Latest Odisha News

BREAKING NEWS

Browsing Category

ଖେଳ

ୱାଙ୍ଖେଡରେ ଅଭିଷେକ ଝଡ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ୫ମ ଟି୨୦ ମ୍ୟାଚରେ ୱାଙ୍ଖେଡରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଅଭିଷେକଙ୍କ ବ୍ୟାଟିଂ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୪୭ ରନ ସଂଗ୍ରହ କରିଛି । ଅଭିଷେକ ମାତ୍ର ୩୭ ବଲରେ ଶତକ ହାସଲ କରିଥିଲେ । ସେ ଆନ୍ତର୍ଜାତୀୟ…

ରଣଜୀ ଟ୍ରଫି: ଓଡିଶା ବୋଲରଙ୍କ ନୈରାଶ୍ୟଜନକ ବୋଲିଂ, ସର୍ଭିସେସର ରେକର୍ଡ ବିଜୟ

କଟକ: ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ସର୍ଭିସେସ ନିକଟରୁ ପରାଜିତ ହୋଇଛି । ପରାଜୟ ସହ ଓଡିଶାର ନକଆଉଟ ପର୍ଯ୍ୟାୟ ପ୍ରବେଶ ଆଶା ଧୂଳିସାତ ହୋଇଛି । ସର୍ଭିସେସର ବ୍ୟାଟ୍ସମ୍ୟାନମାନେ ବିଶେଷ କରି ଶୁଭମ ରୋହିଲ୍ଲାଙ୍କ ଦ୍ୱିଶତକ ଏବଂ ଅନ୍ୟମାନଙ୍କ ଚମତ୍କାର…

ଭାରତ ଦ୍ୱିତୀୟ ଥର ପାଇଁ ଜିତିଲା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟ

କୁଆଲାଲୁମ୍ପୁର: ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହୋଇଛି । ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଗୋଙ୍ଗାଦୀ ତ୍ରିଷା ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ବିଜୟରେ…

ପୁରୁଷ ହକି ଇଣ୍ଡିଆ ଲିଗ୍ ୨୦୨୪-୨୫: ବେଙ୍ଗଲ ଟାଇଗର୍ସ ଚାମ୍ପିୟନ

ରାଉରକେଲା: ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ । ଶନିବାର ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ଫାଇନାଲ ଫାଇଟରେ ହାଇଦ୍ରାବାଦ ତୁଫାନ୍ସକୁ ୪-୩ ଗୋଲରେ ପରାସ୍ତ କରି…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ରିଦ୍ଧିମାନ ଶାହ

କୋଲକାତା: ଭାରତର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲ ପକ୍ଷରୁ ରିଦ୍ଧିମାନ ଖେଳୁଥିଲେ । ଇଡେନଗାର୍ଡେନରେ ପଞ୍ଜାବ ବିପକ୍ଷ ମ୍ୟାଚ ଶେଷ ହେବା ପରେ ସେ ଏହି ଘୋଷଣା କରିଥିଲେ ।…

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ; କାଲିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ

କଟକ: ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ମାସରେ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍। ଯାହାକୁ ନେଇ ଉତ୍ସାହିତ ଓଡିଶାର କ୍ରିକେଟ୍ ପ୍ରେମୀ। ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଫେବୃଆରୀ ୨ ଅପରାହ୍ନ ୪ଟାରୁ ଆରମ୍ଭ ହେବ। ତେବେ ପ୍ରଶଂସକମାନେ ଜିଲ୍ଲା ଆପ୍ ଡାଉନଲୋଡ୍…

କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଲାୟନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ସ୍ପିନର ନାଥାନ ଲାୟନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ଅବସରରେ ପ୍ୟାଟ କମିନ୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି । ଲାୟନ ଏହି ଟେଷ୍ଟରେ ୭ଟି ୱିକେଟ ନେଇଥିଲେ । ଏଥିସହ ସେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ ୱିକେଟ ନେବାର କୀର୍ତିମାନ ସ୍ଥାପନ କରିଛନ୍ତି । ସେ…

କନକସନ ନିୟମକୁ ନେଇ ପ୍ରଶ୍ନ ଉଠାଇଲେ ଇଂଲଣ୍ଡର ପୂର୍ବତନ ଖେଳାଳି

ନୂଆଦିଲ୍ଲୀ: ୪ର୍ଥ ଟି୨୦ରେ ବିଜୟ ହାସଲ କରି ଭାରତ ୩-୧ରେ ଅଗ୍ରଣୀ ରହି ଇଂଲଣ୍ଡ ବିପକ୍ଷରେ ଆଗୁଆ ସିରିଜ ଜିତି ନେଇଛି । ଫେବୃୟାରୀ ୨ରେ ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ ଖେଳାଯିବ । ତେବେ ୪ର୍ଥ ଟି୨୦ରେ କନକଶନ ନିୟମକୁ ନେଇ ବିବାଦ ସୃଷ୍ଟି ହୋଇଛି । ଇଂଲଣ୍ଡର ପୂର୍ବତନ କ୍ରିକେଟର ଏ ନେଇ ପ୍ରଶ୍ନ…

ଅନୀଲଙ୍କ ଚମତ୍କାର ପ୍ରଦର୍ଶନ, ସର୍ଭିସେସ ସମ୍ମୁଖରେ ୩୭୬ ରନର ଟାର୍ଗେଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ୩୭୬ ରନର ଟାର୍ଗେଟ ସର୍ଭିସେସ ସମ୍ମୁଖରେ ରଖିଛି । ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ସର୍ଭିସେସ କୌଣସି ୱିକେଟ ନ ହରାଇ ୪୬ ରନ ସଂଗ୍ରହ କରିନେଇଛି । ଅନ୍ତିମ ଦିବସରେ ବିଜୟ ପାଇଁ ଦଳ ୩୩୦ ରନ ଆବଶ୍ୟକ କରୁଛି । ପଦାର୍ପଣ ମ୍ୟାଚରେ ଅନୀଲ…

ହକି ଇଣ୍ଡିଆ ଲିଗ୍: ଆଜି ଟାଇଗର୍ସ- ତୁଫାନ୍ସ ଫାଇନାଲ ଫାଇଟ୍

ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଫାଇନାଲ ଲଢେଇ । ଶ୍ରାଚୀ ରା'ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଫାଇନାଲ ମୁକାବିଲା ରାତି ୮ଟା୧୫ ମିନିଟରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଅପରାହ୍ନ ୫ଟା୪୫ରେ ୩ୟ…