Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ…

ରାଜ୍ୟରେ ‘ଓମିକ୍ରନ’ ସଂକ୍ରମଣ ବୃଦ୍ଧି ନେଇ ସମୀକ୍ଷା ବୈଠକ ଡାକିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଓମିକ୍ରମ ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ବୈଠକ ଡାଲିକେ ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କରୋନା ଓ ଓମିକ୍ରନ ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢିବା ନେଇ ବୈଠକ ଡାକିଛନ୍ତି । ରାଜ୍ୟରେ ଓମିକ୍ରନ ସଂକ୍ରମଣ କିପରି ରୋକାଯାଇ ପାରିବ ସେ ଉପରେ…

୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ, ୧୮୮୨ଜଣ କିଶୋର ନେଲେଣି ଟିକା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷ କିଶୋରଙ୍କ ଟିକାକରଣ । ଜାନୁଆରୀ ୧ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧ହଜାର ୮୮୨ ଜଣ ଟିକା ନେଇସାରିଲେଣି । ରାଜ୍ୟରେ ୩ ହଜାର ୧୯୩ କେନ୍ଦ୍ରରେ ଟିକାକରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ…

ରାଜଧାନୀରେ ଚାଞ୍ଚଲ୍ୟ: କାର୍ ଭିତରେ ଦୁଷ୍କର୍ମ ପରେ ନାବାଳିକାକୁ ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । କାର୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଏହାପରେ ରାସ୍ତାକଡ଼ରେ ପୀଡ଼ିତାଙ୍କୁ ଫିଙ୍ଗି ପଳାଇଲେ ଦୁର୍ବୃତ୍ତ । ଭୁବନେଶ୍ୱର ମଞ୍ଚଶ୍ୱର ଥାନା ପେଟ୍ରୋଲ ଟାଙ୍କି ନିକଟରୁ ରାସ୍ତାକଡ଼ରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ତାଙ୍କୁ…

୩ଦିନ ପରେ ଖୋଲିଲା ଶ୍ରୀମନ୍ଦିର, ଜଗା ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ୩ଦିନ ପରେ ଆଜିଠୁ ଆରମ୍ଭ ହେଲା ଜଗା ଦର୍ଶନ । ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ନୂଆବର୍ଷରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । ଆଜିଠୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି । ଏହି ଭିତରେ ରବିବାରରେ ଶ୍ରୀମନ୍ଦିର ସାନିଟାଇଜ୍ କରାଯାଇଛି ।…

ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଖସୁଛି ପାରଦ, ବଢ଼ୁଛି ଶୀତ । କୋହଲା ପାଗକୁ ଥଣ୍ଡା ପବନ । ଆସନ୍ତା ୨ ଦିନରେ ଚାରି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୁତ ହେବ । ଏନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ରାତିର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ କମିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ…

ଆଜିଠୁୂ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷର ପିଲାଙ୍କ ଲାଗି କରୋନାର ଟିକାକରଣ । ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଭିନ୍ନ ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯିବ । କେନ୍ଦ୍ରର ଗାଇଡ଼ ଲାଇନ ଅନୁସାରେ ଟିକାକରଣ କରାଯିବ । ଟିକାଦାନ ଲାଗି ପଞ୍ଜିକରଣ ଚାଲିଛି । ସମସ୍ତଙ୍କୁ କୋଭାକ୍ସିନ…

ନବୀନ ସରକାର ଆଦିବାସୀ ବିରୋଧି: କଂଗ୍ରେସ

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ସଂସ୍ଥା ନିର୍ବାଚନ କ୍ଷେତ୍ରରେ ଓଡ଼ିଶାର ୩୦ଟି ଜିଲ୍ଳା ମଧ୍ୟରୁ ୨୩ ଟି ଜଲ୍ଲାରେ ଆଦିବାସୀମାନଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବାରୁ କଂଗ୍ରେସ ତୀବ୍ର ବିରୋଧ କରିଛି । ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ…

କେତେ ସୁରକ୍ଷିତ ‘ମୋ ବସ୍’ ଯାତ୍ରା?

ଭୁବନେଶ୍ୱର: ‘ମୋ ବସ’ରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗା ଯାଇଛି । ଯେମିତି ଯାତ୍ରୀ କୌଣସି ଅସୁବିଧା, ଲୁଟ୍, ଅପରାଧ, ଅସଦାଚରଣର ଶିକାର ନହୁଅନ୍ତି, ତା ଉପରେ ଧ୍ୟାନ ଦିଆଯାଇଛି । ହେଲେ ସରକାରଙ୍କ ତତ୍ୱାବଧାନରେ ଚାଲୁଥିବା ‘ମୋ ବସ୍’ ଗୁଡ଼ିକରେ ଯାତ୍ରୀମାନେ ଏବେ…

ଜାନୁଆରୀ ୮ତାରିଖ ପରେ ମାଟ୍ରିକ ପିଲାମାନେ ନେବେ କରୋନା ଟିକା

ଭୁବନେଶ୍ୱର: ଜାନୁଆରୀ ୮ତାରିଖ ପରେ ମାଟ୍ରିକ ଛାତ୍ରଛାତ୍ରୀ ନେବେ କରୋନା ଟିକା । ଆସନ୍ତା ୫ରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ୮ତାରିଖ ପରେ ମାଟ୍ରିକ ପିଲାଙ୍କ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି…