Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ଭୁବନେଶ୍ବର: ଓଡିଶାର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । ଜଷ୍ଟିସ୍ ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଛନ୍ତି । କେନ୍ଦ୍ରସରକାରଙ୍କ ମଞ୍ଜୁରୀ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ…

ଶାସକ ଦଳକୁ ଅରୁଣଙ୍କ ନିଶାନା: ‘କାହିଁକି ଚାଲୁନି ବିରୋଧୀଙ୍କ ଭିଜୁଆଲ?’

ଭୁବନେଶ୍ବର: ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ଉପସ୍ଥାପନା ରହିଥିବା ବେଳେ କାହିଁକି କେବଳ ଶାସକ ଦଳର ଭିଡିଓ ପ୍ରସାରିତ ହେଉଛି, ସେନେଇ ଶାସକଙ୍କୁ ପ୍ରଶ୍ନ କରି କଡା ନିଶାନା ସାଧିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଏମିତି ସରକାର ବିଧାନସଭାରେ କି କାମ ଚାଲିଛି ଯେ, ଏହାର…

ବାର୍‌ ଡ୍ୟାନ୍ସ କଟକଣା ମାମଲା: ଅଦାଲତରେ ଜବାବ ରଖିଲେନି ସରକାର

କଟକ: ଓଡ଼ିଶା ଅବକାରୀ ଆଇନ-୨୦୨୪ ଆଧାରରେ ଭୁବନେଶ୍ୱରର ବିଭିନ୍ନ ଠିପିଖୋଲା ବାର୍ ଡ୍ୟାନ୍ସରେ ଲଗାଯାଇଥିବା କଟକଣାକୁ ବିରୋଧ କରି ରୁଜୁ ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କଲେ ନାହିଁ। ଗୁରୁବାର ସଂଧ୍ୟା ସୁଦ୍ଧା ଜବାବ ଦାଖଲ ହୋଇଯିବ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଏହି ଜବାବ…

ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ମାରାଥନ ରେଡ୍‌

ଅନୁଗୁଳ: ଅନୁଗୁଳରେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଚାଲିଛି ଆୟକର ବିଭାଗର ମାରାଥନ ରେଡ୍‌ । ଦ୍ୱିତୀୟ ଦିନରେ ୧୫ଟି ସ୍ଥାନରେ ଚାଲିଛି ଆୟକର ଚଢ଼ାଉ । ଗୋଟିଏ ସ୍ଥାନରୁ ୭ କୋଟିର ନଗଦ ଟଙ୍କା ଜବତ ହୋଇଥିବା ବେଳେ ପୁରୀରୁ ଦୁଇ ଓ ଅନଗୁଳରୁ ଗୋଟିଏ ହୋଟେଲ୍ ଠାବ କରିଛି ଆୟକର ବିଭାଗ ।…

ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାରେ ଖୋଲିବ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍‍ସ

ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାରେ ଖୋଲିବ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍‍ସ। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧରୀ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ବିଭିନ୍ନ…

୨୭ରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି

ଯାଜପୁର: ନାରୀ ନିର୍ଯାତନାକୁ ରୋକିବା ପାଇଁ କଂଗ୍ରେସ ପକ୍ଷରୁ ବିଧାନସଭାକୁ ଘେରାଉ କରାଯିବ। ନାରୀ ନିର୍ଯାତନା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ। ଏଭଳି କିଛି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ…

କଳା ପୋଷାକ ପିନ୍ଧି, ଘଣ୍ଟ, ମହୁରୀ ବଜେଇ ପ୍ରତିବାଦ କଲା କଂଗ୍ରେସ

ଭୁବନେଶ୍ବର: ଚଲାଇ ଦେଉନାହାନ୍ତି ଗୃହ । ଆଜି ବି ବିରୋଧୀଙ୍କ ହାଇଡ୍ରାମା ଗୃହରେ ଦେଖିବାକୁ ମିଳିଛି । କଳା ଡ୍ରେସ୍ ପିନ୍ଧି ଘଣ୍ଟ ବାଡ଼େଇ ଗୃହ ଭିତରେ ହୋହାଲ୍ଲା କରି କଂଗ୍ରେସ ପ୍ରତିବାଦ କରିଛି । ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି । ନାରୀ ସୁରକ୍ଷାକୁ ନେଇ…

ସରିଲା ୭ ଦିନର ନିଲମ୍ବନ, ମୁଣ୍ଡିଆ ମାରି ଗୃହ ଭିତରକୁ ଗଲେ ତାରା

ଭୁବନେଶ୍ଵର: ୭ ଦିନ ପରେ ବିଧାନସଭାକୁ ପୁଣି ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ୭ ଦିନର ନିଲମ୍ବନ ସରିବା ପରେ ଆଜି ବିଧାନସଭା ପହଞ୍ଚିଛନ୍ତି ତାରା ବାହିନୀପତି । ଗୃହ ଭିତରକୁ ଯିବା ପୂର୍ବରୁ ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କରିଛନ୍ତି ତାରା । ଅନ୍ୟପଟେ ଆଜି କଳା ଡ୍ରେସ୍…

ଆସନ୍ତା ୨୨ରେ ସ୍ୱର୍ଗତଃ ଡା.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା

ଭୁବନେଶ୍ଵର: ଆସନ୍ତାକାଲି ସ୍ୱର୍ଗତଃ ଡା.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବ । ଭୁବନେଶ୍ୱର ଓୟୁଏଟି ବିଶ୍ୱବିଦ୍ୟାଳୟ ପରିସରରେ ଥିବା “କୃଷି ଶିକ୍ଷା ସଦନ” ଠାରେ ସଂଧ୍ୟା ୫ଟାରେ ଅନୁଷ୍ଠିତ ହେବ ଏହି ଶ୍ରଦ୍ଧାଞ୍ଜଳୀ ସଭା । ସଭାରେ…

ଚାକିରି କରାଇ ଦେବାକୁ କହି ଠକୁଥିଲେ, ମାଡି ବସିଲା ଖୁଣ୍ଟା ପୋଲିସ

ଉଦଳା: ବରିଷ୍ଠ ଆଇଏଏସଙ୍କ ନାମ କହି ବିକୁଥିଲେ ସରକାରୀ ଚାକିରି। ଚାକିରି କରାଇ ଦେବାକୁ କହି ଠକୁଥିଲେ, ମାଡି ବସିଲା ଖୁଣ୍ଟା ପୋଲିସ। ଚାକିରି ଦେବାକୁ କହି ଠକୁଥିବା ବୈରାଟପୁର ବିଦ୍ୟାଳୟ ସହକାରୀ ଶିକ୍ଷକ ମନୋଜ ଆଚାର୍ଯ୍ୟଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ଖୁଣ୍ଟା ପୋଲିସ। ଗିରଫ ଅନ୍ୟ ଦୁଇ…