Latest Odisha News

BREAKING NEWS

Browsing Category

ଖେଳ

୧୦ମ ଓଡ଼ିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା-୨୦୨୨ ଉଦଯାପିତ୍

ବରଗଡ଼: ୧୦ମ ଓଡିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା ୨୦୨୨ ଉଦଯାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା ‘ଓଡିଶା ମୁଏଥାଇ ୟୁନିଅନ’ ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ ସହଯୋଗରେ ବରଗଡ଼ ସ୍ଥିତ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡିୟମ ଠାରେ…

ବାରବାଟୀରେ ମ୍ୟାଚ ବାତିଲ ନେଇ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ବାରବାଟି ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ ନାହିଁ । ତେଣୁ ୧୨ ତାରିଖରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମ୍ୟାଚ ବାତିଲ କରାଯାଉ ଦାବି କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ…

ନବୀନ ଦେଖିବେ ବାରବାଟିରେ ଟି -20 କ୍ରିକେଟ, କିଣିଲେ ଟିକେଟ

ଭୁବନେଶ୍ବର: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 12 ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ  ଖେଳାଯିବ । ଏହି ମ୍ୟାଚ ଦେଖିବା ପାଇଁ ଟିକେଟ କିଣିଥିବା ଟୁଇଟ କରିଛନ୍ତି ନବୀନ । ଏହାସହ ଏହିମ୍ୟାଚ ଦେଖିବାକୁ…

ଇଣ୍ଡିଆ ଟିମକୁ ଘାଇଲା କରିବେ କି ରାବଡା ?

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଭାରତ –ଦକ୍ଷିଣ ଆଫ୍ରିକା ମଧ୍ୟରେ ମଇଦାନରେ ହେବ ଲଢ଼େଇ ।  ଦିଲ୍ଲୀର ଅୁରଣ ଜେଟଲି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ  ପୁଣି ଚାଲିକ କ୍ରିକେଟ ଟକ୍କର ।  କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଭାରତୀୟ ଟି -20 ଦଳ ଦକ୍ଷିଣ ଆଫ୍ରିକା ସହ  ଖେଳିବ ପ୍ରଥମ ମ୍ୟାଚ ।  ପାଞ୍ଚ…

କ୍ୟାରିୟରର ୧୪ତମ ଫ୍ରେଂଚ ଓପନ ଟାଇଟଲ ଜିତିଲେ ନାଡାଲ

ପ୍ୟାରିସ: ସ୍ପେନର ମହାନ ଟେନିସ ଖେଳାଳି ରାଫେଲ ନାଡାଲ କ୍ୟାରିୟରର ୧୪ତମ ଫ୍ରେଂଚ ଓପନ ଟାଇଟଲ ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ନରୱେର କ୍ୟାସପର ରୁଡଙ୍କୁ ୬-୩, ୬-୩ ଓ ୬-୦ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ନାଡାଲଙ୍କ କ୍ୟାରିୟରର ଏହା ୨୨ତମ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ହକିରେ ଚଣ୍ଡୀଗଡକୁ ହରାଇଲା ଓଡିଶା

ଭୁବନେଶ୍ୱର: ହରିୟାଣାରେ ଖୋଲୋ ଇଣ୍ଡିଆ ୟୁଥ ଗେମ୍ସର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହେଉଛି । ରବିବାର ହକିରେ ଓଡିଶା ତାର ଅଭିଯାନ ଚଣ୍ଡୀଗଡ ବିପକ୍ଷରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଛି । ପୁରୁଷ ବିଭାଗରେ ଓଡିଶା ୨-୦ରେ ଚଣ୍ଡୀଗଡକୁ ପରାସ୍ତ କରିଛି । ରୋହିତ ସିଂ ଓ ଦୀପକ ମିଞ୍ଜ ୨ଟି ଯାକ ଗୋଲ…

କରାଚୀ ଟେଷ୍ଟରେ ସଚିନଙ୍କ ୱିକେଟ ନୁହେଁ ଆହତ କରିବାକୁ ଚାହୁଁଥିଲେ ସୋଏବ

କରାଚୀ: ପାକିସ୍ତାନର ପୂର୍ବତନ ପେସ ବୋଲର ସୋଏବ ଅଖତାର କ୍ରିକେଟକୁ ନେଇ ଆଜି ୧୬ ବର୍ଷ ତଳର ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨୦୦୬ କରାଚୀ ଟେଷ୍ଟରେ ମୁଁ ଆଉଟ କରିବା ବଦଳରେ ଆହତ କରିବାକୁ ଚାହୁଁଥିଲି । ସେଥିପାଇଁ ବାରମ୍ବାର…

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ: ୮ରନରେ ଅଲଆଉଟ ହେଲା ନେପାଳ

ଜାକର୍ତା: ମାଲେସିଆରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନେପାଳ ଏକ ଅଲୋଡା ରେକର୍ଡ କରିଛି । ୟୁଏଇ ବିପକ୍ଷରେ ଦଳ ୮.୧ ଓଭରରେ ମାତ୍ର ୮ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ମାତ୍ର ୭ଟି ବଲ ଖେଳି ୟୁଏଇ ବିଜୟ ହାସଲ କରିଥିଲା । ୟୁଏଇର ମାହିକା…

ଏଫଆଇବିଏ ଏସିଆନ ଚାମ୍ପିୟନଶିପ ଏସଏବିଏ କ୍ୱାଲିଫାୟର୍ସ: ଭାରତ ଶୀର୍ଷରେ

କଟକ: ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇବିଏ ୧୮ ବର୍ଷରୁ କମ ଏସିଆନ ଚାମ୍ପିୟନଶିପର ଏସବିଏ କ୍ୱାଲିଫାୟର୍ସରେ ବାଜି ମାରିଛି ଭାରତ । ଫାଇନାଲ ରାଉଣ୍ଡ ରବିନ ମୁକାବିଲାରେ ଭାରତ ୧୧୧-୪୭ରେ ବାଂଲାଦେଶକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହା ପୂର୍ବରୁ ଟିମ ଇଣ୍ଡିଆ…

ଇଗା ସ୍ୱିଟେକ ଜିତିଲେ ଫ୍ରେଂଚ ଓପନ ଟେନିସ

ପ୍ୟାରିସ: ଫ୍ରେଂଚ ଓପନ ମହିଳା ଟେନିସ ସିଙ୍ଗଲ୍ସ ଟାଇଟଲ ହାତେଇଛନ୍ତି ବିଶ୍ୱର ଏକ ନମ୍ବର ଖେଳାଳି ଇଗା ସ୍ୱିଟେକ । ପୋଲାଣ୍ଡର ଏହି ଖେଳାଳି ଫାଇନାଲରେ ଆମେରିକାର କୋକୋ ଗାଫଙ୍କୁ ୬-୧ ଓ ୬-୩ ସେଟରେ ପରାସ୍ତ କରିଥିଲେ । ଟାଇଟଲ ମୁକାବିଲାରେ ଇଗା ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ…