Latest Odisha News

BREAKING NEWS

Browsing Category

ଖେଳ

ଭାରତ ଆସିବେ ଫୁଟବଲର ମହାନ ଖେଳାଳି, ଭେଟିବେ ଏହି କ୍ରିକେଟରଙ୍କୁ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲପ୍ରେମୀଙ୍କ ପାଇଁ ଖୁସୀ ଖବର । ବିଶ୍ୱର ମହାନ ଫୁଟବଲର ଲିଓନେଲ ମେସୀ ଭାରତ ଗସ୍ତରେ ଆସିବେ । ଚଳିତ ବର୍ଷ ଶେଷ ଭାଗରେ ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି ଡିସେମ୍ବର ୧୩ରୁ ୧୫ ମଧ୍ୟରେ କୋଲକାତା, ମୁମ୍ବାଇ ଓ ଦିଲ୍ଲୀ ଯିବେ । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର…

କିଏ ସେ ଖାଲିଦ ଜମିଲ..୧୩ ବର୍ଷ ପରେ ଭାରତୀୟ ଫୁଟବଲ୍ ଦଳର ଦେଶୀ ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ନୂତନ ମୁଖ୍ୟ କୋଚଙ୍କ ନାମ ଘୋଷଣା କରାଯାଇଛି। ଖାଲିଦ ଜମିଲ ବରିଷ୍ଠ ଭାରତୀୟ ପୁରୁଷ ଫୁଟବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ୨୦୧୭ରେ ଆଇଜଲ ଫୁଟବଲ୍ କ୍ଲବକୁ ଆଇ-ଲିଗ୍ ଟାଇଟଲ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଖାଲିଦ ଜମିଲଙ୍କୁ…

ବୁମରାହଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ: କଠୋର ହେଲା ବିସିସିଆଇ

ନୂଆଦିଲ୍ଲୀ:ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ । ଏବେ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ବିସିସିଆଇ ଶୁକ୍ରବାର ଏହା ଘୋଷଣା କରିଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ବୁମରାହ ସିରିଜରେ ୩ଟି ମ୍ୟାଚ ଖେଳିବେ ବୋଲି…

ଭାରତ ୨୨୪ ଅଲଆଉଟ, ଆଟିକସନଙ୍କୁ ୫ ୱିକେଟ

ଦି ଓଭାଲ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ୫ମ ତଥା ଅନ୍ତିମ ମୁକାବିଲାରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଇନିଂସରେ ୨୨୪ ରନ କରି ଅଲଆଉଟ ହୋଇଯାଇଛି । କରୁଣ ନାୟାର ଦଳ ପକ୍ଷରୁ ସର୍ବାଧିକ ୫୭ ରନ ସଂଗ୍ରହ କରିଛନ୍ତିି । ଅନ୍ୟମାନଙ୍କ ମଧ୍ୟରେ ୱାଶିଂଟନ…

ଜୀବନ ହାରିବେ ବୋଲି ଚିନ୍ତା କରୁଥିଲେ ଚହଲ

ନିକଟରେ ଏକ ସାକ୍ଷାତକାରରେ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏକ ବୟାନ ଦେଇଛନ୍ତି । ଯାହାକି ତାଙ୍କ ପ୍ରଶଂସକମାନଙ୍କୁ ବ୍ୟସ୍ତ କରାଇ ପକାଇଥିଲା । ପୂର୍ବତନ ପତ୍ନୀ ତଥା କୋରିଓଗ୍ରାଫର ଓ ଇନଫ୍ଲୁଏନ୍ସର ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ପ୍ରକ୍ରିୟା ବେଳେ ଚହଲ ଭାଙ୍ଗି ପଡିଥିଲେ । ଏପରିକି ସେ…

ଆଇସିସି ମ୍ୟାଚ ରେଫରୀଙ୍କ ନିକଟରେ ଅଭିଯୋଗ କରିବ ଟିମ ଇଣ୍ଡିଆ

ଲଣ୍ଡନ: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ୫ ମ୍ୟାଚ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ୩୧ ଜୁଲାଇରୁ ଦି ଓଭାଲରେ ଖେଳାଯାଉଛି । ଇତି ମଧ୍ୟରେ ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତକୁ ଦିଆ ଯାଇଥିବା ବଲକୁ ନେଇ ବିବାଦ ସୃଷ୍ଟି ହୋଇଛି । ଦ୍ୱିତୀୟ ନୂଆ ବଲ…

ବୁମରାହଙ୍କୁ ନେଇ ଅଡୁଆରେ ପଡୁଛି କି ଟିମ ଇଣ୍ଡିଆ

ଭାରତୀୟ କ୍ରିକେଟର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ସର୍ବଦା ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି । ସେ ଏକାକୀ ମ୍ୟାଚର ଗତିପଥ ବଦଳାଇବା ଦକ୍ଷତା ରଖିଛନ୍ତି । ତେବେ ବୁମରାହଙ୍କ ବାରମ୍ବାର ଆଘାତ ସମସ୍ୟା ଦଳକୁ ଅସୁବିଧାରେ ପକାଉଛି । ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବୁମରାହ ୩ଟି…

ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଗିଲ

ଦି ଓଭାଲ: ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଅନେକଗୁଡିଏ ରେକର୍ଡ ଭାଙ୍ଗିଛନ୍ତି । ସେ ଗ୍ୟାରୀ ସୋବର୍ସ ଓ ସୁନୀଲ ଗାଭାସ୍କରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ସେ ୧୧ ରନ କରିଥିବା ବେଳେ ଅଧିନାୟକ ଭାବେ ଭାରତ ପକ୍ଷରୁ ଗୋଟିଏ ସିରିଜରେ…

କେଏଲ ରାହୁଲଙ୍କୁ ନେଇ ଚର୍ଚ୍ଚା: ୨୫ କୋଟିରେ କିିଣିବାକୁ ଚର୍ଚ୍ଚା!

ନୂଆଦିଲ୍ଲୀ: କେଏଲ ରାହୁଲଙ୍କ ବ୍ୟାଟରୁ ଇଂଲଣ୍ଡରେ ଜୋରଦାର ରନ ବର୍ଷା ହେଉଛି। ସେ ସିରିଜରେ ଦୁଇଟି ଶତକ ହାସଲ କରିଛନ୍ତି। ଏହା ମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୬ରେ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି କୋଲକାତା ନାଇଟ ରାଇଡର୍ସ…

ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗିଲ, ଷ୍ଟୋକ୍ସ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ତେବେ ଲମ୍ବା ସିରିଜରେ ମ୍ୟାଚ ମଧ୍ୟରେ କମ ଦିନ ବ୍ୟବଧାନ ରହିବା ନେଇ ଶୁଭମନ ଗିଲ ଓ ବେନ ଷ୍ଟୋକ୍ସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶେଷ କରି ବୋଲରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି…