Latest Odisha News

BREAKING NEWS

Browsing Category

ହକି

ସମ୍ମାନଜନକ ଦି ୱାର୍ଲ୍ଡ ଗେମ୍ସ ଆଥଲେଟ ଅଫ ଦି ଇୟର ପୁରସ୍କାର ଜିତିଲେ ଶ୍ରୀଜେଶ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମର ଗୋଲକିପର ପିଆର ଶ୍ରୀଜେଶଙ୍କୁ ମିଳିଛି ଦି ୱାର୍ଲ୍ଡ ଗେମ୍ସ ଆଥଲେଟ ଅଫ ଦି ଇୟର ୨୦୨୧ ପୁରସ୍କାର । ଭାରତର ଦ୍ୱିତୀୟ ହକି ଖେଳାଳି ଭାବେ ସେ ଏହି ସମ୍ମାନ ପାଇଛନ୍ତି । ତାଙ୍କ ପୂର୍ବରୁ ମହିଳା ଖେଳାଳି ରାନୀ ରାମପଲ…

ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ

ଭୁବନେଶ୍ୱର: ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ । ୧୯୬୪ ମସିହା ଟୋକିଓ ଅଲିମ୍ପିକରେ ଚରଣଜିତଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଦୀର୍ଘଦିନ ଧରି ଚଚଣଜିତ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଆଜି ହିମାଚଳ ପ୍ରଦେଶ ଉନା…

ସାଇ ଜାତୀୟ ସେଂଟରରେ ୩୧ ହକି ଖେଳାଳି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବାଙ୍ଗାଲୋରରେ ଥିବା ସାଇ ଜାତୀୟ ସେଂଟରେ ପ୍ରଶିକ୍ଷଣ ନେଉଥିବା ୩୧ ହକି ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିରେ ୧୫ ମହିଳା ଓ ୧୬ ପୁରୁଷ ଖେଳାଳି ସାମିଲ । ଏମାନଙ୍କ ବ୍ୟତୀତ ଜଣେ କୋଚ ମଧ୍ୟ ସଂକ୍ରମିତ ହୋଇଛନ୍ତି । ୧୨୮ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଦକ୍ଷିଣ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢ଼ାକା: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ବୁଧବାର ଭାରତ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିନେଇଛି । ପାକିସ୍ତାନ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ଭାରତ ପକ୍ଷରୁ ସୁମି, ହରମନପ୍ରୀତ ସି. ଅକ୍ଷରଦୀପ ସିଂ ଓ ବରୁଣ କୁମାର ଗୋଲ ସ୍କୋର କରିଥିଲେ ।…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଜାପାନୀ ସୁନାମିରେ ଧୋଇ ହୋଇଗଲା ଭାରତ, ଏଥର ତୃତୀୟ ସ୍ଥାନ ପାଇଁ ଲଢ଼ିବ

ଭୁବନେଶ୍ୱର: ଢ଼ାକାରେ ଖେଳାଯାଉଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ସେମିଫାଇନାଲରୁ ବିଦାୟ ନେଇଛି । ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଜାପାନ ଚମତ୍କାର ପ୍ରଦର୍ଶନ କରି ୫-୩ ଗୋଲରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।  ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଜାପାନ…

ପାକିସ୍ତାନକୁ ହରାଇ କ୍ରିକେଟର ମଧୁର ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଶୁକ୍ରବାର ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ ଟି୨୦ ବିଶ୍ୱକପ କ୍ରିକେଟ ପରାଜୟର ମଧୁର ପ୍ରତିଶୋଧ ନେଇପାରିଛି । ବିଜୟ ସହ ଭାରତ ଏକ ପ୍ରକାର ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଛି ।…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ବାଂଲାଦେଶକୁ ସହଜରେ ହରାଇଲା ଭାରତ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ଶୋଚନୀୟ ଭାବେ ପରାସ୍ତ କରିଛି । ଦିଲପ୍ରୀତ ସିଂ ଭାରତ ପକ୍ଷରୁ ସର୍ବାଧିକ ୩ଟି ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜରମନପ୍ରୀତ ସିଂ ୨ଟି ଓ ଲଳିତ ଉପାଧ୍ୟାୟ, ଆକାଶଦୀପ ସିଂ,…

ଜୁନିୟର ହକି ବିଶ୍ୱକପ : ଫାଇନାଲରେ ଆର୍ଜେଂଟିନା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ହକି ବିଶ୍ୱକପ ଫାଇନାଲରେ ଆର୍ଜେଂଟିନା ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ଆର୍ଜେଂଟିନା ୩-୧ (ଶୁଟଆଉଟ)ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି । ଏଥିସହ ୧୬ ବର୍ଷ ପରେ ଆର୍ଜେଂଟିନା ଫାଇନାଲରେ ପ୍ରବେଶ କରିଛି । ୨୦୦୫ରେ ଚାମ୍ପିୟନ…

ଜୁନିୟର ହକି ବିଶ୍ୱକପ: ସେମିରେ ଭାରତ

ଭୁବନେଶ୍ୱର: ଏଠାରେ ଚାଲିଥିବା ଜୁନିୟର ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାରତ ୧-୦ ଗୋଲରେ ବେଲଜିୟମକୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଦଳ ପାଇଁ ବିଜୟସୂଚକ ଗୋଲଟି ମ୍ୟାଚର ୨୧ତମ ମିନିଟରେ…

ଜୁନିୟର ହକି ବିଶ୍ୱକପ : କ୍ୱାର୍ଟରରେ ଭାରତ

ଭୁବନେଶ୍ୱର: ଏଠାରେ ଚାଲିଥିବା ଜୁନିୟର ହକି ବିଶ୍ୱକପରେ ଭାରତର ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ଶନିବାର ଭାରତ ଶୃଙ୍ଖଳିତ ପ୍ରଦର୍ଶନ କରିବା ସହ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବିଜୟ ଭାରତ ପାଇଁ ଜରୁରୀ ହୋଇ ପଡିଥିଲା ।…