Latest Odisha News

BREAKING NEWS

Browsing Category

ଖେଳ

ପୁରୀରେ ଆରମ୍ଭ ହେଲା ତୃତୀୟ ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଂଟ

ପୁରୀ: ପୁରୀର ଜଗନ୍ନାଥ ଷ୍ଟାଡିୟମରେ ତୃତୀୟ ଏନଟିପିସି ସର୍ବଭାରତୀୟ ର‌୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଂଟ ମାର୍ଚ୍ଚ ୨ରୁ ଆରମ୍ଭ ହୋଇଛି । ଏହାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାଇରେକ୍ଟର ଅଫ ସ୍ପୋର୍ଟ୍ସ ଦୀପଙ୍କର ମହାପାତ୍ର ଯୋଗ ଦେଇଥିଲେ । ସେ କହିଥିଲେ ଏନଟିପିସି ଏବଂ…

ବିଦର୍ଭ ହେଲା ରଣଜୀ ଚାମ୍ପିୟନ

ନାଗପୁର: ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ କେରଳକୁ ପଛରେ ପକାଇ ବିଦର୍ଭ କ୍ରିକେଟ ଟିମ ରଣଜୀ ଚାମ୍ପିୟନ ହୋଇଛି । ବିଦର୍ଭର ଏହା ତୃତୀୟ ରଣଜୀ ଟାଇଟଲ । ଏହା ପୂର୍ବରୁ ୨୦୧୭ ଓ ୨୦୧୮ରେ ଦଳ ଚାମ୍ପିୟନ ହୋଇଥିଲା । ୫ମ ଦିବସ ଖେଳ ପରେ ମ୍ୟାଚ ଡ୍ର ରହିଥିଲା । ବିଦର୍ଭ ଡାନୀଶ ମାଲେୱେରଙ୍କ ୧୫୩ ଓ…

ଆଇପିଏଲକୁ ବୟକଟ୍ କରିବାକୁ ପୂର୍ବତନ ପାକ୍ କ୍ରିକେଟରଙ୍କ ଅପିଲ୍… 

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ସାଜିଥିବା ବେଳେ ଦଳର ଲଜ୍ଜାଜନକ ପ୍ରଦର୍ଶନ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ଟିମ୍। ତଥାପି ନିଜ ହାରକୁ ମାନିପାରୁନି ପାକିସ୍ତାନ। ଆଉ ଭାରତ ଉପରେ ବିଷ ଉଗାରିବାରେ ଲାଗିଛନ୍ତି। ଏପରିକି ସେମାନେ ଭାରତୀୟ ଦଳ ଏବଂ ବିସିସିଆଇକୁ…

ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ସୁରକ୍ଷା ଦୃଷ୍ଟିକୋଣରୁ ଖେଳିବା ପାଇଁ ମନା କରି ଦେଇଥିଲା । ଏ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତ ତାର ସମସ୍ତ ମ୍ୟାଚ ହାଇବ୍ରିଡ ମଡେଲ ମାଧ୍ୟମରେ ଦୁବାଇରେ ଖେଳିବ । ଇତି ମଧ୍ୟରେ…

ବିସ୍ଫୋରକ ବ୍ୟାଟ୍ସମ୍ୟାନ କହିଲେ ଦିନିକିଆରେ କୋହଲିଙ୍କ ପରି ଖେଳାଳି ମିଳିବା ସମ୍ଭବ ନୁହେଁ

ଦୁବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଅନେକଗୁଡିଏ ଉପଲବ୍ଧି ହାସଲ କରିବେ ବୋଲି ଅନୁମାନ କରାଯାଉଛି । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ କହିଛନ୍ତି ଦିନିକିଆ କ୍ରିକେଟରେ କୋହଲିଙ୍କ ପରି ଦ୍ୱିତୀୟ ବ୍ୟାଟ୍ସମ୍ୟାନ ମିଳିବା…

ଇଂଲଣ୍ଡକୁ ୭ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୮.୨ ଓଭରରେ ୧୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଜୋ ରୁଟ ଦଳ ପକ୍ଷରୁ ସର୍ବାଧିକ ୩୭ ରନ କରିଥିଲେ । ମାର୍କୋ ଜାନେସନ ଓ ୱିଆନ…

ରଣଜୀ ଟ୍ରଫି ଫାଇନାଲ: ବିଦର୍ଭ ୨୮୬ ରନରେ ଅଗ୍ରଣୀ

ନାଗପୁର: ଚଳିତ ରଣଜୀ ଟ୍ରଫି ଫାଇନାଲର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା କେରଳ ବିପକ୍ଷରେ ବିଦର୍ଭ ୨୮୬ ରନର ଅଗ୍ରଣୀ ହାସଲ କରି ନେଇଛି । ରବିବାର ମ୍ୟାଚର ଅନ୍ତିମ ଦିବସ । ବିଦର୍ଭ ଷ୍ଟମ୍ପ ଅପସାରଣ ବେଳକୁ ଦ୍ୱିତୀୟ ଇନିଂସରେ ୪ ୱିକେଟ ହରାଇ ୨୪୯ ରନ ସଂଗ୍ରହ କରିନେଇଛି । କରୁଣ ନାୟାର ୧୩୨ ଓ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ପରେ ସେମିରେ ପ୍ରବେଶ କଲା ଏହି ଟିମ

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ କେଉଁ କେଉଁ ଦଳ ପ୍ରବେଶ କରିଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି । ପୂର୍ବରୁ ନ୍ୟୁଜିଲାଣ୍ଡ, ଭାରତ ଓ ଅଷ୍ଟ୍ରେଲିଆ ସେମି ଫାଇନାଲରେ ପ୍ରବେଶ କରି ସାରିଥିଲେ । ଶନିବାର ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମ୍ୟାଚ ଉପରେ ଆଫଗାନିସ୍ତାନର ଭାଗ୍ୟ ନିର୍ଭର…

ରୋହିତ, ସାମୀଙ୍କୁ ନେଇ ବଡ ସୂଚନା ଦେଲେ ରାହୁଲ

ଦୁବାଇ: ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରି ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିସାରିଛି । ମାର୍ଚ୍ଚ ୨ରେ ଭାରତ ତାର ଶେଷ ଲିଗ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଏହି ମ୍ୟାଚ ପୂର୍ବରୁ ରୋହିତ ଓ ମହମ୍ମଦ ସାମୀ ସମ୍ପୂର୍ଣ୍ଣ ଫିଟ ନ ଥିବା ଖବର…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ସେମିଫାଇନାଲରେ ଅଷ୍ଟ୍ରେଲିଆ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ଭାରତ, ନ୍ୟୁଜିଲାଣ୍ଡ ସେମିରେ ପ୍ରବେଶ କରିଥିଲେ । ୧୬ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ସେମିକୁ ଉନ୍ନୀତ ହୋଇଛି । ଶୁକ୍ରବାର ଖେଳା ଯାଇଥିବା ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ…