ ଫ୍ଲାଇଂ ସ୍କ୍ୱାଡ ଅଧିକାରୀମାନେ ତାଙ୍କ ହେଲିକପ୍ଟରର ତଲାସୀ ନେଇଛନ୍ତି । ଆଜି ରାହୁଲ ପ୍ରଚାର ପାଇଁ ତାଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟନାଡ ଅଭିମୁଖେ…

ଭାରତ ଶୈଳୀରେ ଜବାବ ଦେଲା ଇସ୍ରାଏଲ: ସ୍ଥାନ, ସମୟ ଆମେ ସ୍ଥିର କରିବୁ

ତେଲ ଅବୀବ: ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନ ଆଉ ଏକ ଯୁଦ୍ଧର ଆରମ୍ଭ କରିଛି । ରବିବାର ଇରାନ ରାତିରେ ଇସ୍ରାଏଲ ଉପରେ ଘନ ଘନ ମିସାଇଲ ମାଡ କରିଥିଲା । ଅବଶ୍ୟ ଏଥିରୁ ଅଧିକାଂଶ ଇସ୍ରାଏଲ ପକ୍ଷରୁ ନଷ୍ଟ କରି ଦିଆଯାଇଥିଲା । ଏବେ ଇସ୍ରାଏଲ ଏହି ଆକ୍ରମଣ ପରେ ଭାରତ ଶୈଳୀରେ ଇରାନଜୁ ଜବାବ ଦେଇଛି ।…

କେ. କବିତାଙ୍କୁ ଝଟକା, ଏପ୍ରିଲ୍ ୨୩ ଯାଏଁ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କ ସମସ୍ୟା ବଢିବାରେ ଲାଗିଛି । ଏହି ମାମଲାରେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ. କବିତାଙ୍କୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି । ରିମାଣ୍ଡ…

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି । ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ୨୧ ବିଚାରପତିଙ୍କ ଚିଠି । ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରାଯାଉଥିବା କହି ଉଦବେଗ ପ୍ରକାଶ ସହ କିଛି ତତ୍ତ୍ଵ ଏଭଳି କରୁଥିବା ଅଭିଯୋଗ ହୋଇଛି ।…

ଆଜିଠୁ ଅମରନାଥ ଯାତ୍ରା ପାଇଁ ଆରମ୍ଭ ହୋଇଛି ପଞ୍ଜୀକରଣ, ୨୯ ଜୁନରୁ ଦର୍ଶନ ପାଇବେ ଶ୍ରଦ୍ଧାଳୁ

ଶ୍ରୀନଗର: ଚଳିତ ବର୍ଷ ପାଇଁ ଶ୍ରୀ ଅମରନାଥ ଯାତ୍ରା ନେଇ ଘୋଷଣା ହୋଇଛି । ଚଳିତଥର ୨୯ ଜୁନରୁ ଯାତ୍ରା ଆରମ୍ଭ ହେବ । ୫୨ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା । ସେଥିପାଇଁ ଆଜିଠାରୁ ଅଫଲାଇନ୍ ଏବଂ ଅନଲାଇନ୍ ମୋଡ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି । ଜମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା…