Latest Odisha News

BREAKING NEWS

Browsing Category

ଖେଳ

ଆଶେସ ସିିରିଜ: ବର୍ଷା ଯୋଗୁ ଚିନ୍ତାରେ ଇଂଲଣ୍ଡ

ମାଂଚେଷ୍ଟର: ଚଳିତ ଆଶେସ କ୍ରିକେଟ ସିରିଜର ୪ର୍ଥ ଟେଷ୍ଟରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ବର୍ଷା ସେମାନଙ୍କୁ ହଇରାଣ କରୁଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୧୭ ରନ କରିଥିବା ବେଳେ ଜ୍ୟାକ କ୍ରାଉଲେଙ୍କ ୧୮୯ ଓ ଜନୀ ବେୟାରଷ୍ଟୋଙ୍କ ଅପରାଜିତ ୯୯ ରନ ବଳରେ ଇଂଲଣ୍ଡ ୫୯୨ ରନ କରିଥିଲା…

ମହିଳା କ୍ରିକେଟ: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ରାଗିଗଲେ ହରମନପ୍ରୀତ

ଢ଼ାକା: ଏଠାରେ ଶନିବାର ଭାରତ ଓ ବାଂଲାଦେଶ ମହିଳା କ୍ରିକେଟ ଟିମ ମଧ୍ୟରେ ତୃତୀୟ ଦିିନିକିଆ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ ରୋମାଂଚକ ଢ଼ଙ୍ଗରେ ଟାଇ ହୋଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ ବିନିମୟରେ ୨୨୫ ରନ କରିଥିଲା । ଜବାବରେ ଭାରତ ୪୯.୩ ଓଭରରେ ୨୨୫ରେ ଅଲଆଉଟ…

ୱେଷ୍ଟଇଣ୍ଡିଜ ୱିକେଟକିପର ଯୋଶୁଆଙ୍କ ମାଆଙ୍କୁ ଭେଟିଲେ କୋହଲି

ପୋର୍ଟ ଅଫ ସ୍ପେନ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୋର୍ଟ ଅଫ ସ୍ପେନରେ ଖେଳାଯାଉଛି । କୋହଲି ଏହି ମ୍ୟାଚ ମାଧ୍ୟମରେ ତାଙ୍କର ୫୦୦ତମ ଆନ୍ତର୍ଜାତୀୟ ମୁକାବିଲା ଖେଳି ଶତକ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ୱେଷ୍ଟଇଣ୍ଡିଜର ୱିକେଟକିପର ଯୋଶୁଆ ଡିସଲଭାଙ୍କ…

ଜୁନିୟର ରେସଲର ନିରାଶ: ଭିନେଶ, ବଜରଙ୍ଗଙ୍କ ସିଧାସଳଖ ଏସିଆନ୍ସ ଗେମ୍ସରେ ଖେଳିବେ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ସିଧାସଳଖ ପ୍ରବେଶ ନେଇ କେତେକ ଜୁନିୟର ରେସଲର ଆଇନର ଆଶ୍ରୟ ନେଇଥିଲେ । ତେବେ ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି । ଦିଲ୍ଲୀ ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରି ଦେଇଛି । ଫଳରେ ଭିନେଶ ଓ ବଜରଙ୍ଗଙ୍କ ଏସିଆନ ଗେମ୍ସ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥିରିମାନେ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଲାହିରୁ ଥିରିମାନେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ୨୦୨୨ ମାର୍ଚ୍ଚରେ ସେ ଶ୍ରୀଲଙ୍କା ପକ୍ଷରୁ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୨୦୧୦ରେ ଆନ୍ତର୍ଜାତୀୟ ପଦାର୍ପଣ…

ଷ୍ଟାର ଫୁଟବଲର କିଲିୟନ ଏମ୍ବାପ୍ପେଙ୍କୁ ବିକ୍ରୀ କରିବ ପିଏସଜି

ପ୍ୟାରିସ: ଫ୍ରାନ୍ସର ଷ୍ଟାର ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ଓ ପ୍ୟାରିସ ସେଂଟ ଜର୍ମନ କ୍ଲବ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏପରିକି ପିଏସଜି ଏମ୍ବାପ୍ପେଙ୍କୁ ବିକ୍ରୀ କରିବା ପାଇଁ ନିଷ୍ପତି ନେଇଛି । ପିଏସଜି ଜାପାନ ଗସ୍ତ ପାଇଁ ଟିମ ଚୟନ କରିଛି । ଏହି ଟିମରେ ଏମ୍ବାପ୍ପେଙ୍କୁ ସ୍ଥାନ…

ଏମର୍ଜିଂ ଏସିଆ କପ କ୍ରିକେଟ: ଫାଇନାଲରେ ପାକିସ୍ତାନ ଏକୁ ଭେଟିବ ଭାରତ ଏ

କଲମ୍ବୋ: ଚଳିତ ଏମର୍ଜିଂ ଏସିଆ କପ କ୍ରିକେଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଭାରତ ଏ ଓ ପାକିସ୍ତାନ ଏ ମଧ୍ୟରେ ଟାଇଟଲ ମୁକାବିଲା ହେବ । ଆଜି ଅନୁଷ୍ଠିତ ସେମିଫାଇନାଲରେ ଭାରତ ଏ ୫୧ ରନରେ ବାଂଲାଦେଶ ଏକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୧ ଓଭରରେ ୨୧୧ ରନ କରି ଅଲଆଉଟ…

୧୬୭୮ ଦିନ ପରେ ବିଦେଶ ମାଟିରେ ଟେଷ୍ଟ ଶତକ ହାସଲ କଲେ କୋହଲି

ପୋର୍ଟ ଅଫ ସ୍ପେନ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ୫୦୦ତମ ଆନ୍ତର୍ଜାତୀୟ ମ୍ୟାଚରେ ଶତକ ମାରି ଏହାକୁ ସ୍ମରଣୀୟ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅବସରରେ ସେ ଏହି ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ଅହମ୍ମଦାବାଦରେ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ…

ଭାରତୀୟ କୁସ୍ତି ସିଂଘ ନିର୍ବାଚନ ଅଗଷ୍ଟ ୧୨ରେ

ନୂଆଦିଲ୍ଲୀ: ଅଗଷ୍ଟ ୧୨ରେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ହେବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି । ପୂର୍ବରୁ ଆଡହକ କମିଟି ନିର୍ବାଚନ ଜୁଲାଇ ୬ରେ ହେବ ବୋଲି ଧାର୍ଯ୍ୟ କରିଥିଲେ । ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ରାଜସ୍ଥାନ ଓ ହିମାଚଳପ୍ରଦେଶକୁ ଏଥିପାଇଁ ଅଯୋଗ୍ୟ ଘୋଷିତ…

ଦ୍ରୁତ ବେଗରେ ଫିଟ ହେଉଛନ୍ତି ବୁମରାହ, ପନ୍ତ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ୫ଜଣ ଷ୍ଟାର ଖେଳାଳି ଏନସିଏରେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଏହି ୫ଜଣ ଖେଳାଳି ହେଲେ ଯଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ଶ୍ରେୟାସ ଆୟାର, କେଏଲ ରାହୁଲ ଓ ରିଷଭ ପନ୍ତ । ବୁମରାହ ଏବେ ଫିଟ ହେବା ସହ ରିହ୍ୟାବ କ୍ୟାମ୍ପରେ ବୋଲିଂ ଅଭ୍ୟାସ ଆରମ୍ଭ…