Latest Odisha News

BREAKING NEWS

Browsing Category

କ୍ରିକେଟ

ବିଡମ୍ବନା: ରାସ୍ତାରେ ପଡିଥିଲେ ପନ୍ତ, ଲୋକେ ଫଟୋ ଉଠାଇଥିଲେ ଆଉ ଟଙ୍କା ନେଇ ଯାଉଥିଲେ..

ନାରସାନ: ଭାରତୀୟ କ୍ରିକେଟର ଲୋକପ୍ରିୟ ଖେଳାଳି ରିଷଭ ପନ୍ତ ଆଜି ଏକ ବଡ ବିପଦରୁ ରକ୍ଷା ପାଇଛନ୍ତି । ଅଳ୍ପକେ ତାଙ୍କ ଜୀବନ ବଂଚିଯାଇଛି । ତେବେ ଏହି ଦୁର୍ଘଟଣା ବେଳେ କେତେକ ଘଟଣା ଆମମାନଙ୍କ ପାଇଁ ଲଜ୍ଜାର ବିଷୟ ସାଜିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳି…

ରଣଜୀ ଟ୍ରଫି: ହରିୟାଣାର ୩୩୮ ରନ ଜବାବରେ ଓଡିଶା ୨୦୪/୩

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ହରିୟାଣା ବିପକ୍ଷରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୩ ୱିକେଟ ବିନିମୟରେ ୨୦୪ ରନ ସଂଗ୍ରହ କରିଛି । ଅନୁରାଗ ଷଡଙ୍ଗୀ ଓ ଶାନ୍ତନୁ ମିଶ୍ର ଅର୍ଦ୍ଧଶତକ ହାସଲ କରିଥିଲେ । ଅନୁରାଗ ୬୩ ଓ ଶାନ୍ତନୁ ୬୦ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଷ୍ଟମ୍ପସ…

ମେସି ସାଇନ କରିଥିବା ଜର୍ସି ପିନ୍ଧିଲେ ଧୋନୀଙ୍କ ଝିଅ ଜୀଭା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜୀଭା ଫୁଟବଲର ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସିଙ୍କ ବଡ ପ୍ରଶଂସକ । ଆର୍ଜେଂଟିନା ବିଶ୍ୱକପ ଜିତିବା ପରେ ମେସିଙ୍କ ସାଇନ ଥିବା ଜର୍ସି ପିନ୍ଧି ଫଟୋ ଉଠାଇଛନ୍ତି ଜୀଭା ଧୋନୀ । ଇନଷ୍ଟାଗ୍ରାମରେ ଧୋନୀ ଏହି ଫଟୋ ଶେୟାର କରିବା…

ରଣଜୀ ଟ୍ରଫି:ହିମାଚଳ ୪୯ରେ ଅଲଆଉଟ, ଦୀପକଙ୍କୁ ୮ ୱିକେଟ

ଡେରାଡୁନ: ହିମାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଉତରାଖଣ୍ଡର ବୋଲର ଦୀପକ ଧପୋଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ମାତ୍ର ୮.୩ ଓଭର ବୋଲିଂ କରି ୩୫ ରନରେ ୮ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ବୋଲିଂକୁ ସାମ୍ନା କରି ନ…

ଟି୨୦ରୁ ବ୍ରେକ ନେବେ କୋହଲି

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟି୨୦ରୁ ବ୍ରେକ ନେବେ । ସେ ଏ ନେଇ ବିସିସିଆଇକୁ ପତ୍ର ଲେଖିଛନ୍ତି । ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଅଧିକରୁ ଅଧିକ ମନୋନିବେଶ କରିବା ପାଇଁ କୋହଲି ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ସମ୍ପୂର୍ଣ୍ଣ କିମ୍ବା କେତେ ଦିନ…

ଚିନ୍ତାରେ ବିସିସିଆଇ: ଆଇପିଏଲ ପାଇଁ ୭୪ ଦିନର ୱିଣ୍ଡୋ ମିଳୁନି

ମୁମ୍ବାଇ: ଇଣ୍ଡିଆନ ପ୍ରିମର ଲିଗର ୧୬ତମ ସଂସ୍କରଣ ପାଇଁ ବିସିସିଆଇ ଓ ଆୟୋଜକ କମିଟି ଚିନ୍ତାରେ ପଡିଛନ୍ତି । ଆଇପିଏଲ ପାଇଁ ୭୪ ଦିନର ୱିଣ୍ଡୋ ଖାଲି ନାହିଁ । ରିପୋର୍ଟ ଅନୁସାରେ ଟି୨୦ ଲିଗ ଏକ ଏପ୍ରିଲରୁ ୩୧ ମେ ପର୍ଯ୍ୟନ୍ତ ଆୟୋଜିତ କରିବା ନେଇ ପ୍ରସ୍ତୁତି ଚାଲିଛି । ତେବେ ଏଥିନେଇ ବିଧିବଦ୍ଧ…

୩ ବର୍ଷର ଅପେକ୍ଷା ପରେ ବି ଟେଷ୍ଟରେ ବିରାଟଙ୍କ ବ୍ୟାଟରୁ ବାହାରୁନି ଶତକ

ମୁମ୍ବାଇ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଶତକ ମାରପାରି ନାହାନ୍ତି । ଚଳିତ ବର୍ଷ ଆଉ ଟେଷ୍ଟ ମ୍ୟାଚ ଖେଳାଯିବାକୁ ନାହିଁ । ଏଥିସହ କୋହଲିଙ୍କ ଶତକକୁ ଅପେକ୍ଷା କରିଥିବା କ୍ରିକେଟପ୍ରେମୀ ପୁନର୍ବାର ନିରାଶ ହୋଇଛନ୍ତି । ୩ ବର୍ଷ କୋହଲି ଟେଷ୍ଟରେ ଶତକ…

ପାକିସ୍ତାନ ଚୟନ କମିଟି ମୁଖ୍ୟ ହେଲେ ଆଫ୍ରିଦି

ଲାହୋର: ପୂର୍ବତନ ଅଲରାଉଣ୍ଡର ଶାହୀଦ ଆଫ୍ରିଦିଙ୍କୁ ଶନିବାର ପାକିସ୍ତାନ ଚୟନ କମିଟି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। କମିଟିରେ ଅବଦୁଲ ରଜାକ, ରାଓ ଇଫତିକାର ଅହମ୍ମଦ ଓ ହାରୁନ ରଶିଦଙ୍କୁ ସ୍ଥାନ ମିଳିଛି । ଏହି ଚୟନ କମିଟି ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ଦଳ ଚୟନ କରିବେ । ଏହି…

ରଣଜୀ ଟ୍ରଫି: ନୈରାଶ୍ୟଜନକ ପ୍ରଦର୍ଶନ ପରେ ବଦଳିଲା ଓଡିଶା ଟିମ

କଟକ: କ୍ରମାଗତ ୨ଟି ରଣଜୀ ମ୍ୟାଚରେ ଓଡିଶା କ୍ରିକେଟ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଚୟନ କମିଟି ଦଳରେ କେତେକ ପରିବର୍ତନ କରିଛନ୍ତି । ଘରୋଇ ପରିବେଶରେ ଖେଳାଯିବାକୁ ଥିବା ୨ଟି ମ୍ୟାଚ ପାଇଁ ଏହି ପରିବର୍ତନ କରାଯାଇଛି । ଘୋଷିତ ୧୭ଜଣିଆ ଦଳରୁ ଅଭିଜ୍ଞ ବିପ୍ଲବ ସାମନ୍ତରାୟ ବାଦ ପଡଥିବା…

ରୋମାଂଚ ବଢ଼ାଇଲା ଦ୍ୱିତୀୟ ଟେଷ୍ଟ: ବିଜୟ ପାଇଁ ଭାରତକୁ ୧୦୦, ବାଂଲାଦେଶକୁ ଆବଶ୍ୟକ ୬ ୱିକେଟ

ମୀରପୁର: ମୀରପୁରରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ରୋମାଂଚକ ମୋଡରେ ପଂହଚିଛି । ୧୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୪୫ ରନ କରିଛି । ୪ର୍ଥ ଦିବସରେ ବିଜୟ ପାଇଁ ଭାରତକୁ ୧୦୦ରନ ଓ ବାଂଲାଦେଶକୁ ୬ୱିକେଟର ଆବଶ୍ୟକତା ରହିଛି । ଶୁଭମନ…