Latest Odisha News

BREAKING NEWS

Browsing Category

ଫିଚର

ମହାଦେବ ବେଟିଂ ଆପ ସ୍କାମ: ଟାଇଗର, ସନୀଙ୍କ ସମେତ ୧୭ ସେଲିବ୍ରେଟିଙ୍କୁ ପଚରା ଉଚରା କରିବ ଇଡି

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ ସ୍କାମ ଘଟଣାରେ ଟାଇଗର ଶ୍ରଫ, ସନୀ ଲିୟୋନୀଙ୍କ ସମେତ ୧୭ଜଣ ସେଲିବ୍ରେଟିଙ୍କୁ ଇଡି ପଚରାଉଚରା କରିବ । ୫ ହଜାର କୋଟି ଟଙ୍କାର ମନି ଲଣ୍ଡ୍ରିଂ କେସରେ ଦୁବାଇରୁ ଅନଲାଇନ ବେଟିଂ ଆପ ମାଧ୍ୟମରେ ସୌରଭ ଚନ୍ଦାକର ଓ ତାଙ୍କ ବିଜନେସ ପାର୍ଟନର ରବି ଉପ୍ପଲଙ୍କୁ ବିରୋଧରେ…

କଂଗ୍ରେସ ଜିଲ୍ଲା ମୁଖ୍ୟ ମୁଖପାତ୍ର ନିଯୁକ୍ତି: କେଉଁ ଜିଲ୍ଲା ପାଇଁ କିଏ, ଜାଣନ୍ତୁ ପୂରା ତାଲିକା

ଭୁବନେଶ୍ୱର: ନିଯୁକ୍ତି ପାଇଲେ କଂଗ୍ରେସ ଜିଲ୍ଲା ମୁଖ୍ୟ ମୁଖପାତ୍ର । ଏ ନେଇ  ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ରିଲିଜରେ  ସୂଚନା ଦେଇଛନ୍ତି ।  ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ଜିଲ୍ଲା ମୁଖ୍ୟମୁଖପାତ୍ର ମାନଙ୍କୁ ନିଯୁକ୍ତି…

ପ୍ରତିଶ୍ରୁତି ପରେ ବି ହଟିଲାନି କେନାଲ ଜବରଦଖଲ: ସରକାରଙ୍କୁ ୨ୟ ଚେତାବନୀ ଦେଲେ ସାଂସଦ

ଭୁବନେଶ୍ୱର: ୨ୟ ରିମାଇଣ୍ଡ ଲେଟର ପଠାଇଲେ ଅପରାଜିତା । ପ୍ରଭାବଶାଳୀ ମହିଳା କୃଥିକା ପ୍ରଭାକରଣ ହଡପ କରି ନେଇଥିବା ଜାଗାରୁ ଜବରଦଖଲ ଉଚ୍ଛେଦ କରି କେନାଲ ସଫା କର। ଚାଷୀଙ୍କ ଜମିକୁ ପାଣିଦିଅ । ଏଥିପାଇଁ ଯଥେଷ୍ଟ ସମୟ ଦିଆଗଲାଣି । ଏମିତି କହି  ୨ୟ ଥର ପାଇଁ ରିମାଇଣ୍ଡ ଲେଟର ପଠାଇଛନ୍ତି…

ଦିନକ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ; ୨୧ ପରିବର୍ତ୍ତେ ହେବ ୨୨ରେ

ଭୁବନେଶ୍ୱର:ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ସେପ୍ଟେମ୍ବର  ୨୧ ତାରିଖରେ ହେବାର ଥିଲା ବାଚସ୍ପତି ନିର୍ବାଚନ । ହେଲେ ୨୧ରେ ନହୋଇ  ୨୨  ତାରିଖରେ ହେବ ନିର୍ବାଚନ । ନିର୍ବାଚନକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁଯାୟୀ ୨୨ ତାରିଖ ସାକଳ ସାଢେ ୯ଟାରେ…

ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ: ମୋହର ମାରିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ । ପାର୍ଟନରସିପ ମୋଡରେ ଖୋଲିବାକୁ ଥିବା ଏହି  ସୈନିକ ସ୍କୁଲକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଏହି ନୂଆ ସ୍କୁଲ କେଉଁଠି କେଉଁଠି ଖୋଲିବ ତାହାର ତାଲିକା ମଧ୍ୟ ବିଭାଗୀୟ ୱେବସାଇଟରେ ପ୍ରକାଶ ପାଇଛ ।  …

ଶାହୀଦ-କରୀନା ଅଭିନୀତ ଜବ ୱି ମେଟର ସୀକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ଗଦର ୨ର ସଫଳତା ପରେ ୧୯୯୦ରୁ ୨୦୧୦ ମଧ୍ୟରେ ଭଲ ବ୍ୟବସାୟ କରିଥିବା ଫିଲ୍ମର ସୀକ୍ୱେଲ ପାଇଁ ନିର୍ମାତାମାନେ ଅଂଟା ଭିଡିବା ଆରମ୍ଭ କରିଛନ୍ତି । ଏହି ତାଲିକାରେ ସାମିଲ ହୋଇଛି ଜବ ୱି ମେଟ । ୨୦୦୭ରେ ରିଲିଜ ହୋଇଥିବା ରୋମାଂଟିକ କମେଡି ଜବ ୱି ମେଟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା…

ବାରମୁଳାରେ ୨ ଆତଙ୍କୀ ନିପାତ: କୋକରନାଗରେ ଥିବା ଆତଙ୍କୀ ଆଡ୍ଡାସ୍ଥଳୀରେ ପହଞ୍ଚିଲା ସେନା

ବାରମୁଳା:ଜମ୍ମୁକଶ୍ମୀରର ବାରମୁଳା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଉ ଜଣେ ଆତଙ୍କୀ ନିପାତ ହୋଇଛନ୍ତି   । ଆଜି ସକାଳୁ ସୁରକ୍ଷାକର୍ମୀମାନେ ଦୁଇ ଜଣ ଆତଙ୍କୀଙ୍କୁ ମାରି ସାରିଲେଣି । ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀରର ମିଳିତ ଟିମ ଏହି ଅଞ୍ଚଳରେ ଅପରେଶନ ଚଳାଇଛି ।…

ଡାଇବେଟିସ ରୋଗୀଙ୍କ ପାଇଁ ଇନସୁଲିନ ସଦୃଶ କାର୍ଯ୍ୟ କରେ ସଙ୍ଗୀତ !

ନୂଆଦିଲ୍ଲୀ: ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ଚିକିତ୍ସା ପାଇଁ ଡାକ୍ତରମାନେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିଥାନ୍ତି । ଦୈନିକ ଭାସ୍କରରେ ପ୍ରକାଶିତ ଏକ ଖବର ଅନୁସାରେ ଜଣେ ଡାଇବେଟିସ ରୋଗୀକୁ ତାର ମନପସନ୍ଦର ସଙ୍ଗୀତ ଶୁଣାଇଲେ ଏହା…

ଆର୍ଥୀକ ଅସୁବିଧା ସତ୍ୱେ ପାକିସ୍ତାନ ପରମାଣୁ ଅସ୍ତ୍ର ବଢାଇବାରେ ବ୍ୟସ୍ତ

ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସାଧାରଣ ଜନତା ଚଳିବା ନେଇ ଅତିଷ୍ଠ ହୋଇ ପଡିଲେଣି । ଏ ସବୁ ସତ୍ୱେ ପାକିସ୍ତାନ ଏହି ଦିଗ ପ୍ରତି ଧ୍ୟାନ ଦେବା ବଦଳରେ ପରମାଣୁ ଅସ୍ତ୍ର ପାଇଁ ଅର୍ଥ ଖର୍ଚ୍ଚ କରି ଚାଲିଛି । ଆମେରିକାର ପରମାଣୁ ବୈଜ୍ଞାନିକମାନେ ଜାରୀ…

ଗାଁରେ ରହିବନି ଯାତାୟାତ ସମସ୍ୟା: ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ବସ୍

ଭୁବନେଶ୍ୱର: ଗାଁ ଗହଳିରେ ଆଉ ରହିବନି ଯାତାୟାତ ସମସ୍ୟା । ଏଣିକି ପ୍ରତି ପଞ୍ଚାୟତକୁ ଗଡିବ ବସ । ରାଜଧାନୀ ଭୁବନେଶ୍ୱର ସହ  ସହ ଯୋଡି ହେବ ସବୁ ପଞ୍ଚାୟତ । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ଆଣିଥିବା ଲକ୍ଷ୍ମୀ (ଲୋକେସନ ଆକ୍ସେସିବିଲିଟି ମଲ୍ଡି ମୋଡାଲ ଇନିସିଏଟିଭ) ଯୋଜନାକୁ ମିଳିଛି…