Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା କଲା ଆଇସିସି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଚଳିତ ବର୍ଷର ଟି୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା କରିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କରୋନା ମହାମାରୀ ଯୋଗୁ ଏହାକୁ ୟୁଏଇରେ କରିବା ପାଇଁ ଆଇସିସିକୁ ଅନୁରୋଧ କରିଥିଲା । ମଙ୍ଗଳବାର ଆଇସିସି ଏହି ଅନୁରୋଧ ରକ୍ଷା କରିଛି । ଅକ୍ଟୋବର ୧୭ରୁ…

ଅର୍ଜୁନ ପୁରସ୍କାର ପାଇଁ ଅଣଦେଖା ହେଲେ ଓଡିଶାର ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା !

ଭୁବନେଶ୍ୱର: ୨୦୨୧ ଅର୍ଜୁନ ପୁରସ୍କାର ପାଇଁ ହକି ଇଣ୍ଡିଆ କେଉଁ ନୀତି ଆପଣାଇଛି ତାହା ଜଣାପଡୁ ନାହିଁ । ପ୍ରଦର୍ଶନ, ଅଭିଜ୍ଞତା ନା ଆଉ କିଛି ? ତେବେ ଏଥର ଅର୍ଜୁନ ପୁରସ୍କାର ପାଇଁ ଭାରତର ଦୁଇ ଆନ୍ତର୍ଜାତୀୟ ଷ୍ଟାର ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କ ନାମ ପଠାଯାଇ ନାହିଁ । ଏହି…

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କରିଛନ୍ତି ଓଡ଼ିଶା ସରକାର । କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ନାଁ ପଠାଇଛନ୍ତି । ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ…

ୟୁଏଇରେ ଟି୨୦ ବିଶ୍ୱକପ ଆୟୋଜନ : ବିସିସିଆଇର ଫାଇଦା, ଭାରତର କ୍ଷତି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଆଇସିସି ଟି୨୦ ବିଶ୍ୱକପ ୟୁଏଇରେ କରିବା ପାଇଁ ସ୍ଥିର କରିଛି । କରୋନା ମହାମାରୀ ଯୋଗୁ ବୋର୍ଡ ଏହି ନିଷ୍ପତି ନେଇଥିବା କହିଛି । ତେବେ ପ୍ରକୃତରେ ଟି୨୦ବିଶ୍ୱକପ ୟୁଏଇକୁ ଶିଫ୍ଟ ହେବା ପଛରେ କରୋନା ଏକମାତ୍ର କାରଣ ? ଏହାର ଉତର ନାଁ,…

୬୦ ବର୍ଷ ପରେ ୟୁରୋ କପ କ୍ୱାର୍ଟରରେ ପ୍ରବେଶ କଲା ସୁଇଜରଲାଣ୍ଡ

ବୁଖାରେଷ୍ଟ: ୬୦ ବର୍ଷ ପରେ ୟୁରୋ କପ ଫୁଟବଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ସୁଇଜରଲାଣ୍ଡ । ବିଶ୍ୱ ଚାମ୍ପିୟନ ଫ୍ରାନ୍ସକୁ ପେନାଲ୍ଟି ଶୁଟଆଉଟରେ ୫-୪ରେ ହରାଇ ଦଳ ଏହି ସଫଳତା ହାସଲ କରିଛି । ଚୂଡାନ୍ତ ସମୟରେ ୩-୩ରେ ମ୍ୟାଚ ଶେଷ ହୋଇଥିଲା । ପେନାଲ୍ଟି ଶୁଟଆଉଟରେ ଫ୍ରାନ୍ସ…

ପାରାସୁଟରରୁ ରାସ୍ତାକଡ଼ ବ୍ୟବସାୟୀ

ଡ଼େରାଡୁନ୍ : ଦିନ ଥିଲା ସେ ଆମ ଦେଶ ପାଇଁ ପାଲଟିଥିଲେ ଗର୍ବ । ହେଲେ ଆଜି ଅର୍ଥ ଅଭାବ ବସାଇ ଦେଇଛି ରାସ୍ତାକଡରେ । ସୁନା ପଦକ ଭେଟି ଦେଉଥିବା ପାରା ସୁଟର ଦିଲରାଜ କୌର ଆଜି ରାସ୍ତାକଡରେ ବଂଚିବାର ରାହା ଖୋଜୁଛନ୍ତି । ପାର୍କ କଡରେ ସ୍ନାକ୍ ବିକି ଗୁଜୁରାଣ ମେଣ୍ଟାଉଛନ୍ତି । ବହୁବାର କିଛି…

ୟୁଏଇରେ ଟି୨୦ ବିଶ୍ୱକପ କରିବା ନେଇ ଆଇସିସିକୁ ବିଧିବଦ୍ଧ ଭାବେ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ: ୟୁଏଇରେ ଭାରତ ବିଶ୍ୱକପ ଆୟୋଜନ କରିବ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ଜଣାଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ଗଣମାଧ୍ୟମ ଆଗରେ ଏହା ସ୍ପଷ୍ଟ କରିଛନ୍ତି । ବିିସିସିଆଇ ଏ ନେଇ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲକୁ ସୋମବାର ପତ୍ର ଲେଖି…

ଭାରତୀୟ ମହିଳା କ୍ରିକେଟରେ କଳଙ୍କ, ଡୋପ ଟେଷ୍ଟରେ ଧରାପଡିଲେ ଅଂଶୁଳା

ନୂଆଦିଲ୍ଲୀ:ଭାରତୀୟ ମହିଳା କ୍ରିକେଟରେ କଳଙ୍କ ଲାଗିଛି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି (ନାଡା) ସୋମବାର ଅଂଶୁଳା ରାଓଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଛି । ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଅଂଶୁଳା ଡୋପ ଟେଷ୍ଟରେ ଧରାପଡିଛନ୍ତି । ମଧ୍ୟପ୍ରଦେଶର ଏହି ଖେଳାଳିଙ୍କ ୨ଟି ଯାକ ସାମ୍ପୁଲ…

ଟୋକିଓ ଅଲିମ୍ପିକ୍ସରେ ଖେଳିବେନି ସେରେନା

ୱାଶିଂଟନ: ଆମେରିକାର ଲୋକପ୍ରିୟ ଟେନିସ ଖେଳାଳି ସେରେନା ୱିଲିୟମ୍ସ ଅଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ସତ, ମୁଁ ଆମେରିକା ଟିମରେ ନାହିଁ ଏବଂ ଜାପାନ ଯାଉନାହିଁ, ୱମ୍ବେଲଡନର ଠିକ୍ ପୂର୍ବରୁ ୩୯ ବର୍ଷୀୟ ଏହି ଷ୍ଟାର…

ୟୁରୋ କପରେ କମାଲ କଲା ବେଲଜିୟମ, ଚାମ୍ପିୟନ ପର୍ତୁଗାଲକୁ ହରାଇ କ୍ୱାର୍ଟରରେ

ନୂଆଦିଲ୍ଲୀ: ୟୁରୋକପ ଫୁଟବଲରେ ଆଜି ବଡ ଧରଣର ବିପର୍ଯ୍ୟୟ ସୃଷ୍ଟି କରିଛି ବେଲଜିୟମ । ପ୍ରି-କ୍ୱାର୍ଟର ମୁକାବିଲାରେ ବେଲଜିୟମ ଚାମ୍ପିୟନ ପର୍ତୁଗାଲକୁ ୧-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟରରେ ବେଳଜିୟମ ଏବଂ ଇଟାଲୀ ମଧ୍ୟରେ ମୁକାବିଲା ହେବ । ପର୍ତୁଗାଲ ଅଧିନାୟକ…