Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ଜବର ଦଖଲ ଉଚ୍ଛେଦ

କୋରାପୁଟ: କୋରାପୁଟ ଜିଲ୍ଲାରେ ଜବର ଦଖଲ ଉଚ୍ଛେଦ। ସୁନାବେଡାର ବିଭିନ୍ନ ସ୍ଥାନରେ ସରକାରୀ ଜାଗାରେ ଜବରଦଖଲ । ସ୍ଥାନୀୟ ସେମିଳିଗୁଡା ତହସିଲଦାର ଓ ସୁନାବେଡା ପୌରନିର୍ବାହୀ ଅଧିକାରୀଙ୍କ ମିଲିତ ଉଦ୍ୟମରେ ଏହି ଉଚ୍ଛେଦ କରାଯାଇଥିଲା। ସୁନାବେଡା ଡ୍ରାଇଭର କଲୋନୀ ଓ ଚର୍ଚ୍ଚ କଲୋନୀ ଅଞ୍ଚଳରୁ ଜବର …

ସାହିତ୍ୟିକ ଚିନ୍ତାମଣି ବେହେରାଙ୍କ ପରଲୋକ

ଉମରକୋଟ : ବିଶିଷ୍ଟ ଗାଳ୍ପିକ ତଥା ନାଟ୍ୟକାର ଚିନ୍ତାମଣି ବେହେରାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଗଳା କର୍କଟ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ବେହେରା କୋରାପୁଟିଆ ଭାଷାରେ କମଳୀ ନାମକ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ…

ଲମତାପୁଟରେ ପଣସ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଂଜେଇ ଜବତ ୨ ଗିରଫ

କୋରାପୁଟ: ଗଂଜେଇ ଚୋରାଚାଲାଣ ପାଇଁ ଅଭିଯୁକ୍ତମାନେ ସବୁବେଳେ ନୂଆ ନୂଆ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି । ଆଜି ଏପରି ଆଉ ଏକ ଘଟଣା ନଜରକୁ ଆସିଛି । ବାଡେଲରୁ ରାଜସ୍ଥାନକୁ ଯାଉଥିବା ଏକ ପଣସ ବୋଝେଇ ଟ୍ରକରେ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି ।…

ମହୁମାଛି ଆକ୍ରମଣରେ ୪ ଶ୍ରମିକ ଗୁରୁତର ଆହତ, ସ୍ବାସ୍ଥ୍ୟବସ୍ଥା ସ୍ଥିର 

କୋରାପୁଟ: ମହୁମାଛି ଆକ୍ରମଣରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ରାୟଗଡଠାରୁ କୋରାପୁଟ ଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥ ଗୁମ୍ମା ଘାଟିରେ ରାସ୍ତାକଡ଼ରେ ରେଲିଂ କାମ କରୁଥିବା ବେଳେ ଏହି ଘଟଣା ଘଟିଛି । ଗୁରୁତର ଶ୍ରମିକମାନେ ହେଲେ ପ୍ରଦୀପ ବିଶ୍ଵକର୍ମା, ପଙ୍କଜ କୁମାର, ରାଜେଶ କୁମାର,…

ଜେଲରେ ଅଚାନକ ରେଡ୍: ଟଙ୍କା ଓ ମୋବାଇଲ୍ ଫୋନ୍ ଜବତ

ଜୟପୁର(କୋରାପୁଟ): ଜେଲ ଭିତରେ ଗଞ୍ଜେଇ କାରବାର ଅଭିଯୋଗରେ ଜୟପୁର ଉପକାରାଗାରରେ ପୋଲିସର ଅତର୍କିତ ଚଢ଼ାଉ । ଆଜି ଭୋର ୪ଟା ବେଳେ ଅଚାନକ ଜେଲ ଭିତରେ ଚଢ଼ାଉ କରିଥିଲା ପୋଲିସ । ଏତିକିବେଳେ ଉପସ୍ଥିତ ଥିଲେ କୋରାପୁଟ ଜିଲ୍ଲାପାଳ ଓ ଏସପି । ଚଢ଼ାଉ ବେଳେ ଜେଲ ଭିତରୁ ଟଙ୍କା, ମୋବାଇଲ୍ ଫୋନ୍,…

ଖସିଲା ମାଟି ଅତଡା, ଅକାଳରେ ଚାଲିଗଲା ୩ ଜୀବନ

କୋରାପୁଟ: ପଟାଙ୍ଗୀ ଅନ୍ତର୍ଗତ ପୋଡାଗୁଡାରେ ଅଭାବନୀୟ ଘଟଣା । ଚୂନାମାଟି ଆଣିବାକୁ ଯାଇଥିବାବେଳେ ଅତଡା ଖସି ୩ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଟିକାର ଘୋର ଅଭାବ: କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍

କୋରାପୁଟ: ରାଜ୍ୟରେ ପର୍ଯ୍ୟାପ୍ତ ଟିକା ନାହିଁ । ଲକ୍ଷ୍ୟ ଧାର୍ଯ୍ୟ ହୋଇ ପାରୁନି । ଟିକା ଅଭାବରୁ କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ । ଜିଲ୍ଲାରେ କିଛି ବି ଟିକା ମହଜୁଦ ନାହିଁ । ଫଳରେ ସମସ୍ତ ୮୯ଟି ସେଣ୍ଟରରେ ବନ୍ଦ ରହିଛି ଟିକାକରଣ । ଏହି ସୂଚନା ଦେଇଛନ୍ତି କୋରାପୁଟ ସିଡିଏମଓ…

କୃଷି କ୍ଷେତ୍ରରେ ଡିଜିଟାଲ ପରାମର୍ଶ ବୋରିଗୁମ୍ମାର ଚାଷୀ ଡମୁଙ୍କୁ ଦେଲା ନୂଆ ପରିଚୟ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଖଜୁରୀଗୁଡା ଗାଁର ଡ଼ମୁ ଭତରା । ପିଲା ଦିନରୁ ଚାଷ କାମ ପ୍ରତି ଆଗ୍ରହ ଥିବା ଡ଼ମୁ ବାପାଙ୍କ ଦେହାନ୍ତ ପରେ ଏହାକୁ ଜୀବିକା ଭାବେ ଗ୍ରହଣ କଲେ । କିନ୍ତୁ ସଠିକ ସମୟରେ ସଠିକ କୃଷି ସୂଚନାର ଅଭାବରୁ ଚାଷ କାର‌୍ୟ୍ୟରେ ତାଙ୍କର ଅନେକ କ୍ଷତି ହେଲା…

କମ୍ବିଂ ବେଳେ କୋରାପୁଟ ଜିଲ୍ଲା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

କୋରାପୁଟ: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା । ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ । କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ପିଣ୍ଟାପଦର ଜଙ୍ଗଲରୁ ବିପୁଳ ପରିମାଣ ବିସ୍ଫୋରକ ଜବତ ହୋଇଛି । କମ୍ବିଂ ଅପରେସନ ବେଳେ ସେସବୁକୁ…

ଗଞ୍ଜେଇ ମାଫିଆଙ୍କ ଚାଲ୍ ମାନିବାକୁ ପଡ଼ିବ, ବାଲି ବୋଝେଇ ଟିପରରୁ ବସ୍ତା ବସ୍ତା ଗଞ୍ଜେଇ ଜବତ

କୋରାପୁଟ: ଉପରେ ବାଲି, ଭିତରେ ଗଞ୍ଜେଇ । ବାଲି ବୋଝେଇ ଟିପରରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ । ମାତିଛନ୍ତି ମାଫିଆ । ଗଞ୍ଜେଇ ଚୋରା ଚାଲାଣ ପାଇଁ ଏଭଳି ଫନ୍ଦି ଫିକର କରୁଛନ୍ତି । କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ ବାଲି ବୋଝେଇ ଟିପରରୁ ଗଞ୍ଜେଇ ଜବତ କରିଛି ପାଡୁଆ ଥାନା ପୋଲିସ ।…