Latest Odisha News

BREAKING NEWS

Browsing Category

କ୍ରିକେଟ

ଟି୨୦ ବିଶ୍ୱକପ: ଇଂଲଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ

ଆବୁଧାବି: ଚଳିତ ଟି୨୦ ବିଶ୍ୱକପରେ ଇଂଲଣ୍ଡ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ନିଜ ସ୍ଥିତି ମଜଭୁତ କରିଛି । ଜାସନ ରୟଙ୍କ ଚମତ୍କାର ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ୮ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୨୪ ରନ କରିଥିଲା ।…

ଟି୨୦ ବିଶ୍ୱକପ କ୍ରିକେଟ: ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଦୁବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ଗୁରତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । କ୍ରମାଗତ ଦ୍ୱିତୀୟ ପରାଜୟ ଯୋଗୁ ସଙ୍କଟରେ ପଡିଯାଇଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରିଥିଲା । ଇଭାନ…

ମୁଖ୍ୟ କୋଚ ନିମନ୍ତେ ବିଧିବଦ୍ଧ ଭାବେ ଆବେଦନ କଲେ ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୂଖ୍ୟ କୋଚ ନିମନ୍ତେ ବିଧିବଦ୍ଧ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । କୋଚ ପଦ ପାଇଁ ଆବେଦନ କରିବା ଶେଷ ତାରିଖ ଆଜି (୨୬-୧୦) ଥିଲା । ଏଥିସହ ବିଭିନ୍ନ କଳ୍ପନା ଜଳ୍ପନାର ଏକପ୍ରକାର ଅନ୍ତ ଘଟିଛି । ଟି୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀ କୋଚ ପଦ ଛାଡିବା…

ହାର୍ଦ୍ଦିକ ଫିଟ, ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିପାରନ୍ତି !

ଦୁବାଇ: ଟି୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ଶୋଚନୀୟ ଭାବେ ପରାଜୟବରଣ କରିଥିବା ଟିମ୍ ଇଣ୍ଡିଆ ପରବର୍ତୀ ମ୍ୟାଚଗୁଡିକ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ନେଇ ସନ୍ଦେହ ଥିବା ବେଳେ ଆଜି ତାଙ୍କୁ ଫିଟ ଘୋଷିତ କରାଯାଇଛି । ୩୧…

ଆଇପିଏଲ୍ ୨୦୨୨ରେ ଦୁଇଟି ଟିମ୍, ଅହମଦାବାଦ ଓ ଲଖ୍ନୌ

ଦୁବାଇ: ବେଶ କିଛି ଦିନ ଧରି ଆଇପିଏଲ୍ ୨୦୨୨ରେ ଦୁଇଟି ନୂଆ ଟିମ୍ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆଇପିଏଲରେ ଦୁଇଟି ନୂଆ ଟିମ୍ ଭାବେ ଅହମଦାବାଦ ଓ ଲଖ୍ନୌ ଫ୍ରାଂଚାଇଜି ସାମିଲ ହୋଇଛନ୍ତି । ଆସନ୍ତା ଆଇପିଏଲ୍ ସିଜିନରେ ମଇଦାନକୁ…

କୋହଲି, ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ: ପାକିସ୍ତାନ ସମ୍ମୁଖରେ ୧୫୨ ରନର ଟାର୍ଗେଟ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ(୫୭ରନ,୪୯ବଲ) ଏବଂ ରିଷଭ ପନ୍ତଙ୍କ ୩୯ ରନ ସହାୟତାରେ ଭାରତ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସମ୍ମୁଖରେ ୧୫୨ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ପାକିସ୍ତାନ ଅଧିନାୟକ…

ଟସ ଜିତିଲା ପାକିସ୍ତାନ, ଭାରତର ପ୍ରଥମେ ବ୍ୟାଟିଂ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଆଉ କିଛି ମିନିଟ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯିବ । ଏହି ହାଇ ଭୋଲଟେଜ ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ମାନେ ବିରାଟ କୋହଲି…

ଟି୨୦ ବିଶ୍ୱକପ: ମ୍ୟାଚ ବେଳେ ବାଂଲାଦେଶ-ଶ୍ରୀଲଙ୍କା ଖେଳାଳିଙ୍କ ମଧ୍ୟରେ ଧସ୍ତା ଧସ୍ତି

ଦୁବାଇ:ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଅଭାବନୀୟ ଘଟଣା ଘଟିଛି । ମ୍ୟାଚ ଚାଲିଥିବା ବେଳେ ଉଭୟ ଦେଶ ଖେଳାଳିଙ୍କ ମଧ୍ୟରେ ବାକ୍ୟ ବିନିମୟ ଏବଂ ପରେ ଧସ୍ତା ଧସ୍ତି ଦେଖିବାକୁ ମିଳିଥିଲା । ପରିସ୍ଥିତି ଅଣାୟତ ହେବାରୁ ଅମ୍ପାୟର ହସ୍ତକ୍ଷେପ କରିଥିଲେ । ବାଂଲାଦେଶର ଲିଟନ ଦାସ ମିଡ ଅଫରେ କ୍ୟାଚ ଆଉଟ…

ଟି୨୦ ବିଶ୍ୱକପ କ୍ରିକେଟ: ଶେଷ ଓଭରରେ ଜିତିଲା ଅଷ୍ଟ୍ରେଲିଆ

ଆବୁଧାବି: ଟି୨୦ ବିଶ୍ୱକପ କ୍ରିକେଟର ଆଜି ଏକ ଲୋ ସ୍କୋରିଂ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୫ ଉଇକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଉଇକେଟ ହରାଇ ୧୧୮ ରନ କରିଥିଲା । ବିଜୟ ହାସଲ କରିବା ପାଇଁ ଅଷ୍ଟ୍ରେଲିଆକୁ ଶେଷ ଓଭର…

ଟି୨୦ ବିଶ୍ୱକପ କ୍ରିକେଟ : ଅଷ୍ଟ୍ରେଲିଆ ସମ୍ମୁଖରେ ୧୧୯ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ଆବୁଧାବି: ଟି୨୦ ବିଶ୍ୱକପର ସୁପର ୧୨ ମୁକାବିଲାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୧୮ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଆଡେନ…