Latest Odisha News

BREAKING NEWS

Browsing Category

ଖେଳ

ଆସନ୍ତୁ ଜାଣିବା ଗୋଆରେ ପୋଲିସ କାହିଁକି ଅଟକାଇଲା ଭାରତୀୟ ଓପନର ପୃଥ୍ୱୀ ଶ’ଙ୍କୁ

ପାଣାଜୀ: ଭାରତୀୟ କ୍ରିକେଟ ଦଳର ଓପନର ପୃଥ୍ୱୀ ଶ’ଙ୍କୁ ଶୁକ୍ରବାର ଗୋଆ ପୋଲିସ ଇ-ପାସ ନ ଥିବାରୁ ଅଟକାଇଥିଲା । ପୃଥ୍ୱୀ ସେଠାକୁ ଛୁଟି କଟାଇବାକୁ ଯାଉଛନ୍ତି । କରୋନା ମହାମାରୀ ଯୋଗୁ ଏଠାରେ ଲକଡାଉନ ଲାଗୁ କରାଯାଇଛି । ପୃଥ୍ୱୀଙ୍କ ନିକଟରେ କୌଣସି ପ୍ରକାରର ପାସ ନ ଥିବାରୁ ପୋଲିସ ପ୍ରାୟ ୧…

ରମେଶ ପାୱାର ହେଲେ ଭାରତୀୟ ମହିଳା କ୍ରିକେଟ ଟିମ୍ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର ରମେଶ ପାୱାରଙ୍କୁ ଜାତୀୟ ମହିଳା ଟିମର କୋଚ ଭାବେ ନିଯୁକ୍ତ କରିଛି । ସେ ଦ୍ୱିତୀୟ ଥର ପାଇଁ ଏହି ଗୁରୁ ଦାୟିତ୍ୱ ତୁଲାଇବେ । ୨୦୧୮ରେ ରମେଶ ମହିଳା ଦଳ କୋଚ ଥିବା ବେଳେ ମିଥାଲୀ ରାଜଙ୍କ ସହ ତାଙ୍କ ବିବାଦ ଚର୍ଚ୍ଚାର କାରଣ ସାଜିଥିଲା ।…

ଚହଲଙ୍କ ବାପା ଏବଂ ମାଆଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ବାପା ଏବଂ ମାଆ କରୋନା ସଂକ୍ରମିତ ହୋଇଛନ୍ତି । ଚହଲଙ୍କ ପତ୍ନୀ ଧନଶ୍ରୀ ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ପାପା(ଶ୍ୱଶୁର)ଙ୍କ ଅବସ୍ଥା ଖରାପ ହେବାକୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମାଆ…

ଅଲିମ୍ପିକ୍ସ ଆୟୋଜନ ନେଇ ଆଇଓସି ଓ ଆୟୋଜକଙ୍କୁ ଝଟକା

ଟୋକିଓ: ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ଆୟୋଜକଙ୍କୁ ଗୁରୁବାର ଶକ୍ତ ଝଟକା ଲାଗିଛି । ଅଲିମ୍ପିକ୍ସ ପାଇଁ ଆଉ ମାତ୍ର ୨ ମାସ ବାକିଥିବା ବେଳେ ଜାପାନର ଏ ନେଇ ତୀବ୍ର ବିରୋଧ ପ୍ରକାଶ ପାଇଛି । କରୋନା ଭାଇରାସ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଅଲିମ୍ପିକ୍ସ ଆୟୋଜନ ନ କରିବା ପାଇଁ ସେମାନେ ଜିଦ…

୨୬ ବର୍ଷ ପରେ ଆଶେଜ ସିରିଜର ଶେଷ ମ୍ୟାଚ ସିଡନୀ ବଦଳରେ ପର୍ଥରେ ଖେଳାଯିବ

ସିଡନୀ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁଚର୍ଚ୍ଚିତ ଆଶେଜ କ୍ରିକେଟ ସିରିଜରେ ୨୬ ବର୍ଷରେ ପ୍ରଥମ ଥର ପାଇଁ ଶେଷ ମ୍ୟାଚ ସିଡନୀ ବଦଳରେ ପର୍ଥରେ ଖେଳାଯିବ । ୯ ଡିସେମ୍ବରରୁ ବ୍ରିସବେନରୁ ଏହି ସିରିଜ ଆରମ୍ଭ ହେବ । ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ, ସିଡନୀ ଓ ପର୍ଥରେ ୫ଟି ଯାକ ଟେଷ୍ଟ…

ଟୋକିଓ ଅଲିମ୍ପିକ୍ସ ଖେଳି ପାରିବେନି ସାଇନା, ଶ୍ରୀକାନ୍ତ !

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ଆଉ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଏହା ଆୟୋଜିତ ହେବ । କରୋନା ମହାମାରୀ ଯୋଗୁ ବୁଧବାର ସିଙ୍ଗାପୁର ଓପନ ଟୁର୍ଣ୍ଣାମେଂଟକୁ ବାତିଲ କରାଯାଇଛି…

ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

ଦିଲ୍ଲୀ:ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ । ଯଦି କରୋନା ପଜିଟିଭ ବାହାରିବ ତେବେ ଜୁନ୍ ୨ରେ ଥିବା ଇଂଲଣ୍ଡ ଗସ୍ତରୁ ବିଦା ହୋଇଯିବ । ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସବୁଥିରେ ଲାଗିଛି ରୋକ୍ । ଆଉ ଏନେଇ ବିସିସିଆଇ ପକ୍ଷରୁ ମଧ୍ୟ କଡା ପଦକ୍ଷେପ ନିଆଯାଇଛି । ଖେଳାଳି…

ଅଭ୍ୟାସ କରୁଥିବା ବେଳେ ଚାଲିଗଲା ୨୪ ବର୍ଷୀୟ କ୍ରିକେଟର ଜୀବନ !

ଲଣ୍ଡନ: ଇଂଲଣ୍ଡର ଯୁବ ଖେଳାଳି ଜୋଶୁଆ ଡାଉନୀଙ୍କ ଅକସ୍ମାତ ମୃତ୍ୟୁ କ୍ରିକେଟ ଦୁନିଆକୁ ସ୍ତବ୍ଧ କରି ଦେଇଛି । ଇଂଲିଶ କାଂଉଟି କ୍ଲବ ନଟ୍ଟିଂହାମଶାୟର ପକ୍ଷରୁ ଖେଳୁଥିବା ଏହି ୨୪ ବର୍ଷୀୟ ଖେଳାଳି ଅଭ୍ୟାସ ସେଶନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । କେହି କିଛି ଭାବିବା ପୂର୍ବରୁ ସେ ତଳେ…

ସ୍ମୃତି ମାନ୍ଧନାଙ୍କ ସମେତ ଫୋଡା ଖାଇଲେ ଆଉ କିଛି କ୍ରିକେଟର

ମୁମ୍ବାଇ: ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ସ୍ମୃତି ମାନ୍ଧନା ମଙ୍ଗଳବାର କରୋନା ଭ୍ୟାକ୍ସିନ ନେଇଛନ୍ତି । ତାଙ୍କ ବ୍ୟତୀତ ପୁରୁଷ ଟିମର ଯଶପ୍ରୀତ ବୁମରାହ, ଦୀନେଶ କାର୍ତିକ, ଦୀପକ ଚାହର ଓ ସିଦ୍ଧାର୍ଥ କୌଲ ମଧ୍ୟ ଟୀକା ନେଇଛନ୍ତି । ପ୍ରଶଂସକମାନଙ୍କୁ ଟୀକା ନେବା ସହ କରୋନା ପ୍ରତି ସତର୍କ…

ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ କଡା ହେଲା କଟକଣା

ନୂଆଦିଲ୍ଲୀ: କରୋନାର ପ୍ରକାପ ଦେଖିବା ପରେ ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ କଟକଣାକୁ ଆହୁରି କଡା କରାଯାଇଛି । ବିସିସିଆଇ ଓ ନ୍ୟୁଜିଲାଣ୍ଡ ବୋର୍ଡଙ୍କୁ କରୋନା ପ୍ରୋଟୋକଲ ମାନିବା ପାଇଁ ନିର୍ଦ୍ଦେଶ ଦେଇଛି । ଭାରତୀୟ ଟିମ୍ ପ୍ରଥମେ…