Latest Odisha News
Browsing Category

ଭଦ୍ରକ

Bhadrak

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଦ୍ୱିତୀୟ ଦିନରେ ପରୀକ୍ଷଣ ସଫଳ

ଭଦ୍ରକ : ଭଦ୍ରକ ଧାମରା ଏପିଜେ ଅବଦୁଲ କାଲାମ ଦୀପରୁ ପ୍ରଳୟ’ ମିଜାଇଲ ପରୀକ୍ଷଣ ସଫଳ ହୋଇଛି । ଗୁରୁବାର ସକାଳ ୯.୩୦ ସମୟରେ ଦ୍ୱିତୀୟ ଦିନ ପାଇଁ କ୍ଷେପଣାସ୍ତ୍ର ‘ପ୍ରଳୟର’ ପରୀକ୍ଷଣ କରାଯାଇଛି । ୫୦୦ କିଲୋମିଟର ଫ୍ଲାଟଫର୍ମ ସହିତ କ୍ଷେପଣାସ୍ତ୍ରର ବିକାଶମୂଳକ ପରୀକ୍ଷଣ ସଫଳ ହୋଇଥିଲା ।…

ଭଦ୍ରକ ନଳାଙ୍ଗ ଠାରେ ଉଦଘାଟନ ହେଲା ନୂତନ ଜିଲ୍ଲା କୋର୍ଟ

ଭଦ୍ରକ : ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ବହୁ ବାଦ ବିବାଦ ପରେ ଶେଷରେ ଆଜି ଭଦ୍ରକ ଜିଲ୍ଲା ନ୍ୟାୟଳୟର ନୂତନ କୋର୍ଟ ନଳାଙ୍ଗ ଠାରେ ଉଦଘାଟିତ ହୋଇଯାଇଛି ।ମାନ୍ୟବର ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ଏସ ମୁରଲିଧରନ ଭର୍ଚ୍ୟୁଆଲ ମାଧ୍ୟମରେ କୋର୍ଟକୁ ଉଦଘାଟନ କରିଛନ୍ତି । ୨୦୧୬ ଭଦ୍ରକ ନଳାଙ୍ଗ…

ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ

ଭଦ୍ରକ: ବାଇକକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କର ଜୀବନ । ଭଦ୍ରକ ଜିଲ୍ଲା ସାବରଙ୍ଗ ଛକରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକମାନଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣାସ୍ଥଳରେ ଜଣେ ଓ ହସ୍ପିଟାଲରେ ଆଉ ୨ ଜଣ…

[ଭିଡ଼ିଓ]ଜୱାଦ ପ୍ରଭାବ: ପାଣିରେ ଭାସୁଛି ଧାନ, ମୁଣ୍ଡରେ ହାତ ଦେଇବସିଛି ଚାଷୀ

ଭଦ୍ରକ: ଚାଷୀଙ୍କୁ ଦୁଃଖ ଦେଇଗଲା ଜୱାଦ । ଉଜୁଡ଼ିଗଲା ଧାନ ଫସଲ । ଭାଙ୍ଗିଗଲା ଚାଷୀଙ୍କ ମେରୁଦଣ୍ଡ । ବାତ୍ୟା ଜୱାଦ ପ୍ରଭାବରେ ଭଦ୍ରକ ଜିଲ୍ଲାରେ କ୍ଷତିଗ୍ରସ୍ଥ ହୋଇଛି ବହୁ ଚାଷ ଜମି ଓ ପନିପରିବା କ୍ଷେତ । ବର୍ଷକର ପରିଶ୍ରମ ଏବେ ପାଣିରେ ଭାସୁଛି । ଧାନ ବିଲରେ ଏବେବି ଜମି ରହିଛି ବର୍ଷା ପାଣି…

ଚୋରି କରି ପଳାଇବାବେଳେ ସିସିଟିଭି ପୁଟେଜ ଦେଖି କାବୁ କଲେ ସ୍ଥାନୀୟ ଲୋକ

ଭଦ୍ରକ: ଘର ଭିତରେ ପଶି ଚୋରି କରି ପଳେଇବା ସମୟରେ କାବୁ କଲେ ସ୍ଥାନୀୟ ଲୋକ । ଏହିପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରର ବନ୍ତ ଛକର ମଣ୍ଡଳ ଫୁଡ଼ସ ନିକଟରେ । ପରେ ଚୋରକୁ ପୋଲିସ ନିକଟରେ ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ, ଭଦ୍ରକ ସହର ମନୋରଞ୍ଜନ ପଣ୍ଡା ଓ ସଂଗ୍ରାମ ବିଶ୍ୱାଳଙ୍କ ଘରୁ…

ସମୁଦ୍ରରୁ ମାଡ଼ିଆସିଲା ଜୁଆର, ଭାସିଗଲା ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ

ଧାମରା: ହଠାତ୍ ସମୁଦ୍ରରୁ ମାଡ଼ିଆସିଲା ଜୁଆର । ଚାହୁଁ ଚାହୁଁ ସମୁଦ୍ର ଭିତରକୁ ଭାସିଗଲା ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶୁଖୁଆ ବ୍ୟବସାୟୀ । ଧାମରାରେ ବିଳମ୍ବିତ ରାତିରେ ସମୁଦ୍ରରୁ ମାଡ଼ି ଆସିଲା ୨୦ଫୁଟ ଉଚ୍ଚର ଜୁଆର । ଶନିବାର ଅମାବାସ୍ୟା ଥିବାରୁ ସମୁଦ୍ର…

ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ଉଦ୍ଧାର ନାବାଳିକାର ମୃତଦେହ

ଭଦ୍ରକ: ପୋଖରୀରୁ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ହୋଇଛି । ଏହିଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମଜୁରି ଗଡ଼ିଆ ଗ୍ରାମରେ । ଗାଁର ମାନସ କୁମାର ଜେନାଙ୍କ ୧୫ବର୍ଷର ନାବାଳିକା ଛାତ୍ରୀ ମଧୁସ୍ମିତା ଜେନା ସକାଳୁ ଫୁଲ ତୋଳିବାକୁ ଯାଇଥିଲେ । ହେଲେ ସେ ଆଉ ଫେରିନଥିଲେ । ପରିବାର…

ଓଡିଶାକୁ ମାଡି ଆସୁଛି ବାତ୍ୟା , ଚିନ୍ତାରେ ଚାଷୀକୁଳ

ଭଦ୍ରକ : ଚାଷୀକୁ ଏବେ ବାତ୍ୟା ଭୟ ଘାରିଛି । ଓଡିଶାକୁ ମାଡି ଆସୁଛି ବାତ୍ୟା । ଆସନ୍ତା ୪ ତାରିଖରେ ଏହା ଓଡିଶା ଉପକୂଳ ଛୁଇଁବ । ଓଡିଶା ଉପକୂଳ ୯ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ବର୍ଷା ହେବା ଆଶଙ୍କାରେ ଭଦ୍ରକ ଜିଲ୍ଲାରେ ପାଚିଲା ଧାନକ୍ଷେତ ଉଜୁଡି ଯିବା ଆଶଙ୍କା…

ଭଦ୍ରକରେ ଏନକାଉଣ୍ଟର: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଦ୍ରକ: ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ବରପଦା ନିକଟରେ ସେମାନଙ୍କ ଉପରେ ଏନକାଉଣ୍ଟର କରିଥିଲା ଭଦ୍ରକ ପୋଲିସ । ଆହତ ଦୁଇ ଅପରାଧୀ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପ୍ରହଲ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ…

[ଭିଡ଼ିଓ] ନାବାଳିକା ଅପହରଣ ଘଟଣା, ନ୍ୟାୟ ପାଇଁ ଧାରଣାରେ ପରିବାର

ଭଦ୍ରକ : ଭଦ୍ରକ ଧୁଷୁରୀ ନାବାଳିକା ଅପହରଣ ଘଟଣା । ନ୍ୟାୟ ପାଇଁ ଧାରଣାରେ ନାବାଳିକା ପରିବାର । ଝିଅ ଅପହରଣ ଘଟଣାର ୮ମାସ ବିତିଗଲାଣି । ହେଲେ ଝିଅର ଏଯାଏ ପତ୍ତା ମିଳୁନି । ସେହି ଗାଁର ଜଣେ ଯୁବକ ଝିଅକୁ ଏକତରଫା ପ୍ରେମ କରୁଥିବା ବେଳେ ଅନିଚ୍ଛା ପରେ ବି ଅପହରଣ କରିନେଇଥିବା ଅଭିଯୋଗ…